Get Updates
Get notified of breaking news, exclusive insights, and must-see stories!

ଟିନ୍ ଏଜରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲାଗିବ ପ୍ରତିବନ୍ଧକ, ଜାଣନ୍ତୁ କାରଣ

କମ୍ପାନୀ ପକ୍ଷରୁ ନୂଆ ନିୟମ ଜାରି ହୋଇଛି । କିଶୋର ବୟସ୍କ ବ୍ୟବହାରକାରୀଙ୍କ ପାଇଁ ସମ୍ବେଦନଶୀଳ ବିଷୟବସ୍ତୁକୁ ସୀମିତ ରଖିବା ନେଇ ହୋଇଛି ନିଷ୍ପତ୍ତି ।

ସାନ ଫ୍ରାନ୍ସିସ୍କୋ: ସୋସିଆଲ ମିଡିଆ ବର୍ତ୍ତମାନ ପିଲା ଠାରୁ ବୁଢା ସମସ୍ତଙ୍କର ଅଭ୍ୟାସରେ ପରିଣତ ହେଲାଣି । ତେବେ ଏହାକୁ ବ୍ୟବହାର କରିବାର କିଛି ନିୟମ ରହିଛି । ଯାହା ଅନେକ କ୍ଷେତ୍ରରେ ମାନୁନଥିବା ଦେଖାଯାଇଛି । ତେବେ ଟିନ୍ ଏଜର ପିଲାମାନେ ଏଥିରେ ଅଧିକ ସମୟ ବିତାଇଥାନ୍ତି । ତେବେ ବର୍ତ୍ତମାନ କମ୍ପାନୀ ପକ୍ଷରୁ ନୂଆ ନିୟମ ଜାରି ହୋଇଛି । କିଶୋର ବୟସ୍କ ବ୍ୟବହାରକାରୀଙ୍କ ପାଇଁ ସମ୍ବେଦନଶୀଳ ବିଷୟବସ୍ତୁକୁ ସୀମିତ ରଖିବା ନେଇ ହୋଇଛି ନିଷ୍ପତ୍ତି ।

Instagram,

ଏହି ନୂଆ ନିୟମ ଦ୍ବାରା ଇନଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିବାରେ ସଫଳ ହେବେ କିଶୋରମାନେ । ମେଟା ମାଲିକାନା ଫଟୋ ଏବଂ ଭିଡିଓ ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଘୋଷଣା କରିଛି ଯେ, ଏହା ପ୍ଲାଟଫର୍ମରେ ଡିଫଲ୍ଟ ଭାବରେ ନୂତନ କିଶୋର ଉପଭୋକ୍ତାମାନଙ୍କ ପାଇଁ ସମ୍ବେଦନଶୀଳ ବିଷୟବସ୍ତୁକୁ ସୀମିତ କରିବ । କିଶୋରମାନଙ୍କ ପାଇଁ ସମ୍ବେଦନଶୀଳ ବିଷୟବସ୍ତୁ ନିୟନ୍ତ୍ରଣରେ କେବଳ ଦୁଇଟି ବିକଳ୍ପ "ଷ୍ଟାଣ୍ଡାର୍ଡ" ଏବଂ "ଲେସ" ରହିଛି ବୋଲି ଇନଷ୍ଟାଗ୍ରାମ କହିଛି ।

ଇନଷ୍ଟା ଏକ ବ୍ଲଗ୍ ପୋଷ୍ଟରେ କହିଛି, "16 ବର୍ଷରୁ କମ୍ ଇନଷ୍ଟାଗ୍ରାମରେ ନୂତନ କିଶୋରମାନେ "ଲେସ୍" ଅବସ୍ଥାରେ ଡିଫଲ୍ଟ ହେବେ। କିଶୋରମାନଙ୍କ ପାଇଁ, ଆମେ ସେମାନଙ୍କୁ "ଲେସ୍" ଅଭିଜ୍ଞତା ବାଛିବା ପାଇଁ ଉତ୍ସାହିତ ବା ପ୍ରମୋଟ କରିବୁ । ଏହା ୟଙ୍ଗ ବା ଯୁବ ବ୍ୟବହାରକାରୀଙ୍କ ପାଇଁ ସେନସ୍ସିଟିଭ କଣ୍ଟେଣ୍ଟ କିମ୍ବା ଆକାଉଣ୍ଟ ସର୍ଚ୍ଚ କରିବାରେ, ଏକ୍ସପ୍ଲୋର ହ୍ୟାସଟ୍ୟାଗ୍ ପେଜ, ରିଲ୍ସ, ଫିଡ୍ ରେକୋମେଣ୍ଡେସନ ଏବଂ ସଜେଷ୍ଟେଡ ଆକାଉଣ୍ଟ ମିଳିବା କଷ୍ଟକର ହୋଇପାରେ । ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କୁ କିପରି ସେମାନଙ୍କର ଅଭିଜ୍ଞତାକୁ ବ୍ୟକ୍ତିଗତ କରିବାରେ ସହାୟକ ହେବ ସେଥିପାଇଁ ସର୍ବଦା ପ୍ରୟାସ କରୁଛୁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+