ଦୁବାଇ ବିମାନ ବନ୍ଦରରେ ଇରାନର ଆକ୍ରମଣ; ଭାରତୀୟଙ୍କ ସହ ୪ଆହତ

ବୁଧବାର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର (DXB) ନିକଟରେ ଇରାନ ପୁଣି ଆକ୍ରମଣ କରିଛି। ଦୁବାଇ ଗଣାମଧ୍ୟମ ଅନୁସାରେ ଏଥିରେ ଚାରିଜଣ ଆହତ ହୋଇଛନ୍ତି। ମଧ୍ୟପ୍ରାଚ୍ୟ ସଂଘର୍ଷ ମଧ୍ୟରେ ପୁଣି ଦୁବାଇ ବିମାନବନ୍ଦର ଉପରେ ଡ୍ରୋନ୍ ଆକ୍ରମଣ କରିଛି ଇରାନ। ଦୁଇଟି ଡ୍ରୋନ୍ ବିମାନବନ୍ଦର ନିକଟରେ ଖସିପଡ଼ିଛି। ଯେଉଁଥିରେ ଚାରି ଜଣ ଆହତ ହୋଇଥିବା ଦୁବାଇ ଗଣମାଧ୍ୟମ କହିଛି। ଇରାନ ସଙ୍କଟର ଦ୍ୱାଦଶ ଦିନରେ ମଧ୍ୟ ଉପସାଗରରେ ଭିତ୍ତିଭୂମି ଉପରେ ଆକ୍ରମଣ ଜାରି ରହିଛି, ଯାହା ବିଶ୍ୱ ବିମାନ ଚଳାଚଳରେ ବ୍ୟାପକ ବାଧା ସୃଷ୍ଟି କରିଛି। ଆକ୍ରମଣରେ ଦୁଇ ଘାନା ର ନାଗରିକ, ଜଣେ ବାଂଲାଦେଶୀ ଏବଂ ଜଣେ ଭାରତୀୟ ନାଗରିକ ଆହତ ହୋଇଛନ୍ତି।

ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ଯୁଦ୍ଧ ଆରମ୍ଭ ହେବା ପରେ ଦୁବାଇର ଏମିରେଟ୍ସ ଏବଂ ଆବୁଧାବିର ଏତିହାଦ ପରି ୟୁଏଇ ବିମାନ କମ୍ପାନୀଗୁଡ଼ିକ ପୁନଃ ଉଡ଼ାଣ ଆରମ୍ଭ କରିଛନ୍ତି। କିନ୍ତୁ ଆକ୍ରମଣ ପରେ ଦୁବାଇ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଏକ ନୂତନ ପ୍ରଭାବ ପଡ଼ିଛି।

Dubai airport
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+