For Quick Alerts
Turn On Notification  
For Daily Alerts
Oneindia App Download

ଆଜି ଅନ୍ତର୍ଜାତୀୟ ଯୁବ ଦିବସ

ଆନ୍ତର୍ଜାତୀୟ ଯୁବ ଦିବସ ପ୍ରତିବର୍ଷ ଅଗଷ୍ଟ 12ତାରିଖରେ ପାଳନ କରାଯାଏ । ଏହି ଉତ୍ସବର ପରିକଳ୍ପନା ମିଳିତ ଜାତିସଂଘଦ୍ୱାରା 1999 ମସିହାରେ ଏ/ରେସ୍/54/120 ଅଧିନିୟମ ଅନୁଯାୟୀ କରାଯାଇଥିଲା ।

|

ଲଣ୍ଡନ: ଅନ୍ତର୍ଜାତୀୟ ଯୁବ ଦିବସ ପ୍ରତିବର୍ଷ ଅଗଷ୍ଟ 12ତାରିଖରେ ପାଳନ କରାଯାଏ । ଏହି ଉତ୍ସବର ପରିକଳ୍ପନା ମିଳିତ ଜାତିସଂଘଦ୍ୱାରା 1999 ମସିହାରେ ଏ/ରେସ୍/54/120 ଅଧିନିୟମ ଅନୁଯାୟୀ କରାଯାଇଥିଲା । ଏହି ଦିବସ ସରକାର ଓ ଅନ୍ୟମାନଙ୍କୁ ଯୁବକମାନଙ୍କର ସମସ୍ୟା ଓ ସଂଘର୍ଷ ବାବଦରେ ଏକ ସାମାଜିକ ଜାଗରଣ ସୃଷ୍ଟିକରିବାର ସୁଯୋଗ ପ୍ରଦାନ କରିଥାଏ । ଏହି ଦିବସରେ ବିଶ୍ୱବ୍ୟାପୀ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଉତ୍ସବ, କର୍ମଶାଳା ଆଦିର ଆୟୋଜନ କରାଯାଇଥାଏ ।

international youth day

ଅନ୍ତର୍ଜାତୀୟ ଯୁବ ଦିବସ ହେଉଛି ଭାରତର ଯୁବକ ଏବଂ ଯୁବକମାନଙ୍କ ପାଇଁ ଉତ୍ସର୍ଗୀକୃତ ଏକ ବିଶେଷ ଦିନ, ଯେଉଁମାନଙ୍କର ଦେଶର ଭବିଷ୍ୟତକୁ ଉନ୍ନତ ତଥା ସୁସ୍ଥ କରିବାର ସାମର୍ଥ୍ୟ ରହିଛି ।

ମିଳିତ ଜାତିସଂଘ ଏହି ଦିବସକୁ ପାଳନ କରିବା ଆରମ୍ଭ କରିଥିଲା। ଯୁବଗୋଷ୍ଠୀର ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରାଇବା ଏଇ ଦିବସର ମୁଖ୍ୟ ଉଦ୍ଦେଶ୍ୟ । ପ୍ରଥମ ଯୁବ ଦିବସ 2000 ମସିହାରେ ପାଳିତ ହୋଇଥିଲା । ଏହି ଦିବସରେ ଭାରତ ସରକାରଙ୍କ ପକ୍ଷରୁ "ଜାତୀୟ ଯୁବ ସମ୍ମାନ" ପ୍ରଦାନ କରାଯାଇଥାଏ । ଏହି ଦିନଟିକୁ ବିଭିନ୍ନ ସ୍ଥାନରେ ଅତି ଆନନ୍ଦର ସହିତ ପାଳନ କରାଯାଏ ।

ତେବେ ସେହି ଦିନ ଠାରୁ ପ୍ରତି ବର୍ଷ ଅନ୍ତର୍ଜାତୀୟ ଯୁବ ଦିବସ ପାଳନ କରାଯାଏ। 2014 ମସିହାରେ ଅନ୍ତର୍ଜାତୀୟ ଯୁବ ଦିବସର ବାର୍ତ୍ତା ଥିଲା ଯୁବ ଗୋଷ୍ଠୀ ଓ ମାନସିକ ସ୍ଵାସ୍ଥ୍ୟ। ତା ପର ବର୍ଷ ଅର୍ଥାତ୍ 2015 ମସିହାରେ ବାର୍ତ୍ତା ରହିଥିଲା ଯୁବଗୋଷ୍ଠୀ ଓ ସାମାଜିକ ସହଭାଗିତା। ସେହି ଭଳି 2016ର ବାର୍ତ୍ତା ରହିଥିଲା 2030 ପଥରେ ଗରିବୀ ଦୂରୀକରଣ ଏବଂ ସ୍ଥାୟୀ ବ୍ୟବହାର ଓ ଉତ୍ପାଦନ ହାସଲ ।2017ମସିହାର ବାର୍ତ୍ତା ଥିଲା ଶାନ୍ତି ପ୍ରତିଷ୍ଠା ଦିଗରେ ଯୁବଗୋଷ୍ଠୀ। 2018ର ବାର୍ତ୍ତା ଥିଲା ଯୁବଗୋଷ୍ଠୀଙ୍କ ନିମନ୍ତେ ସୁରକ୍ଷିତ ପୃଥିବୀ । 2019ର ବାର୍ତ୍ତା ଥିଲା ଶିକ୍ଷା ରେ ପରିବର୍ତ୍ତନ। ସମସ୍ତଙ୍କ ପାଇଁ ଶିକ୍ଷା ଦିଗରେ କାର୍ଯ୍ୟକରିବା ଏହି ବାର୍ତ୍ତାର ଉଦ୍ଦେଶ୍ୟ ଥିଲା । 2020 ମସିହାରେ ବାର୍ତ୍ତା ଥିଲା ବିଶ୍ଵ କାର୍ଯ୍ୟରେ ଯୁବଗୋଷ୍ଠୀ ର ଯୋଗଦାନ । 2021 ମସିହାର ବାର୍ତ୍ତା ଥିଲା ଖାଦ୍ୟ ପ୍ରଣାଳୀ ରେ ପରିବର୍ତ୍ତନ: ଯୁବ ଗୋଷ୍ଠୀ ଙ୍କ ପ୍ରୟାସ। ଆନ୍ତର୍ଜାତୀୟ ଯୁବ ଦିବସ 2022 ପାଇଁ ଏ ବିଷୟବସ୍ତୁ ହେଉଛି "ଅନ୍ତଜାତୀୟ ଏକତା: ସବୁ ବୟସ ପାଇଁ ଏକ ବିଶ୍ୱ ସୃଷ୍ଟି କରିବା । "

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
International Youth Day 2022: Know About Its Importance, Theme and History
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X