ଇରାନ ଇସ୍ରାଏଲ ଯୁଦ୍ଧ; ଭୟଙ୍କର ହେଉଛି ସ୍ଥିତି, ଇରାନର ୪୦ ଡ୍ରୋନ ଖସାଇଲା ଇସ୍ରାଏଲ
ଦିନକୁ ଦିନ ଅଧିକ ଘମାଘୋଟ ହେଉଛି ଇସ୍ରାଏଲ-ଇରାନ ଯୁଦ୍ଧ। ଇରାନ ପକ୍ଷରୁ କ୍ଷେପଣାସ୍ତ୍ର ଓ ଡ୍ରୋନ ସାହାଯ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରୁଛି । ସେହିପରି ଇସ୍ରାଏଲ ବାୟୁ ସେନା ମଧ୍ୟ ଇରାନର ବିଭିନ୍ନ ସାମରିକ ଓ ଆଣବିକ ପ୍ରତିଷ୍ଠାନ ଉପରେ ଆକ୍ରମଣ କରୁଛି । ଇତି ମଧ୍ୟରେ ଇସ୍ରାଏଲୀ ବାୟୁସେନା (ଆଇଏଏଫ) ଦାବି କରିଛି ଯେ ଗତ ରାତିରେ ଇରାନର ୪୦ଟି ୟୁଏଭି ବା ଡ୍ରୋନକୁ ଖସାଇ ଦିଆଯାଇଛି । ଏ ନେଇ ଆଇଏଏଫ ଏକ ଭିଡିଓ ଜାରି କରିଛି।

ଇସ୍ରାଏଲ କହିଛି, "ଅପରେସନ୍ ରାଇଜିଂ ଲାୟନ୍" ଆରମ୍ଭ ହେବା ପରଠାରୁ ୪୭୦ ରୁ ଅଧିକ ଡ୍ରୋନକୁ ସଫଳତାର ସହ ନଷ୍ଟ କରାଯାଇଛି, ଯାହା ପ୍ରାୟ 99% ସଫଳତା ହାର ଦର୍ଶାଉଛି।
ସୂଚନାଯୋଗ୍ୟ ଯେ, ୟୁଏଭିର ପୂର୍ଣ୍ଣ ରୂପ ହେଉଛି ମାନବହୀନ ବାୟୁ ଯାନ। ସାଧାରଣ ଭାଷାରେ ଏହାକୁ "ଡ୍ରୋନ" କୁହାଯାଏ। ଏଗୁଡ଼ିକ ଏପରି ବିମାନ ଯାହାକୁ ଉଡ଼ିବା ପାଇଁ ପାଇଲଟଙ୍କ ଆବଶ୍ୟକତା ନାହିଁ। ଏଗୁଡ଼ିକୁ ଦୂରରୁ ରିମୋଟ୍ କଣ୍ଟ୍ରୋଲ୍ କିମ୍ବା ସାଟେଲାଇଟ୍ ସିଷ୍ଟମ୍ ମାଧ୍ୟମରେ ପରିଚାଳିତ କରାଯାଏ।












Click it and Unblock the Notifications