ସ୍କୁଲରେ ବୋମା ଧମକ ଘଟଣା: ଛାତ୍ରଙ୍କୁ ଧରିଲା ଦିଲ୍ଲୀ ପୋଲିସ,୪୦୦ ସ୍କୁଲକୁ ଦେଇଥିଲେ ମିଥ୍ୟା ବୋମା ଧମକ

ନୂଆଦିଲ୍ଲୀ : ଦିଲ୍ଲୀରେ ଲଗାତାର ସ୍କୁଲ ଗୁଡ଼ିକୁ ମିଳୁଥିବା ବୋମା ଧମାକାର ଧମକ ପଛରେ ଏକ ଏନଜିଓ ଓ ରାଜନୀତିକ ଦଳର ଲିଙ୍କ୍‌ ସାମନାକୁ ଆସିଛି। ଲମ୍ୱା ଯାଞ୍ଚ ପରେ ପୁଲିସକୁ ଏହି ସୁରାକ ମିଳିଛି। ହେଲେ , ଦିଲ୍ଲୀ ପୁଲିସ୍‌ ଏବେ ଏହି ଏନଜିଓ ଓ ରାଜନୀତିକ ଦଳର ନାଁ କହି ନାହିଁ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏକାସାଙ୍ଗରେ ୨୫୦ ସ୍କୁଲକୁ ଯେଉଁ ମେଲ୍ ପଠାଯାଇଥିଲା, ତାହା ପଛରେ ଏହି ଛାତ୍ର ଜଣକ ରହିଛନ୍ତି । କିଛି ଗଭୀର ଷଡଯନ୍ତ୍ର ଅଛି କି ନାହିଁ, ସେ ଦିଗରୁ ବି ପୋଲିସ ତଦନ୍ତ କରୁଛି । କାରଣ, ଛାତ୍ର ଜଣକ ଯେଉଁଭଳି ପ୍ରକାର ଟେକ୍ନିକାଲ୍ ଶବ୍ଦ ବ୍ୟବହାର କରୁଥିଲେ, ତାହା ଜଣେ ଦୁର୍ଦ୍ଦାନ୍ତ ବ୍ୟକ୍ତିଙ୍କର କାମ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରିଛି ।

ଦିଲ୍ଲୀ ପୋଲିସର ସ୍ପେଶାଲ ସିପି ମାଧୁପ ତିୱାରୀ କହିଛନ୍ତି, ସ୍କୁଲଗୁଡ଼ିକୁ ୨୦୨୪ ଫେବୃୟାରୀ ୧୨ରୁ କ୍ରମାଗତ ଭାବରେ ମେଲ୍ ଆସୁଥିଲା । ଏଥିଯୋଗୁ ସ୍କୁଲରେ ଅନେକ ଥର ପରୀକ୍ଷା ବାତିଲ କରିବାକୁ ପଡ଼ିଥିଲା । ମେଲଗୁଡ଼ିକ ବହୁତ ଉନ୍ନତ ଜ୍ଞାନକୌଶଳ ସହିତ ପଠାଯାଉଥିଲା । ଏହା ପଛରେ ଆତଙ୍କବାଦୀ ଗୋଷ୍ଠୀ ଥାଇପାରେ ବୋଲି ସନ୍ଦେହ କରାଯାଇଥିଲା ।

delhi police

ମାଧୁପ ତିୱାରୀ କହିଛନ୍ତି, ୨୦୨୫ ଜାନୁୟାରୀ ୮ରେ ଯେଉଁ ଶେଷ ଇମେଲ୍ ଆସିଥିଲା, ସେହି ମେଲରୁ ଆମେ ଛାତ୍ରଙ୍କୁ ଚିହ୍ନଟ କରିଥିଲୁ । ତାଙ୍କ ଲାପଟପର ଫୋରେନସିକ୍ ପରୀକ୍ଷଣରୁ ଜଣାପଡ଼ିଛି କି, ସେ ୪୦୦ରୁ ଅଧିକ ଇମେଲ୍ ପଠାଇଛନ୍ତି । ତେବେ ଜଣେ ପିଲା ଏକାକୀ କିପରି ଏହା କରିପାରିବ ବୋଲି ସନ୍ଦେହ ହେବାରୁ ଆମେ ଏହାର ତଦନ୍ତ ଆରମ୍ଭ କରିଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+