Get Updates
Get notified of breaking news, exclusive insights, and must-see stories!

୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ

ତେଜୁଛି ଇରାନ-ଇସ୍ରାଏଲ, ଆମେରିକା ଯୁଦ୍ଧ । ଯୁଦ୍ଧ ୧୮ ଦିନରେ ପହଂଚିଥିବା ବେଳେ ଜୋରଦାର ହୋଇଛି ଆକ୍ରମଣ । ଇରାନ ଇସ୍ରାଏଲ, କୁଏତ୍ ଏବଂ ସାଉଦି ଆରବ ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଛି । ୬ଟି ଡ୍ରୋନକୁ ଖସାଇବାରେ ସାଉଦି ଏୟାର ଡିଫେନ୍ସ ସିଷ୍ଟମ ସଫଳ ହୋଇଛି । ଅନ୍ୟପକ୍ଷରେ କୁଏତ୍ ଉପରେ ରକେଟ୍ ଓ ଡ୍ରୋନ୍ ଆକ୍ରମଣ କରିଛି । ଇରାନ କରିଥିବା ଅଧିକାଂଶ ହମଲାକୁ ଏହି ଦୁଇ ଦେଶର ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିଦେଇଛି । ସେପଟେ ବାଗଦାଦରେ ଯୁକ୍ତରାଷ୍ଟ୍ର ଦୂତାବାସ ଉପରେ ଡ୍ରୋନ୍ ଆକ୍ରମଣ କରିଛି ଇରାନ ।

Iran Israel and America war i

ତେହରାନର ମିସାଇଲ୍ ଆକ୍ରମଣରେ ଇସ୍ରାଏଲରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଇସ୍ରାଏଲର ମିସାଇଲ ଆକ୍ରମଣରେ ଇରାନ ରାଷ୍ଟ୍ରପତିଙ୍କ ପରେ ଇରାନର ସୁରକ୍ଷା ମୁଖ୍ୟ ଲାରିଜାନିଙ୍କ ମୃତ୍ୟୁ ହୋଇଛି । ଏଥିସହ ପଶ୍ଚିମ ଇରାନରେ ବୁଶେହର ପରମାଣୁ ବିଦ୍ୟୁତ୍ କେନ୍ଦ୍ର ଉପରେ ମଧ୍ୟ ଇସ୍ରାଏଲ ବୋମା ମାଡ଼ କରିଛି । ଯୁଦ୍ଧ ତେଜୁଥିବା ବେଳେ ଆମେରିକା ହର୍ମୁଜ ପ୍ରଣାଳୀ ନିକଟରେ ଇରାନର ମିସାଇଲ ସାଇଟ ଉପରେ ଏକାଧିକ ୫୦ ହଜାର ପାଉଣ୍ଡର ବଙ୍କର ବ୍ଲଷ୍ଟର ମିସାଇଲ ମାଡ଼ କରିଛି ।

ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନାଟୋ ଦେଶଙ୍କ ଉପରେ ବର୍ଷିଛନ୍ତି । ଯୁଦ୍ଧ ସମୟରେ ଆମେରିକାକୁ ହର୍ମୁଜ ପ୍ରଣାଳୀ ସୁରକ୍ଷିତ କରିବାରେ ସାହାଯ୍ୟ ନକରିବାକୁ ନେଇ ଖପ୍ପା ହୋଇଯାଇଛନ୍ତି ଟ୍ରମ୍ପ । ସହଯୋଗ ନକରିବାକୁ ନେଇ ନାଟୋ ସଦସ୍ୟମାନେ ମୂର୍ଖତାପୂର୍ଣ୍ଣ ଭୁଲ୍ କରିଥିବା କହିଛନ୍ତି ଟ୍ରମ୍ପ । ଯୁଦ୍ଧ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥରେ ବ୍ୟାଘାତ ହେବାରୁ ତେଲ ମୂଲ୍ୟରେ ବଢିଛି ।

ନାଟୋ ସଦସ୍ୟ ଦେଶ ହର୍ମଜକୁ ଯୁଦ୍ଧଜାହାଜ ନପଠାଇବାକୁ ନେଇ ନିଷ୍ପତ୍ତି ପରେ ଟ୍ରମ୍ପ କହିଛନ୍ତି, ଆମେରିକାର ମିତ୍ରମାନଙ୍କଠାରୁ କୌଣସି ସାହାଯ୍ୟ ଆବଶ୍ୟକ ନାହିଁ । ଟ୍ରମ୍ପ କହିଛନ୍ତି ଯେ ଅଧିକାଂଶ ନାଟୋ ମିତ୍ରମାନେ ତାଙ୍କୁ ଜଣାଇଛନ୍ତି ଯେ ସେମାନେ ଏହି ଯୁଦ୍ଧରେ ଜଡ଼ିତ ହେବାକୁ ଚାହୁଁନାହାନ୍ତି, ଯାହାକୁ ଅନେକେ ଅବୈଧ ଯୁଦ୍ଧ ଭାବେ ଦେଖୁଛନ୍ତି । ଟ୍ରମ୍ପ କହିଛନ୍ତି ଯେ କିଛି ଦେଶ ଜାହାଜଗୁଡ଼ିକୁ ହର୍ମୁଜ ପ୍ରଣାଳୀ ମାଧ୍ୟମରେ ଏସ୍କର୍ଟ କରିବାରେ ସାହାଯ୍ୟ କରିବାକୁ ଇଚ୍ଛୁକ, କିନ୍ତୁ ସେ ଏପର୍ଯ୍ୟନ୍ତ ସେମାନଙ୍କୁ ସାର୍ବଜନୀନ ଭାବେ ଚିହ୍ନିତ କରିନାହାନ୍ତି । ମଙ୍ଗଳବାର ଓଭାଲ୍ ଅଫିସ୍‌ରେ ଟ୍ରମ୍ପ ଜିଦ୍ ଧରି କହିଛନ୍ତି ଯେ "ଆମକୁ ନାଟୋଠାରୁ କୌଣସି ସାହାଯ୍ୟ ଦରକାର ନାହିଁ କିନ୍ତୁ ସେମାନେ ସହଯୋଗ କରିବା ଉଚିତ୍ ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+