ଆବ୍ରାହମ ଲିଙ୍କନ୍ ଉପରେ ଇରାନର ଆକ୍ରମଣ ଦାବି

ଆମେରିକାର ବିମାନ ବାହକ ଜାହାଜ ୟୁଏସ୍‌ଏସ୍ ଆବ୍ରାହମ୍‌ ଲିଙ୍କନ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ ଆକ୍ରମଣ କରିଥିବା ନେଇ ଇରାନର ଇସଲାମିକ୍‌ ରିଭୋଲ୍ୟୁସନାରୀ ଗାର୍ଡ଼ କର୍ପସ (ଆଇଆରଜିସି) ଦାବି କରିଛି। ଏହି ଆକ୍ରମଣରେ ଆବ୍ରାହମ ଲିଙ୍କନ କ୍ଷତିଗ୍ରସ୍ତ ହେବା ସହିତ ମଧ୍ୟପ୍ରାଚ୍ୟ ଜଳରାଶିରୁ ଫେରିଯିବାକୁ ବାଧ୍ୟ ହୋଇଛି ବୋଲି ଇରାନ କହିଛି। ତେବେ ଆମେରିକା ଏହାକୁ ସ୍ପଷ୍ଟ କରିନଥିଲେ ମଧ୍ୟ ଏହାର ନୌସେନା ଏକ ଇରାନୀ ଜାହାଜର ଆକ୍ରାମକ ପଦକ୍ଷେପର ଜବାବ ଦେଇଥିଲା ବୋଲି କହିଥିବା ସିବିଏସ୍‌ ନ୍ୟୁଜରେ ରିପୋର୍ଟରେ ପ୍ରକାଶ ପାଇଛି।

Abraham Lincoln

ଇରାନ ଜାତୀୟ ଗଣମାଧ୍ୟମ ପ୍ରେସ୍‌ ଟିଭି ରିପୋର୍ଟ ଅନୁଯାୟୀ ଆଇଆରଜିସି ନେଭି ଓମାନ ସାଗର ନିକଟରେ ଆମେରିକା ଯୁଦ୍ଧବିମାନ ବାହକ ଜାହାଜ ଉପରେ ଆକ୍ରମଣ କରିଥିଲା। ଇରାନର ସାମୁଦ୍ରିକ ସୀମାର ୩୪୦ କିମି ଦୂରରେ ଥିବା ଏହି ଜାହାଜ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନରେ ଆକ୍ରମଣ କରାଯାଇଥିଲା। ଇରାନ ପକ୍ଷରୁ ଜାହାଜରେ କ'ଣ କ୍ଷୟକ୍ଷତି ହୋଇଛି କିମ୍ବା ମୃତାହତ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ଆବ୍ରାହମ ଲିଙ୍କନ ଏକ ପରମାଣୁ ଶକ୍ତି ସମ୍ପନ୍ନ ନିମିତ୍ଜ-ଶ୍ରେଣୀର ଜାହାଜ। ମଧ୍ୟପ୍ରାଚ୍ୟ ଏବଂ ଭାରତ-ପ୍ରଶାନ୍ତ ମହାସାଗରରେ ଆମେରିକା ସାମରିକ ଅଭିଯାନରେ ଏହାକୁ ନିୟୋଜିତ କରାଯାଇଛି। ଇରାନ ପକ୍ଷରୁ ଜାହାଜର ଡ୍ରୋନ୍‌ ନିରୋଧୀ ପ୍ରତିରକ୍ଷା ବ୍ୟବସ୍ଥା, ଡ୍ରୋନ୍‌ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଅଞ୍ଚଳ, ଅନ୍ୟ ଉପକରଣ ତଥା ତୈଳ ଟାଙ୍କି ଥିବା ଅଞ୍ଚଳକୁ ଟା‌ର୍ଗେଟ କରିଥିଲା। ତେବେ ଆମେରିକା ଏହାକୁ ଖଣ୍ଡନ କରିଛି। ଆମେରିକା ପକ୍ଷରୁ ମାର୍କ ୪୫- ୫ ଇଞ୍ଚ ନାଭାଲ ଗନ୍‌ରେ ଆକ୍ରମଣ କରାଯାଇଥିଲା, କିନ୍ତୁ ତାହା ବିଫଳ ହୋଇଥିଲା। ଆମେରିକା ଅଧିକାରୀମାନେ କହିଛନ୍ତି ଯେ, ହେଲଫାୟାର କ୍ଷେପଣାସ୍ତ୍ର‌ ବହନ କରୁଥିବା ଏକ ହେଲିକପ୍ଟର ଇରାନ ଜାହାଜ ଉପରେ ଦୁଇଟି କ୍ଷେପଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲା। ଏହି ଆକ୍ରମଣ ପରେ ଇରାନୀ ଜାହାଜ ଏବଂ ଏହାର କର୍ମଚାରୀଙ୍କ ସ୍ଥିତି ଅସ୍ପଷ୍ଟ ରହିଥିବା କୁହାଯାଇଛି। ତେବେ ଆମେରିକା ନୌସେନା ଏଥିରେ ଏମ୍‌ଏଚ୍‌ -୬୦ ଆର୍‌ ସିହକ୍‌ ହେଲିକପ୍ଟର କିମ୍ବା ମାରିନ୍‌ କର୍ପସ ଏଏଚ୍‌-୧ଜେଡ୍‌ ଭାଇପର ଆକ୍ରମଣ କରିଛି ଜଣାପଡ଼ିନାହିଁ। ଇରାକ୍‌ରେ ଆମେରିକା ବାୟୁସେନା ଏୟାରକ୍ରାଫ୍ଟ ଉପ‌ରେ ଇରାନ ଆକ୍ରମଣ କରିବା ପରେ ଏହି ଘଟଣା ଘଟିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+