ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି; ରନୱେରୁ ଫେରିଲା ବିମାନ; ଥିଲେ ୧୪୦ ଯାତ୍ରୀ

ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ବିଷୟରେ ଜଣାପଡିବା ପରେ ପାଇଲଟ ରନୱେରୁ ଟର୍ମିନାଲକୁ ଫେରାଇଥିଲେ । ଇନ୍ଦୋରର ଅହଲ୍ୟାବାଇ ହୋଲକର ଏୟାରପୋର୍ଟରେ ଏହି ଘଟଣା ଦେଖିବାକୁ ମିଳିଥିଲା ।

ଇନ୍ଦୋର ଏୟାରପୋର୍ଟ ତରଫରୁ ମିଳିଥିବା ସୂଚନା ମୁତାବକ, ବିମାନରେ ସାମାନ୍ୟ ଯାନ୍ତ୍ରିକ ତ୍ରୁଟି ରହିଥିଲା, ଯେଉଁଥି ପାଇଁ ତୁରନ୍ତ ବିମାନକୁ ଫେରାଇ ଅଣାଯାଇଥିଲା । ପାଖାପାଖି ୧ ଘଣ୍ଟା ଯାଞ୍ଚ ପରେ ବିମାନଟି ପୁଣି ଉଡ଼ାଣ ଭରିଥିଲା । ଏହି ସମୟରେ ବିମାନ ୧ ଘଣ୍ଟା ଯାଏଁ ରନୱେରେ ରହିଥିଲା । ଏହି ସମୟରେ ଯାତ୍ରୀମାନେ ବିମାନରେ ବସି ରହିଥିଲେ ଏବଂ ଠିକ୍ ହେବା ପାଇଁ ଅପେକ୍ଷା କରିଥିଲେ ।

ଏୟାରପୋର୍ଟର ନିର୍ଦ୍ଦେଶକ ବିପିନକାନ୍ତ ସେଠ କହିଛନ୍ତି, ଇଣ୍ଡିଗୋ 6E 6332 ରେ ଯାନ୍ତ୍ରିକ ତ୍ରୁଟି ବିଷୟର ପାଇଲଟ ଜାଣିବାକୁ ପାଇଥିଲେ । ବିମାନ ଉଡ଼ାଣ ଭରିବା ପାଇଁ ରନୱେକୁ ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟର୍ମିନାଲକୁ ଫେରାଇ ଅଣାଯାଇଥିଲା । ବିମାନକୁ ତନଖି କରାଯାଇଥିବା ବେଳେ ବିମାନକୁ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା ।

IndiGo flight from Indore to Bhubaneswar

ସୂଚନାଯୋଗ୍ୟ, ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ବିମାନଟି ସକାଳ ୯ଟାରେ ଉଡ଼ାଣ ଭରିବାର ଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଯାଞ୍ଚ ପରେ ସକାଳ ୧୦.୧୬ରେ ଗନ୍ତବ୍ୟ ସ୍ଥଳକୁ ଉଡ଼ାଣ ଭରିଥିଲା । ବିମାନରେ ୧୪୦ ଜଣ ଯାତ୍ରୀ ରହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+