ଇରାନରେ ହିଜାବ ବିରୋଧୀ ବିଦ୍ରୋହ, ଆମେରିକା ଓ ଇସ୍ରାଏଲକୁ ଦାୟୀ କଲା ଇରାନ
ଏହି ଆନ୍ଦୋଳନ କେବେଳ ଇରାନ୍ରେ ସୀମିତ ନାହିଁ ଏହା ଅନ୍ୟ ଦେଶକୁ ମଧ୍ୟ ବ୍ୟାପିଲାଣି। ଦେଶରେ ଆନ୍ଦୋଳନ ପାଇଁ ଆମେରିକା ଓ ଇସ୍ରାଏଲକୁ ଦାୟୀ କରିଛି ଇରାନ।
ତେହେରାନ: ଇରାନରେ ଗତ ଦୁଇ ସପ୍ତାହରୁ ଅଧିକ ଦିନ ହେଲା ହିଜାବ ବିରୋଧୀ ଆନ୍ଦୋଳନ ଜାରି ରହିଛି। ସେପ୍ଟେମ୍ବର 16 ତାରିଖରେ ମୋରାଲିଟି ପୋଲିସ କଷ୍ଟଡିରେ ପୁରୁଣା ଇରାନୀ କୁର୍ଦ୍ଦିଶ ମହିଳା ଆମିନୀଙ୍କ ମୃତ୍ୟୁ ପରେ ଏହି ଆନ୍ଦୋଳନ ଆରମ୍ଭ ହୋଇ ବର୍ତ୍ତମାନ ଯାଏଁ ଜାରି ରହିଛି। ତେବେ ଏହି ଆନ୍ଦୋଳନ କେବେଳ ଇରାନ୍ରେ ସୀମିତ ନାହିଁ ଏହା ଅନ୍ୟ ଦେଶକୁ ମଧ୍ୟ ବ୍ୟାପିଲାଣି। ଦେଶରେ ଆନ୍ଦୋଳନ ପାଇଁ ଆମେରିକା ଓ ଇସ୍ରାଏଲକୁ ଦାୟୀ କରିଛି ଇରାନ।

ସୋମବାର ଇରାନର ମୁଖ୍ୟ ନେତା ଅୟୋତୁଲ୍ଲା ଅଲୀ ଖାମିନେଇ ଏହି ଆନ୍ଦୋଳନକୁ ସରକାରୀ ବିରୋଧୀ ଆନ୍ଦୋଳନ ବିଷୟରେ କହିଛନ୍ତି, ଇରାନ ଟପ୍ ଲିଡର ବିକ୍ଷୋଭ ଉପରେ ନିରବ ରହୁଛନ୍ତି। ତେବେ ଆନ୍ଦୋଳନର କାରଣ ଅନ୍ୟ ଦେଶ ବୋଲି ଦର୍ଶାଇ ଖାମିନେଇ କହିଛନ୍ତି " ମୁଁ ସ୍ପଷ୍ଟ ରୂପରେ କହିବାକୁ ଚାହେଁ ଯେ ଦେଶରେ ଏଇ ଯେଉଁ ଦଙ୍ଗା ଓ ବିକ୍ଷୋଭ ସୃଷ୍ଟି ହୋଇଛି ତାହା ଆମେରିକା ଓ ଇସ୍ରାଏଲ୍ର ଷଡ଼ଯନ୍ତ୍ର କି ? ବିଦେଶୀ ଶକ୍ତି ଦ୍ୱାରା ଲାଭାନ୍ୱିତ ଲୋକ ଓ କିଛି ବେଇମାନ ଇରାନୀ ଲୋକ ବାହାରେ ରହି ଏଦିଗରେ ସହଯୋଗ କରୁଛନ୍ତି।" ତେହେରାନ୍ରେ ପୁଲିସ ୟୁନିଭର୍ସିଟିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏପରି କହିଛନ୍ତି ଖାମିନେଇ।
"ସେହି ଇରାନୀ ମହିଳାଙ୍କ ମୃତ୍ୟୁ ଦୁର୍ଘଟଣା ବଶତଃ ବୋଲି କହିଛନ୍ତି ସେ। ଏହା ଆମକୁ ବି ଦୁଃଖ ଦେଇଛି। ତେବେ ଘଟଣା ବିଷୟରେ ବିନା ତଦନ୍ତ କରି ଯେଉଁଭଳି କିଛି ଲୋକ କୋରାନ ପୋଡୁଛନ୍ତି, ହିଜାବ ପିନ୍ଧିଥିବା ମହିଳାଙ୍କୁ ଠାରୁ ହିଜାବ କାଢ଼ି ନେଉଛନ୍ତି, ମସ୍ଜିଦ୍ ପୋଡୁଛନ୍ତି ତାହା ସାଧାରଣ ପ୍ରତିକ୍ରିୟା ଲାଗୁନି। " ବିଦେଶୀ ଶକ୍ତି ଇରାନର ଅଭିବୃଦ୍ଧିରେ ବାଧା ସୃଷ୍ଟି କରୁଛନ୍ତି। ଏହି ପରି ଘଟଣା ସବୁ କରି ଇରାନକୁ ତଳକୁ ଖସାଇବା ପାଇଁ ଏମାନଙ୍କର ଏହା ଆଉ ଏକ ବାହାନ ବୋଲି ଖାମିନେଇ କହିଛନ୍ତି।












Click it and Unblock the Notifications