୨୪ ଘଣ୍ଟା ମଧ୍ୟରେ ଆଉ ଏକ ଯୁଦ୍ଧ!
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ସିଧାସଳଖ କ୍ଷେପଣାସ୍ତ୍ର ଆକ୍ରମଣ କରପାରେ ଇରାନ୍ । ଏଥିପାଇଁ ଇରାନ୍ ଶତାଧିକ କ୍ଷେପଣାସ୍ତ୍ର ଓ ୧ ହଜାର ଡ୍ରୋନ୍ ପ୍ରସ୍ତୁତ ରଖିଥିବା ନେଇ ଆଜି ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଇସ୍ରାଏଲ ହାଇଆଲର୍ଟରେ ରହିଛି । ଅନ୍ୟପକ୍ଷରେ ଇରାନ୍ ଆକ୍ରମଣର ମୁକାବିଲା ପାଇଁ ଇସ୍ରାଏଲର ତୁହାକୁ ତୁହା ରଣନୀତିକ ବୈଠକ ଚାଲିଛି ଏବଂ ଆମେରିକା ଲଗାତାର ଇସ୍ରାଏଲ ସହ ସଂପର୍କରେ ରହିଛି ।
'ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ'ରେ ଆଜି ପ୍ରକାଶିତ ରିପୋର୍ଟ ମୁତାବକ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଇରାନ୍ ସବୁ ପ୍ରସ୍ତୁତି ଶେଷ କରିଛି ଏବଂ ଦୁଇ ଦିନ ମଧ୍ୟରେ ଯେ କୌଣସି ମୁହୂର୍ତ୍ତରେ ଏହି ଆକ୍ରମଣ ଆରମ୍ଭ ହୋଇଯାଇପାରେ । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖେମେନିଙ୍କ ଜଣେ ପରାମର୍ଶଦାତା କହିଛନ୍ତି, ଇସ୍ରାଏଲକୁ ଏକ ଚରମ ଶିକ୍ଷା ଦେବାଲାଗି ଆକ୍ରମଣ ସଂକ୍ରାନ୍ତ ପ୍ରସ୍ତାବକୁ ମଂଜୁରି ମିଳିସାରିଛି ।
ତେବେ ଆସନ୍ତା ୨୪ରୁ ୪୮ ଘଣ୍ଟା ମଧ୍ୟରେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି । ଆଜିଠୁ ୧୧ ଦିନ ପୂର୍ବରୁ ଅର୍ଥାତ୍ ଏପ୍ରିଲ ୧ ତାରିଖରେ ଇରାନୀୟ ଦୂତାବାସ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ ଫଳରେ ୧୩ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏହାର ପ୍ରତିଶୋଧ ନେବା ଲାଗି ଇରାନ ପ୍ରତିଜ୍ଞା କରଥିଲା । ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲ୍କୁ ସମର୍ଥନର ପ୍ରତିଶ୍ରୁତି ଦେଇଛନ୍ତି । ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲ୍ ଯୁଦ୍ଧରେ ଲିପ୍ତ ଥିବାବେଳେ ଇରାନ ଆକ୍ରମଣ କଲେ ସମ୍ଭାବ୍ୟ ଯୁଦ୍ଧର ପରିଣାମ ବିଶ୍ୱବାସୀଙ୍କୁ ଭୋଗିବାକୁ ପଡ଼ିବ ବୋଲି କୁହାଯାଉଛି ।

ସେପଟେ ଆମେରିକୀୟ ଖବରକାଗଜ ୱାଲ୍ ଷ୍ଟ୍ରିଟ୍ ଜର୍ଣାଲ୍କୁ ଇରାନୀ ଅଫିସର ଦେଇଥିବା ସାକ୍ଷାତ୍କାର, ଯୁଦ୍ଧ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି । ଇରାନ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ୍ ଉପରେ ଡାଇରେକ୍ଟ ଆଟାକ୍ କରିବାକୁ ଯୋଜନା କରୁଥିବା ଇରାନର ସର୍ବୋଚ୍ଚ ନେତା ଅୟତୋଲ୍ଲା ଅଲି ଖାମିନେଇଙ୍କ ପରାମର୍ଶଦାତା କହିଛନ୍ତି । ଇସ୍ରାଏଲ୍ ଉପରେ ଷ୍ଟ୍ରାଇକ୍ ପ୍ଲାନ୍ ଇରାନ୍ ସୁପ୍ରିମ ଲିଡରଙ୍କ ସମ୍ମୁଖରେ ରହିଛି । ହେଲେ ଆଟାକ କଲେ ରାଜନୈତିକ ଚାପ କେତେ ରହିବ ତା'ର ଆକଳନ ଚାଲିଛି ।" ଖାମିନେଇ ବର୍ତ୍ତମାନ ପଲିଟିକାଲି ପ୍ରେସରର ଆକଳନ କରୁଛନ୍ତି ବୋଲି ତାଙ୍କ ପରାମର୍ଶଦାତା କହିଛନ୍ତି ।
ସେପଟେ ଯୁଦ୍ଧ ଆଶଙ୍କା ଦେଖ୍ ଜର୍ମାନୀ, ଋଷ ସମେତ ଭାରତ ନିଜ ନିଜ ଦେଶର ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରିଛନ୍ତି । ବର୍ତ୍ତମାନ ସ୍ଥିତିରେ ଇରାନ ଓ ଇସ୍ରାଏଲ୍ ନ ଯିବାକୁ ନାଗରିକଙ୍କୁ ପରାମର୍ଶ ଦେଇଛି ଭାରତ କେବଳ ସେତିକି ନୁହେଁ, ଇସ୍ରାଏଲ୍ ଓ ଇରାନ୍ରେ ଥିବା ଭାରତୀୟଙ୍କୁ ତୁରନ୍ତ ଦୂତାବାସ ଯାଇ ନାଁ ରେଜିଷ୍ଟର କରାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏଥିସହିତ ଅତି ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ଇରାନ୍ ଓ ଇସ୍ରାଏଲ୍ରେ ଥିବା ଭାରତୀୟଙ୍କୁ ପରାମର୍ଶ ଦେଇଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳ












Click it and Unblock the Notifications