Get Updates
Get notified of breaking news, exclusive insights, and must-see stories!

ଆଜି ବିଶ୍ୱ ଜନଜାତି ଦିବସ : କାହିଁକି ଓ କେବେଠୁ ପାଳନ ହେଉଛି ଏହି ଦିବସ ? କଣ ରହିଛି ଇତିହାସ ?

ଆଜି ବିଶ୍ୱ ଜନଜାତି ଦିବସ । ବିଶ୍ବର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଲୋକଙ୍କ ଅଧିକାରର ସୁରକ୍ଷା ଓ ଏ ସଂପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଅଗଷ୍ଟ ୯ ତାରିଖକୁ ବିଶ୍ଵ ଜନଜାତି ଦିବସ ରୂପେ ପାଳନ କରାଯାଉଛି ।

ତେବେ ଆଦିବାସୀଙ୍କ ସୁବିଧା ସୁଯୋଗ ଯୋଗାଇବା ସହିତ ସେମାନଙ୍କୁ ଆଗକୁ ବଢିବାରେ ସହାୟତା କରିବା ନେଇ ଏହି ଦିନଟିକୁ ଦେଶ ବ୍ୟାପି ପାଳନ କରାଯାଏ ।

2011 ଜନଗଣନା ଅନୁଯାୟୀ, ଭାରତର ଜନସଂଖ୍ୟାର 8.6% କିମ୍ବା 104 ନିୟୁତ ଲୋକ ଆଦିବାସୀ ଅଟନ୍ତି। ମଧ୍ୟପ୍ରଦେଶର ମଧ୍ୟ ପ୍ରଦେଶରେ ବହୁ ସଂଖ୍ୟାରେ ଅନୁସୂଚିତ ଜନଜାତି ବାସ କରନ୍ତି, ଯେଉଁଥିରେ ଆଦିବାସୀ ଜନସଂଖ୍ୟାର 20% କିମ୍ବା 15 ନିୟୁତ ଲୋକ ଅଛନ୍ତି।

World s Indigenous Peoples 2

ଆଦିବାସୀ ଦିବସର ଇତିହାସ :
ଡିସେମ୍ବର 1994 ରେ, ମିଳିତ ଜାତିସଂଘର ସାଧାରଣ ସଭା ନିଷ୍ପତ୍ତି ନେଇଥିଲା ଯେ ବିଶ୍ଵରେ ଅନୁସୂଚିତ ଜନଜାତିର ଆନ୍ତର୍ଜାତୀୟ ଦିବସ ପ୍ରତିବର୍ଷ 9 ଅଗଷ୍ଟରେ ପାଳନ କରାଯିବା ଉଚିତ୍। 1982 ମସିହାରେ ଜେନିଭା ଥରେ ଅନୁଷ୍ଠିତ ମାନବ ଅଧିକାରର ପ୍ରୋତ୍ସାହନ ଏବଂ ସୁରକ୍ଷା ଉପରେ ଉପ-ଆୟୋଗର ଅନୁସୂଚିତ ଜାତିସଂଘର ୱାର୍କିଂ ଗ୍ରୁପ୍ ର ପ୍ରଥମ ଵୈଠକକୁ ସ୍ୱୀକୃତି ଦେଇ ଏହି ତାରିଖ ଚୟନ କରାଯାଇଥିଲା ।

ଥିମ୍

ପ୍ରତିବର୍ଷ ୟୁନେସ୍କୋ ବାର୍ଷିକ ଥିମ୍ ସହିତ ଜଡିତ କାର୍ଯ୍ୟକଳାପ ବିଷୟରେ ସୂଚନା ଦେଇ ଏହି ଦିନ ପାଳନ କରିଥାଏ । 'ସ୍ବେଚ୍ଛାକୃତ ବିଚ୍ଛିନ୍ନତା ଏବଂ ପ୍ରାରମ୍ଭିକ ଯୋଗାଯୋଗରେ ଆଦିବାସୀଙ୍କ ଅଧିକାରର ସୁରକ୍ଷା' ରହିଛି ।

ଏହି ଦିନ ମିଳିତ ଜାତିସଂଘର ସରକାରୀ ସଂଗଠନ ଏବଂ ଅନେକ ଦେଶ, ଆଦିବାସୀ ସମ୍ପ୍ରଦାୟର ଲୋକ, ଆଦିବାସୀ ସଂଗଠନ ସମଗ୍ର ବିଶ୍ୱରେ ଜନ ଉତ୍ସବ ଆୟୋଜନ କରନ୍ତି। ବିଭିନ୍ନ ଆଲୋଚନା ଏବଂ ସଙ୍ଗୀତ କାର୍ଯ୍ୟକ୍ରମ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।

ଓଡ଼ିଶାର 78ପ୍ରତିଶତ ଆଦିବାସୀ ଲୋକେ ଜଙ୍ଗଲରେ ବସବାସ କରୁଛନ୍ତି । ରାଜ୍ୟର ପ୍ରାୟ ଲୋକ ଜଙ୍ଗଲଜାତ ଦ୍ରବ୍ୟ ବ୍ୟବହାର କରିଥାନ୍ତି । ଯେଉଁଥିରେ ଆଦିବାସୀମାନଙ୍କର ବଡ ଭୂମିକା ରହିଛି । ସେମାନଙ୍କ ସାହାଯ୍ୟରେ ଏହି ଦ୍ରବ୍ୟ ବଜାରରେ ସହଜରେ ପହଞ୍ଚି ପାରୁଛି । ହେଲେ ଏତେସବୁ ପରେ ବି ଆଦିବାସୀମାନେ କୌଣସି ସୁବିଧା ପାଇ ପାରୁନାହାଁନ୍ତି । ଅନେକ ଆଦିବାସୀ ଅଞ୍ଚଳକୁ ଯିବାକୁ ରାସ୍ତାଟିଏ ନାହିଁ ଆଉ କେଉଁଠି ବିଦ୍ୟୁତ ଓ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ଏଠି ବସବାସ କରୁଥିବା ଲୋକେ । କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର ରୂପାୟନରେ ଫେଲ ମାରୁଥିବାରୁ ଆଦିବାସୀମାନେ ସେମାନଙ୍କ ନାର୍ଯ୍ୟ ସୁବିଧା ସୁଯୋଗ ପାଇ ପାରୁ ନାହାଁନ୍ତି । ଶିକ୍ଷା କ୍ଷେତ୍ରରେ ମଧ୍ୟ ଛୋଟଛୋଟ ପିଲା ପାଉନାହାଁନ୍ତି ସେତେଟା ସୁବିଧା । ପାଠ ଦି ଅକ୍ଷର ପଢିବା ପାଇଁ ପାଖ ଗାଁକୁ ଯିବାକୁ ହେଉଛି ନଚେତ ପାଠରେ ଡୋରି ବାନ୍ଧି ଘରେ ବସୁଛନ୍ତି ପିଲା । ଅନ୍ଧକାରରେ ରହୁଛି କାଲିର ଭବିଷ୍ୟତ । ତେବେ ଆଦିବାସୀଙ୍କ ସୁବିଧା ସୁଯୋଗ ଯୋଗାଇବା ସହିତ ସେମାନଙ୍କୁ ଆଗକୁ ବଢିବାରେ ସହାୟତା କରିବା ନେଇ ଏହି ଦିନନଟିକୁ ଦେଶ ବ୍ୟାପି ପାଳନ କରାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+