ଏହି ଦେଶରେ ହିଜାବ ନପିନ୍ଧିଲେ ମିଳିବ ମୃତ୍ୟୁ ଦଣ୍ତ
Iran New Hijan Laws: ଇରାନରେ କଠୋର ହେଲା ହିଜାବ ନିୟମ । ଏଣିକି ଯେଉଁ ମହିଳା ମାନେ ହିଜାବ ନିୟମକୁ ଉଲ୍ଲଂଘନ କଲେ ସେମାନଙ୍କୁ ମୃତ୍ୟୁଦଣ୍ତ ନଚେତ୍ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ତ ଭୋଗିବା ପାଇଁ ପଡିବ ।ଏଥର ପବିତ୍ରତା ଓ ହିଜାବ ସଂସ୍କୃତିକୁ ଏଣିକି କଡ଼ା ଭାବ୍ୟ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ରହିଛି । ଯେଉଁମାନେ ଶାଳୀନତାବିହୀନ ପୋଷାକ ପିନ୍ଧିବେ ସେମାନଙ୍କୁ ଏହି ଦଣ୍ତର ସାମ୍ନା କରିବାକୁ ପଡିବ ।

ନୂତନ ଆଇନର ଧାରା ୬୦ ଅନୁଯାୟୀ ଦୋଷୀ ମହିଳାଙ୍କୁ ଜୋରିମାନା, ମୃତ୍ୟୁ ଦଣ୍ତ କିମ୍ବା କଠୋର ଜେଲ ଦଣ୍ଡ ଦିଆଯାଇପାରେ। ଯଦି ଜଣେ ମହିଳା ଏହି ନିୟମକୁ ଏକାଧିକ ଥର ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ କିମ୍ବା ମୃତ୍ୟୁଦଣ୍ଡ ଭୋଗିବାକୁ ପଡିପାରେ । ଏହା ବ୍ୟତୀତ ଇରାନ କର୍ତ୍ତୃପକ୍ଷ ମଧ୍ୟ ଏକ ବିବାଦୀୟ ହିଜାବ କ୍ଲିନିକ ଖୋଲିବାକୁ ଘୋଷଣା କରିଛନ୍ତି ଯାହାର ଉଦ୍ଦେଶ୍ୟ ହିଜାବର ନିୟମକୁ କାର୍ଯ୍ୟକାରୀ କରିବା।
ସେହିପରି ଯଦି କୌଣସି ବିଦେଶୀ ଗଣମାଧ୍ୟମ କିମ୍ବା ସଂଗଠନ ଇରାନରେ ହିଜାବ ବିରୋଧୀ ମତ ପ୍ରଚାର କରନ୍ତି, ତେବେ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ଏବଂ ୧୨୫୦୦ ପାଉଣ୍ଡ ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ। ଆହୁରି ମଧ୍ୟ, ଯଦି କେହି ଜଣେ ମହିଳା ଗିରଫ କରିବାରେ ଅଟକାଇବାକୁ କିମ୍ବା ହସ୍ତକ୍ଷେପ କରିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କୁ ମଧ୍ୟ ଦଣ୍ଡ ଦିଆଯିବ । ଇରାନ ସରକାର ସ୍ପଷ୍ଟ କରିଛନ୍ତି ଯେ ଏଭଳି ଲୋକଙ୍କୁ ସିଧାସଳଖ ଜେଲରେ ରଖାଯାଇପାରିବ।
ସୂଚନା ଅନୁଯାୟୀ, ଡ୍ରେସ କୋଡ ଉଲ୍ଲଂଘନ କରି ମହସା ଆମିନୀଙ୍କୁ ନୈତିକ ପୋଲିସ ଗିରଫ କରିଥିଲା। ତାଙ୍କ ମୃତ୍ୟୁ ପରେ ସାରା ଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଥିଲା ଯେଉଁଥିରେ ଶହ ଶହ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସରକାର ଅନେକ ବିରୋଧକୁ ଦମନ କରିବା ପାଇଁ ହଜାର ହଜାର ଲୋକଙ୍କୁ ଗିରଫ କରିଥିଲେ ଏବଂ ବର୍ତ୍ତମାନ ଦୁଇ ବର୍ଷ ପରେ ସରକାର ହିଜାବ ନିୟମକୁ ଆହୁରି କଠୋର କରିଛନ୍ତି ।












Click it and Unblock the Notifications