Russia Without A Tourist Visa: ଏଣିକି ରୁଷ ଯିବାକୁ ଭାରତୀୟଙ୍କୁ ଲାଗିବନି ଭିସା !

ଏଣିକି ରୁଷ ଯିବାକୁ ଭାରତୀୟଙ୍କୁ ଲାଗିବନି ଭିସା । ଖୁବଶୀଘ୍ର ବିନା ଭିସାରେ ଯାଇ ହେବ ରୁଷିଆ । ଆସନ୍ତାବର୍ଷ ଠାରୁ ଭାରତୀୟ ନାଗରିକଙ୍କ ପାଇଁ ରୁଷକୁ ଭିସା-ଫ୍ରି ଟ୍ରାଭେଲ୍ ବା ବିନା ଭିସାରେ ଯାତ୍ରା ସୁବିଧା ମିଳିପାରେ । ଏନେଇ ଭାରତ ଓ ରୁଷ ମଧ୍ୟରେ ଆଲୋଚନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି ।

୨୦୨୫ ମାର୍ଚ୍ଚ ସୁଦ୍ଧା ଏହି ସୁବିଧା ମିଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଅଗଷ୍ଟ ୨୦୨୩ ଠାରୁ ଭାରତୀୟ ମାନେ ଇ-ଭିସା ଜରିଆରେ ରୁଷ ଯାଇପାରୁଛନ୍ତି, ଯାହାକି ଆବେଦନର ମାତ୍ର ୪ ଦିନ ମଧ୍ୟରେ ମିଳିପାରୁଛି । ତେବେ ଆଗକୁ ଭିସା-ଫ୍ରି ଘୋଷଣା ହେଲେ ଏହାର ମଧ୍ୟ ଆବଶ୍ୟକତା ପଡ଼ିବ ନାହିଁ । ଏଭଳି ହେଲେ ଦୁଇ ଦେଶ ମଧ୍ୟରେ ପର୍ଯ୍ୟଟନ ସଂପର୍କ ସୁଦୃଢ଼ ହେବ ବୋଲି ଆଶା ରଖାଯାଇଛି ।

Russia Without A Tourist Visa

ଏବେ ଭାରତୀୟ ପାସପୋର୍ଟ ଥିଲେ ବିଶ୍ୱର ୬୨ଟି ଦେଶକୁ ବିନା ଭିସାରେ ଯାତ୍ରା କରିହେଉଛି । ସେପଟେ ଏବେ ରୁଷକୁ ଚୀନ୍ ଓ ଇରାନ ନାଗରିକ ମାନେ ବିନା ଭିସାରେ ଯାଇପାରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+