ଏହିସବୁ ଦେଶକୁ କଡା ଚେତାବନୀ ଦେଲା ଇରାନ, କହିଲା ଇସ୍ରାଇଲକୁ ସହଯୋଗ କଲେ....
ନୂଆଦିଲ୍ଲୀ : ଇସ୍ରାଏଲ ପକ୍ଷରୁ ଲେବାନନ୍ରେ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ବିରୋଧରେ ଆକ୍ରମଣ ଜାରି ରହିଛି। ଇସ୍ରାଏଲର ପ୍ରତିରକ୍ଷା ବାହନୀ(ଆଇଡିଏଫ୍) କହିଛି ସେ ଗତ ୨୪ ଘଣ୍ଟାରେ ଦକ୍ଷିଣ ଲେବାନନ୍ରେ ମୁହାଁମୁହିଁ ଲଢେଇରେ ହିଜବୁଲ୍ଲାର ୫୦ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛି ଓ ବାୟୁସେନାକୁ ଆକ୍ରମଣକୁ ନର୍ଦେଶ ଦେଇଛି।
ଅନ୍ୟପଟେ ଇସ୍ରାଏଲ ସହ ଟକରାଟକରି ସ୍ଥିତିରେ ଥିବା ଇରାନ ଆଜି ତା'ର ପଡ଼ୋଶୀ ଆରବ ଓ ଗଲ୍ଫରେ ଥିବା ଆମେରିକାର ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଖୋଲା ଧମକ ଦେଇଛି। ଯଦି ସେମାନଙ୍କ ଏୟାର ସ୍ପେଶ କିମ୍ବା ଅଞ୍ଚଳକୁ ଇରାନ ଉପରେ ଆକ୍ରମଣ କରିବା ପାଇଁ ଇସ୍ରାଏଲକୁ ବ୍ୟବହାର କରିବାକୁ ଦିଆଯାଏ, ତେବେ ଏହାର ପରିଣାମ ଭୟଙ୍କର ହେବ ବୋଲି ଇରାନ କହିଛି।

ହେଜବୁଲ୍ଲା ମୁଖ୍ୟ ନସରାଲ୍ଲାଙ୍କ ମୃତ୍ୟୁ ପରେ ଇରାନ ମଧ୍ୟ ଇସ୍ରାଏଲ ବିରୋଧରେ କରିଛି ଯୁଦ୍ଧ ଘୋଷଣା। ନିକଟରେ ଇସ୍ରାଏଲ ଉପରେ ପ୍ରାୟ ୧୮୦ ମିସାଇଲ ନିକ୍ଷେପ କରିଛି ଇରାନ, ପରେ ଆମେରିକା ମଧ୍ୟ ଖୋଲାଖୋଲି ଭାବେ ଇସ୍ରାଏଲର ସମର୍ଥନରେ ଛିଡ଼ା ହୋଇଛି। ବିବାଦ ମଧ୍ୟରେ ଆମେରିକା ଇସ୍ରାଏଲ ସହିତ ଠିଆ ହୋଇଛି। ଏହାକୁ ଦେଖି ତୈଳ ସମୃଦ୍ଧ ଆମେରିକୀୟ ସହଯୋଗୀଙ୍କୁ କଡ଼ା ଚେତାବନୀ ଦେଇଛି ଇରାନ। ଇସ୍ରାଏଲକୁ କୌଣସି ପ୍ରକାର ସାହାଯ୍ୟ ନକରିବାକୁ ଧମକ ଦେଇଛି ଇରାନ।
ଇରାନ ଉପରେ କୌଣସି ସମ୍ଭାବ୍ୟ ଆକ୍ରମଣରେ ଇସ୍ରାଏଲକୁ ସାହାଯ୍ୟ ନକରିବା ପାଇଁ ଇରାନ ଏହାର ଆରବ ପଡୋଶୀ ତଥା ଆମେରିକାର ସହଯୋଗୀମାନଙ୍କୁ କଡ଼ା ଚେତାବନୀ ଦେଇଛି। WSJ ରିପୋର୍ଟରେ ଦର୍ଶାଯାଇଛି ଯେ ସାଉଦି ଆରବ, ୟୁଏଇ, ଜୋର୍ଡାନ ଏବଂ କତାର ଭଳି ତୈଳ ସମୃଦ୍ଧ ରାଷ୍ଟ୍ରକୁ ଟାର୍ଗେଟ କରି କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଏହି ଚେତାବନୀ ଦିଆଯାଇଛି।












Click it and Unblock the Notifications