ପ୍ରକୃତି ରଚିଲା ତାଣ୍ଡବ, ଭୟଙ୍କର ବନ୍ୟାରେ ଚାଲିଗଲା ୫୦ ଜୀବନ
ନୂଆଦିଲ୍ଲୀ: ପ୍ରକୃତି ରଚିଲା ତାଣ୍ଡବ । ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ମେ' ୧୧ରୁ ପ୍ରବଳ ବର୍ଷା ହେବା କାରଣରୁ ଏଠାରେ ବନ୍ୟା ହୋଇଛି । ଅନେକ ଅଞ୍ଚଳରେ ଭୂସ୍ଖଳନ ହୋଇଛି । ଚଟାଣ ଏବଂ ପାହାଡ଼ରୁ ପଥର ଖଣ୍ଡ ସହ ଆଗ୍ନେଗିରିରୁ ଶୀତଳ ଲାଭା ବହି ଜନବସତି ଅଞ୍ଚଳରେ ପଶିବା ଯୋଗୁ ସ୍ଥିତ ଏହି ଅଞ୍ଚଳରେ ଗମ୍ଭୀର ହୋଇଛି ।
ଏହି ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୫୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଆଉ 27 ରୁ ଉର୍ଦ୍ଧ ଲୋକ ନିଖୋଜ ଅଛନ୍ତି । ଆଉ ଯାହା ଫଳରେ ଆଶା କରାଯାଉଛି ଏଠାରେ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ , ସୁମାତ୍ରାର ଅଗମ ଏବଂ ତନାହ ଦାତାର ଜିଲ୍ଲାରେ ସବୁଠୁ ଅଧିକ କ୍ଷୟକ୍ଷତି ହୋଇଛି । ଅନେକ ସହରରେ ରାସ୍ତା ଭାଙ୍ଗିଯାଇଛି । ଶତାଧୁକ ଘର, ମସ୍ଜିଦ ନ ନଷ୍ଟ ହୋଇଛି ।

ସୁମାତ୍ରା ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ଅଧିକାରୀ କହିଛନ୍ତି, କେବଳ ରବିବାର ୩୭ ଜଣଙ୍କ ମୃତଦେ ମିଳିଥିଲା । ଏବେ ଏହା ବୃଦ୍ଧି ପାଇ ୫୦ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ୨ ଶିଶୁ ରହିଛନ୍ତି । ସ୍ଥାନେ ସ୍ଥାନେ ଭୂସ୍ଖଳନ ଯୋଗୁ ୩୭ରୁ ଅକ ଲୋକ ଆହତ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରାୟ ୩, ୩୯୬ଜଣଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।












Click it and Unblock the Notifications