ହିନ୍ଦୁଙ୍କ ଉପରେ ଆକ୍ରମଣ ତଥ୍ୟ ବିଭ୍ରାନ୍ତିକର: ବାଂଲାଦେଶ

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ବୃଦ୍ଧି ପାଉଛି । ୨୦୨୪ରେ ଏବେ ସୁଦ୍ଧା ସେଠାରେ ୨୨୦୦ରୁ ଅଧିକ ହିନ୍ଦୁଙ୍କ ଉପରେ ଆକ୍ରମଣ ମାମଲା ସାମ୍ନାକୁ ଆସିଛି ବୋଲି ଗତକାଲି ଭାରତ ସରକାର ସୂଚନା ଦେଇଥିଲେ । ଆଜି (ଶନିବାର) ବାଂଲଦେଶ ଅନ୍ତରୀଣ ସରାକାରର ମୁଖ୍ୟ ମହମ୍ମଦ ୟୁନୁସ ଭାରତର ଏହି ତଥ୍ୟ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ ଭାରତ ଦେଇଥିବା ତଥ୍ୟ ବିଭ୍ରାନ୍ତିକର ।

ବାଂଲାଦେଶ କହିଛନ୍ତି, ଭାରତର ବୈଦେଶିକ ମନ୍ତ୍ରଣାଳୟ ରିପୋର୍ଟ କରିଛି ଯେ ୨୦୨୨ ମସିହାରେ ବାଂଲାଦେଶରେ ହିନ୍ଦୁଙ୍କ ବିରୁଦ୍ଧରେ ୪୭ଟି ହିଂସା, ୨୦୨୩ରେ ୩୦୨ ଏବଂ ୨୦୨୪ରେ ୨୨୦୦ ଘଟଣା ଘଟିଛି । ଏହି ସଂଖ୍ୟା ବିଭ୍ରାନ୍ତିକର ଏବଂ ମିଛ କଥା। ୟୁନୁସ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଜାନୁଆରୀରୁ ନଭେମ୍ବର ୨୦୨୪ ମଧ୍ୟରେ ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଘଟଣାର ସଂଖ୍ୟା ହେଉଛି ୧୩୮, ଯେଉଁଥିରେ ୩୬୮ଟି ଘର ଉପରେ ଆକ୍ରମଣ ହୋଇଛି ଓ ୮୨ ଜଣ ଆହତ ହୋଇଥିଲେ। "

yunus

ବଂଲାଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି, ବାଂଲାଦେଶର ଅନ୍ତରୀଣ ସରକାର ଏହି ଘଟଣାର ତଦନ୍ତ କରୁଛନ୍ତି ଏବଂ ଅପରାଧିଙ୍କୁ ଦଣ୍ଡ ମିଳିବ । ପୋଲିସ ମୁଖ୍ୟାଳୟ ଅନୁସାରେ, ୪ ଅଗଷ୍ଟରୁ ୧୦ ଡିସେମ୍ବର ମଧ୍ୟରେ ପ୍ରାୟ ୯୭ଟି ମାମଲା ରୁଜୁ ହୋଇଛି । ଅଗଷ୍ଟରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଅଭିଯୋଗରେ ୭୫ ଜଣଙ୍କୁ ଗିରଫ କରାଯାଇଛି । ୟୁନୁସ ସରକାର କହିଛନ୍ତି,'ଏଥିରୁ କିଛି ଘଟଣା ୫ ଅଗଷ୍ଟରୁ ୮ ଅଗଷ୍ଟ ମଧ୍ୟରେ ଘଟିଛି, ସେତେବେଳେ କୌଣସି ସରକାର ଗଠନ ହୋଇନଥିଲା । ଅଧିକାଂଶ ଆକ୍ରମଣ ରାଜନୀତି ପ୍ରଣୋଦିତ ଥିଲା । ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଘୃଣା ସୃଷ୍ଟିକାରୀ ମିଥ୍ୟା ତଥ୍ୟ ନଦିଅନ୍ତୁ।'

ବାଂଲାଦେଶର ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଆକ୍ରମଣକାରୀମାନେ ବାଂଲାଦେଶର ମାଇମେନସିଂହ ଏବଂ ଦିନାଜପୁରର ତିନୋଟି ମନ୍ଦିରରେ ମୂର୍ତ୍ତି ଭାଙ୍ଗିଛନ୍ତି। ଦିନାଜପୁରର ମାଇମେନସିଂହରେ ୮ଟି ମୂର୍ତ୍ତି ଭଙ୍ଗାଯାଇଥିଲା। ଗତକାଲି ଏବଂ ଆଜି ସକାଳେ ମାଇମେନସିଂହର ହାଲୁୱାଟ ଉପଜିଲ୍ଲାରେ ଦୁଇଟି ମନ୍ଦିରର ତିନୋଟି ପ୍ରତିମୂର୍ତ୍ତି ଭଙ୍ଗାଯାଇଥିଲା। ବାଂଲାଦେଶ ସରକାର କହିଛନ୍ତି ଯେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ରିପୋର୍ଟ ହୋଇଥିବା ପ୍ରତ୍ୟେକ ଘଟଣାର ଅନୁସନ୍ଧାନ କରୁଛନ୍ତି ଏବଂ ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+