ଆମେରିକାକୁ ଖୋଲା ଚେତାବନୀ ଦେଲା ଇରାନ, କହିଲା ଯୁଦ୍ଧ କେବେ ବନ୍ଦ ହେବ ଆମେ କହିବୁ
ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି ଆମେରିକା । ଇସ୍ରାଏଲ ମଧ୍ୟ ଇରାନର ତୈଳ ଭଣ୍ଡାରକୁ ଟାର୍ଗେଟ୍ କରୁଛି । ଏସବୁ ଭିତରେ ବଡ ବୟାନ ଦେଇଛି ଇରାନ। ଯୁଦ୍ଧ କେବେ ସରିବ ତାହା ଆମେ ହିଁ ନିଷ୍ପତ୍ତି ନେବୁ ବୋଲି ତେହେରାନ କହିଛି ।

ଇରାନ ସରକାର କହିଛନ୍ତି ଯେ, ଯୁଦ୍ଧର ପରିଣାମ କଣ ହେବ ତାହା ଇରାନ ହାତରେ ରହିଛି । ପୂର୍ବରୁ କେବେ ଇସ୍ରାଏଲ ଏବଂ ୟୁଏସ ଆକ୍ରମଣ କରିବା ବନ୍ଦ କରିବେ ତାହା ଡୋନାଲ୍ଡ ଟ୍ରମ୍ପ୍ ନିଜେ କହିବେ ବୋଲି କହିଥିଲେ। ଯାହା ପରେ ଇରାନ ଇସଲାମିକ ରିଭଲ୍ୟୁସନାରି ଗାର୍ଡ କର୍ପସ୍ ବୟାନ ଦେଇଛି।
ତେହେରାନ ପକ୍ଷରୁ କୁହାଯାଇଛି ଯେ, ଯୁଦ୍ଧ କେତେଦିନ ଚାଲିବ ଏବଂ ଏହାର ପରିଣାମ କଣ ହେବ ତାହା ଇରାନ କହିବ । ଏହା ଇରାନର ସୈନ୍ୟଙ୍କ ହାତରେ ଅଛି । ଆମେରିକାର ସୈନ୍ୟ ଯୁଦ୍ଧ ବନ୍ଦ କରିପାରିବେ ନାହିଁ ।
ଟ୍ରମ୍ପଙ୍କ ବୟାନ
ଅନ୍ୟ ଦିଗରେ ଟ୍ରମ୍ପ୍ କହିଛନ୍ତି ଯେ, ଇରାନ ବିରୋଧରେ ଯେଉଁ ଯୁଦ୍ଧ ହେଉଛି ତାହା ଖୁବ୍ କମ୍ ସମୟରେ ଶେଷ ହେବ । ଇରାନରେ ଆଗକୁ ଭୟଙ୍କର ତୈଳ ସଙ୍କଟ ସୃଷ୍ଟି ହେବାକୁ ଯାଉଛି । ମଧ୍ୟପ୍ରାଚ୍ୟରେ ଏବେ ଆମେରିକା ଶକ୍ତିଶାଳୀ ଅଛି । ତେଣୁ ଯୁଦ୍ଧ ବେଶି ସମୟ ଚାଲିବନି । ଶୀଘ୍ର ଇରାନ ଆତ୍ମସମର୍ପଣ କରିବ ।
ୟୁଏସ କମାଣ୍ଡର ଇନ୍ ଚିଫ୍ କହିଛନ୍ତି ଯେ, ଇରାନ ଷ୍ଟ୍ରେଟ୍ ଅଫ୍ ହରମୋଜ୍ ଦେଇ ତୈଳ ପରିବହନକୁ ଅଟକାଇବାକୁ ଚେଷ୍ଟା କରୁଛି । ଯାହା ଭଲ ନୁହେଁ । ଇରାନ ଏପରି କଲେ ଆମେରିକା ଚୁପ୍ ବସିବନି । ଏବେ ଯେମିତି ଆକ୍ରମଣ ହେଉଛି ତାହାଠୁ ଆହୁରି ୨୦ ଗୁଣ ଅଧିକ ଭୟଙ୍କର ଆକ୍ରମଣ କରାଯିବ ବୋଲି କମାଣ୍ଡର କହିଛନ୍ତି ।
-
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ଇରାନର ମିସାଇଲ୍ କେନ୍ଦ୍ରକୁ ଆମେରିକା ଆକ୍ରମଣ, ମିସାଇଲ କେନ୍ଦ୍ର ଧ୍ୱଂସ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି, ନନ୍ଦିଗ୍ରାମରୁ ଲଢ଼ିବେନି ମମତା, ଜାଣନ୍ତୁ କେଉଁଠୁ କରିବେ ପ୍ରତିଦ୍ୱନ୍ଦିତା -
ସରିଲା ଭୋଟ୍ ଗଣତି,ବାଜିମାତ୍ କଲେ ଦିଲ୍ଲୀପ ରାୟ, ଜାଣନ୍ତୁ କାହାକୁ ମିଳିଲା କେତେ ଭୋଟ? -
ଆମେରିକା ଏବଂ ଇରାନ ବିବାଦ ;ଟ୍ରମ୍ପଙ୍କୁ ଧୋକା ଦେଲେ ଏହି ଦେଶ -
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ?












Click it and Unblock the Notifications