ଯୁଦ୍ଧରେ ଏକା ହୋଇଗଲା ଇରାନ, ପୁଟିନ କହିଲେ ଆମେ ନିରପେକ୍ଷ ଅବଲମ୍ବନ କରିବୁ
ଇସ୍ରାଏଲ-ଇରାନ୍-ଆମେରିକା ଯୁଦ୍ଧରେ ରୁଷିଆ ପୁରୁଣା ବନ୍ଧୁ ଇରାନକୁ ସାହାଯ୍ୟ କରିବାକୁ ରାଜି ହୋଇଛି; କିନ୍ତୁ କିଭଳି ସାହାଯ୍ୟ କରିବ ତାହା ସ୍ପଷ୍ଟ କରିନାହିଁ। ଏହି ଯୁଦ୍ଧରେ ରୁଷିଆ ନିରପେକ୍ଷତା ଅବଲମ୍ବନ କରିବ ବୋଲି କହିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ରୁଷିଆର ନିରପେକ୍ଷତା ପଛରେ ରହିଥିବା କାରଣ ସେ ସ୍ପଷ୍ଟ କରିଛନ୍ତି।

ସେଣ୍ଟ ପିଟର୍ସବର୍ଗଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁତିନ କହିଛନ୍ତି ଯେ ଇସ୍ରାଏଲରେ ପ୍ରାୟ ୨୦ ଲକ୍ଷ ରୁଷୀୟ ବସବାସ କରୁଛନ୍ତି। ପୂର୍ବତନ ସୋଭିଏତ୍ ସଂଘ ଅନ୍ତର୍ଭୁକ୍ତ ରାଷ୍ଟ୍ରର ଏହି ନାଗରିକଙ୍କୁ ନେଇ ଇସ୍ରାଏଲରେ ଏକ କ୍ଷୁଦ୍ର ରୁଷିଆ ଗଠିତ ହୋଇଛି। ଏହି ରୁଷୀୟ ଭାଷାଭାଷୀ ଜନତାଙ୍କର କୌଣସି କ୍ଷତି ହେଲା ଭଳି ପଦକ୍ଷେପ ସେ ନେବେ ନାହିଁ ବୋଲି ପୁତିନ କହିଛନ୍ତି। ରୁଷିଆ ଜନସଂଖ୍ୟାର ୧୫ ପ୍ରତିଶତ ହେଉଛନ୍ତି ମୁସଲମାନ। ତା'ଛଡ଼ା ଆରବ ଓ ଇସ୍ଲାମିକ୍ ରାଷ୍ଟ୍ର ସମୂହଙ୍କ ସହିତ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରହିଛି। ଇସ୍ଲାମିକ୍ ସହଯୋଗ ସଂଗଠନ (ଓଆଇସି)ର ପର୍ଯ୍ୟବେକ୍ଷକ ରହିଥିବାରୁ ରୁଷିଆ ନିରପେକ୍ଷ ରହିବାକୁ ଶ୍ରେୟସ୍କର ମନେ କରୁଛି ବୋଲି ସେ କହିଛନ୍ତି।
ନିଜର ସହଯୋଗୀଙ୍କ ପ୍ରତି ରୁଷ ବିଶ୍ୱସ୍ତ ନୁହେଁ ବୋଲି ହେଉଥିବା ଆଲୋଚନାକୁ ମଧ୍ୟ ପୁଟିନ କାଉଣ୍ଟର କରିଛନ୍ତି। ଉଭୟ ଆରବ ଦେଶ ଓ ଇସଲାମିକ ଦେଶଗୁଡ଼ିକ ସହ ରୁଷର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବେଶ ପୁରୁଣା ଓ ରୁଷର ମୋଟ ଜନସଂଖ୍ୟାର ୧୫% ଲୋକ ମୁସଲିମ ବୋଲି ମଧ୍ୟ ପୁଟିନ କହିଛନ୍ତି। ସେ ଆହୁରି କହିଛି ଯେ ରୁଷ ଏକଦା ଅର୍ଗାନାଇଜେସନ ଅଫ ଇସଲାମିକ କର୍ପୋରେସନ ବା ଓଆଇସିର ପର୍ଯ୍ୟବେକ୍ଷକ ମଧ୍ୟ ରହିଥିଲା। ତେଣୁ ରୁଷ ନିଜର ସହଯୋଗୀଙ୍କ ପାଇଁ କ'ଣ କରିବ, ସେକଥା ଭଲ ଭାବେ ଜାଣିଥିବା ସେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି।
ଏହାପୂର୍ବରୁ ପୁଟିନ ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରତି ପାଇଁ ଆହ୍ୱାନ ଦେଇଥିଲେ। ଏଥିସହ ସେ ନିଜେ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ ରାଜି ଥିବା ମଧ୍ୟ ପ୍ରସ୍ତାବ ରଖିଥିଲେ। ହେଲେ ଇସ୍ରାଏଲର ସହଯୋଗୀ ଆମେରିକା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା। ସେହିପରି ଶନିବାର ଆମେରିକା ପକ୍ଷରୁ ଇରାନର ୩ଟି ଆଣବିକ କାର୍ଯ୍ୟକ୍ରମ ଠିକଣା ଉପରେ ଭୟଙ୍କର ବୋମା ବର୍ଷଣ ମଧ୍ୟ କରାଯାଇଥିଲା।












Click it and Unblock the Notifications