India's FDI Hits $1000 Billion: ୧୦୦୦ ଆରବ ଡଲାର ପାର କଲା ପ୍ରତ୍ୟେକ୍ଷ ବିଦେଶ ନିବେଶ

ଭାରତରେ ପ୍ରତ୍ୟେକ୍ଷ ବିଦେଶ ନିବେଶ (ଏଫଡିଆଇ) ୨୦୦୦ ରୁ ୨୦୨୪ ମଧ୍ୟରେ ୧୦୦୦ ଆରବ ଡଲାର ପାର କରିଛି । ଏହା ବିଶ୍ୱସ୍ତରରେ ଏକ ନିରାପଦ ଏବଂ ପ୍ରାଥମିକ ପୁଞ୍ଜି ବିନିଯୋଗ ଲକ୍ଷ୍ୟ ଭାବରେ ଦେଶର ସୁନାମକୁ ସ୍ୱୀକୃତି ପ୍ରଦାନ କରୁଛି । ଏହି ନିବେଶ ଗୁଡିକ ମଧ୍ୟରୁ ଅଧିକାଂଶ ସେବା କ୍ଷେତ୍ର, କମ୍ପ୍ୟୁଟର ସଫ୍ଟୱେର୍ ଏବଂ ହାର୍ଡୱେର୍, ଟେଲିକମ୍, ବାଣିଜ୍ୟ, ଭିତ୍ତିଭୂମି, ଅଟୋମୋବାଇଲ୍, ରାସାୟନିକ ପଦାର୍ଥ ଏବଂ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରେ ଆସିଛି ।

ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ର ତଥ୍ୟ ଅନୁଯାୟୀ, ଇକ୍ୱିଟି, ପୁନର୍ନିବେଶିତ ଆୟ ଏବଂ ଅନ୍ୟାନ୍ୟ ପୁଞ୍ଜି ସହିତ ମୋଟ ଏଫଡିଆଇ ପରିମାଣ ଏହି ସମୟ ମଧ୍ୟରେ ୧,୦୩୩.୪୦ ବିଲିୟନ ଡ଼ଲାରରେ ପହଞ୍ଚିଛି ।

India s FDI Hits

ପରିସଂଖ୍ୟାନ ଅନୁଯାୟୀ, ପ୍ରାୟ ୨୫ ପ୍ରତିଶତ ଏଫଡିଆଇ ମରିସସ୍ ମାର୍ଗ ଦେଇ ଆସିଛି । ଏହା ପରେ ସିଙ୍ଗାପୁର (୨୪%), ଆମେରିକା (୧୦%), ନେଦରଲ୍ୟାଣ୍ଡ (୭%), ଜାପାନ (୬%), ବ୍ରିଟେନ (୫%), ୟୁଏଇ (୩%) ଏବଂ କେମାନ ଦ୍ୱୀପପୁଞ୍ଜ, ଜର୍ମାନୀ ଏବଂ ସାଇପ୍ରସ୍ ରହିଛନ୍ତି। ତଥ୍ୟ ଅନୁଯାୟୀ, ଏହି ଅବଧି ମଧ୍ୟରେ ମରିସସରୁ ୧୭୭.୧୮ ବିଲିୟନ ଡ଼ଲାର, ସିଙ୍ଗାପୁରରୁ ୧୬୭.୪୭ ବିଲିୟନ ଡ଼ଲାର ଏବଂ ଆମେରିକାର ୬୭.୮ ବିଲିୟନ ଡ଼ଲାର ନିବେଶ ଆସିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+