Get Updates
Get notified of breaking news, exclusive insights, and must-see stories!

ଶ୍ରୀନଗରରେ ଯୋଗ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ: କହିଲେ ଯୋଗ ପ୍ରତି ଆକର୍ଷଣ ବଢ଼ିବାରେ ଲାଗିଛି

ଆଜି ପାଳିତ ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ଶ୍ରୀନଗରରେ ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଶ୍ରୀନଗରରେ ଯୋଗ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିଛନ୍ତି, ଯୋଗ ପ୍ରତି ସାରା ବିଶ୍ବ କିପରି ଆକର୍ଷିତ ହୋଇଛି କହିଲେ ମୋଦି । ଦିନକୁ ଦିନ ଅଧିକରୁ ଅଧିକ ଲୋକ ଯୋଗାଭ୍ୟାସ କରୁଛନ୍ତି । ଯୋଗ ପ୍ରତି ଆକର୍ଷଣ ବଢ଼ିବାରେ ଲାଗିଛି ବୋଲି ସେ କହିଛନ୍ତି ।

ଯୋଗର ମହତ୍ତ୍ୱ ଏବଂ ଏହାର ସ୍ୱାସ୍ଥ୍ୟ ଉପକାରିତା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ହେଉଛି ନିଜ ପାଇଁ ଏବଂ ସମାଜ ପାଇଁ । ଯୋଗ ପ୍ରତି ସାରା ବିଶ୍ବ କିପରି ଆକର୍ଷିତ ହୋଇଛି ସେନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଦିନକୁ ଦିନ ଅଧିକରୁ ଅଧିକ ଲୋକ ଯୋଗାଭ୍ୟାସ କରୁଛନ୍ତି । ଯୋଗ ବିଷୟରେ ଅନୁଧ୍ୟାନ ପାଇଁ ବିଶ୍ୱରୁ ବହୁ ପର୍ଯ୍ୟଟକ ଭାରତ ଆସୁଛନ୍ତି। ଆଜିକାଲିତ ଲୋକେ ବ୍ୟକ୍ତିଗତ ଟ୍ରେନର ରଖିଲେଣି । ଯୋଗ ଯୁବପିଢିଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିଛି ବୋଲି ସେ କହିଛନ୍ତି ।

PM Modi in Srinagar

ମୋଦି ଆହୁରି କହିଛନ୍ତି, ମୁଁ ଯୋଗ ଏବଂ ସାଧନାର ମାଟି କାଶ୍ମୀରକୁ ଆସିବାର ସୁଯୋଗ ପାଇଛି। ଶ୍ରୀନଗରରେ ଯୋଗରୁ ଆସୁଥିବା 'ଶକ୍ତି' ଅନୁଭବ କରିପାରିବା। କାଶ୍ମୀରରୁ ଭାରତବାସୀ ଏବଂ ଯୋଗ ଦିବସ ଅବସରରେ ବିଶ୍ୱବାସୀଙ୍କୁ ମୁଁ ମୋର ଶୁଭେଚ୍ଛା ଜଣାଉଛି | ଚଳିତ ବର୍ଷ ଭାରତରେ ଜଣେ ୧୦୧ ବର୍ଷ ବୟସ୍କା ମହିଳା ଯୋଗ ଶିକ୍ଷକଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ସେ କଦାପି ଭାରତ ଗସ୍ତ କରିନାହାନ୍ତି, କିନ୍ତୁ ଯୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଆଜି ବିଶ୍ୱର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ତଥା ଅନୁଷ୍ଠାନରେ ଯୋଗ ଶିକ୍ଷା ଦିଆଯାଉଛି।

ଦିଲ୍ଲୀ, ଚଣ୍ଡିଗଡ଼, ଡେରାଡୁନ୍, ରାଞ୍ଚି, ଲକ୍ଷ୍ନୌ, ମହୀଶୂର ତଥା ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାର, ୱାଶିଂଟନରେ ମିଳିତ ଜାତିସଂଘ ମୁଖ୍ୟାଳୟ ଏବଂ ଲଣ୍ଡନରେ ପାର୍କ ସମେତ ଅନେକ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଦେଶରେ ଥିବା ଦୂତାବାସ ଏବଂ ଭାରତୀୟ ମିଶନ ମଧ୍ୟ ଅଂଶଗ୍ରହଣ କରିଛନ୍ତି।

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ସକାଳ ୭ଟା ସମୟରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ଯୋଗଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+