ଇରାନ ଇସ୍ରାଏଲ ଯୁଦ୍ଧ ; ଆମେରିକାକୁ କଡା ଚେତାବନୀ ଦେଲା ଋଷ, ଯୁଦ୍ଧରୁ ଦୂରେଇ ରୁହ
ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆଜି ରୁଷ୍ ଆମେରିକାକୁ କଡ଼ା ଚେତାବନୀ ଦେଇଛି। ଇରାନକୁ ସମର୍ଥନ କରି ଆମେରିକାକୁ ଖୋଲାଖୋଲି ଧମକ ଦେଇ ରୁଷ୍ କହିଛି ଯେ ଇସ୍ରାଏଲକୁ ଆମେରିକା ସିଧାସଳଖ ସାମରିକ ସହାୟତା ଦେଲେ ଏହାକୁ ବରଦାସ୍ତ କରାଯିବ ନାହିଁ ଏବଂ ଏହାର ପରିଣାମ ଅତ୍ୟନ୍ତ ଭୟାନକ ହେବ। ରୁଷ୍ର ଉପବୈଦେଶିକ ମନ୍ତ୍ରୀ ସେର୍ଗେଇ ରୟାବ୍ବୋଭ କହିଛନ୍ତି ଆମେ ୱାସିଂଟନକୁ ଚେତାବନୀ ଦେଉଛୁ ଯେ ସେମାନେ ଏଭଳି କୌଣସି ପଦକ୍ଷେପରୁ ଦୂରେଇ ରହିବାକୁ ହେବ। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମିନିଙ୍କୁ ବାରମ୍ବାର ହତ୍ୟା ଧମକ ମଧ୍ୟ ଗ୍ରହଣୀୟ ନୁହେଁ। ଏହା ସମଗ୍ର ପରିସ୍ଥିତିକୁ ସମ୍ପୂର୍ଣ୍ଣ ଅସହାୟ କରିଦେବ ଏବଂ ଏଭଳି କୌଣସି ପଦକ୍ଷେପ ଅତ୍ୟନ୍ତ ବିପଜ୍ଜନକ ହେବ ବୋଲି ରୁଷ୍ କହିଛି।

ରୁଷ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାରିଆ ଜାଖାରୋଭା ମଧ୍ୟ ଏକ ବିବୃତିରେ କହିଛନ୍ତି ଯେ ଇରାନର ଆଣବିକ ଭିତ୍ତିଭୂମି ଉପରେ ଇସ୍ରାଏଲର ଆକ୍ରମଣର ଅର୍ଥ ହେଉଛି ବିଶ୍ୱ ବିପର୍ଯ୍ୟୟର ନିକଟତର ହେଉଛି। ଇସ୍ରାଏଲ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ଇରାନର ସର୍ବୋଚ୍ଚ ନେତା ଖେମିନିଙ୍କୁ ହତ୍ୟା କରିବା ଭଳି ଚିନ୍ତାଧାରା ଆମେରିକା ଓ ଇସ୍ରାଏଲକୁ ପରିତ୍ୟାଗ କରିବାକୁ ହେବ ବୋଲି ସେ କହିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଗତକାଲି କହିଥିଲେ ଯେ ଇସ୍ରାଏଲର ସାମରିକ ଆକ୍ରମଣ ଦ୍ୱାରା ଇରାନରେ ଶାସନ ପରିବର୍ତ୍ତନ ହୋଇପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ କହିଛନ୍ତି ଯେ ଖେମିନି କେଉଁଠାରେ ଲୁଚି ରହିଛନ୍ତି ତାହା ଆମେରିକା ଜାଣେ। କିନ୍ତୁ ବର୍ତ୍ତମାନ ତାଙ୍କୁ ହତ୍ୟା କରିବାକୁ ଯୋଜନା ନାହିଁ। ଇତିମଧ୍ୟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଇସ୍ରାଏଲ ମସ୍କୋକୁ ଆଶ୍ୱାସନା ଦେଇଛି ଯେ ଇରାନର ପରମାଣୁ ଶକ୍ତି କେନ୍ଦ୍ରରେ ସହଯୋଗ କରୁଥିବା ରୁଷୀୟ ବିଶେଷଜ୍ଞମାନେଏୟାର ଷ୍ଟ୍ରାଇକ୍ରେ କ୍ଷତିଗ୍ରସ୍ତ ହେବେ ନାହିଁ।












Click it and Unblock the Notifications