ଇଣ୍ଡୋନେସିଆ ଭୂକମ୍ପ ଝଟକା , ରିକ୍ଟର ସ୍କେଲରେ ତିବ୍ରତା ୬.୬
ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ପୂର୍ବ ଇଣ୍ଡୋନେସିଆରେ ୬.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ମଙ୍ଗଳବାର (ଏପ୍ରିଲ ୯, ୨୦୨୪) ୟୁନାଇଟେଡ୍ ଷ୍ଟେଟ୍ସ୍ ଜିଓଲୋଜିକାଲ ସର୍ଭେ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ସୂଚନା ଅନୁସାରେ ଇଣ୍ଡୋନେସିଆର ପୂର୍ବରେ ଥିବା ଉତ୍ତର ମାକୁଲୁ ରାଜ୍ୟର ହାଲମାହେରା ଦ୍ୱୀପରେ ଏହ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ।

ଏହି ଭୂମିକମ୍ପ କାରଣରୁ କୌଣସି ଧନଜୀବନ ହାନୀର ଖବର ମିଳିପାରି ନାହିଁ । ପାସିଫିକ୍ ସୁନାମି ସେଣ୍ଟର ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ଏନେଇ କୌଣସି ସଂକେତ ମିଳିନଥିଲା । ଭୂକମ୍ପର ଆଖପାଖ ଅଞ୍ଚଳର ଲୋକେ ଏନେଇ ବେଶ୍ ପ୍ରଭାବିତ ହୋଇଛନ୍ତି । ପୂର୍ବରୁ ସୂଚନା ନଥିବାରୁ ଲୋକେ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି । ଜାନୁଆରୀ ୨୦୨୧ରେ ଇଣ୍ଡୋନେସିଆ ସୁଲାୱେସି ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ସେଥିରେ ପାଖାପାଖି ୧୦୦ ଜଣ ଲୋକ ପ୍ରାଣ ହରାଇଥିଲେ ।












Click it and Unblock the Notifications