ପାକିସ୍ତାନରେ ମୁଁ ସୁରକ୍ଷିତ: ଭାରତ ଯାଇ କାହିଁକି ହନ୍ତସନ୍ତ ହେବି, ଯନ୍ତ୍ରଣା ବଖାଣିଲେ ଅଞ୍ଜୁ
ନୂଆଦିଲ୍ଲୀ: 'ପାକିସ୍ତାନରେ ମୁଁ ସୁରକ୍ଷିତ, ଭାରତ ଯାଇ କାହିଁକି ହନ୍ତସନ୍ତ ହେବି' ଏପରି କହିଛନ୍ତି ଭାରତରୁ ପାକିସ୍ତାନ ପଳାଇଯାଇଥିବା ଅଞ୍ଜୁ । ପ୍ରତ୍ୟେକ ଦିନ ଅଞ୍ଜୁଙ୍କୁ ନେଇ କିଛି କିଛି ଖବର ପ୍ରକାଶ ପାଉଛି । ସେ ନିଜେ ମଧ୍ୟ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରି ନିଜ ବିଷୟରେ ପ୍ରତ୍ୟେକ ଅପଡେଟ୍ ଦେଉଛନ୍ତି । ଏପଟେ ଅଞ୍ଜୁଙ୍କ ସ୍ୱାମୀ ତାଙ୍କୁ ବିରୋଧ କରୁଛନ୍ତି ।
ଏପରିସ୍ଥିତିରେ ନିଜ ସ୍ୱାମୀଙ୍କ ଉପରେ ଦୋଷ ଲଗାଇ ଅଞ୍ଜୁ କହିଛନ୍ତି, ମୋ ଫେରିବାର ବାଟ ମୋ ସ୍ୱାମୀ ବନ୍ଦ କରିଦେଇଛନ୍ତି, ସେ ମୋ ନାଁରେ ସବୁ ଅପପ୍ରଚାର କରୁଛନ୍ତି । ଯାହା ଫଳରେ ମୋତେ ମୋ ଦେଶରେ ଆଉ କେହି ଗ୍ରହଣ କରିବେ ନାହିଁ । ଭାରତ ଯାଇ ମୁଁ କ'ଣ ପାଇଁ ହନ୍ତସନ୍ତ ହେବି । ମୁଁ ପାକିସ୍ତାନରେ ସୁରକ୍ଷିତ ଅଛି । ଏଠି କେହି ମୋ ଉପରେ କୌଣସି ପ୍ରକାରର ଚାପ ପକାଯାଉ ନାହାଁନ୍ତି । ମୁଁ ସ୍ୱାଧୀନ ଭାବେ ଏଠି ରହୁଛି' । ଏପରି କହି ଅଞ୍ଜୁ ସ୍ପଷ୍ଟ କରିଦେଇଛନ୍ତି ଯେ, ସେ ଆଉ ଭାରତ ଫେରିବେ ନାହିଁ । ଏହା ସହ ସେ ଏସବୁ ପାଇଁ ଭାରତରେ ଥିବା ତାଙ୍କ ସ୍ୱାମୀଙ୍କୁ ଦାୟୀ କରିଛନ୍ତି ।

ସୂଚନାଥାଉ ଯେ, ରାଜସ୍ଥାନରୁ- ପାକିସ୍ତାନ ଚାଲିଯାଇଥିବା ଖ୍ରୀଷ୍ଟିୟାନ ଧର୍ମ ପରିବର୍ତ୍ତନ କରି ବର୍ତ୍ତମାନ ଇସଲାମ ଧର୍ମ ଗ୍ରହଣ କରି ପାକିସ୍ତାନରେ ରହୁଛନ୍ତି ଅଞ୍ଜୁ । ନିଜ ଧର୍ମ ପରିବର୍ତ୍ତନ କରି ନିଜ ପାକିସ୍ତାନୀ ପ୍ରେମିକ ନସରୁଲ୍ଲାଙ୍କୁ ବିବାହ କରିସାରିଛନ୍ତି ଅଞ୍ଜୁ । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଉଭୟଙ୍କ ପ୍ରେମ ଫେସବୁକରୁ ଆରମ୍ଭ ହୋଇଥିଲା । ଅଞ୍ଜୁ ଏହି ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପାଗଳ ହୋଇ ନିଜ ଦୁଇ ଛୁଆ ଏବଂ ସ୍ୱାମୀଙ୍କୁ ଛାଡି ପାକିସ୍ତାନ ପଳାଇଯାଇଛନ୍ତି ।
ଅଞ୍ଜୁଙ୍କ ସ୍ୱାମୀ କହିବା ଅନୁସାରେ, ବିଦେଶରେ ଚାକିରି କରିବା ପାଇଁ ଅଞ୍ଜୁ ପାସପୋର୍ଟ ବନାଇଥିଲେ ହେଲେ ଭିସା କେବେ ପ୍ରାପ୍ତ କଲା ମୁଁ ଜାଣି ନାହିଁ । ସେ ନିଜ ପତ୍ନୀ ଅଞ୍ଜୁଙ୍କ ଭିସା ଓ ପାସପୋର୍ଟ ରଦ୍ଦ କରିବା ପାଇଁ ମଧ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।












Click it and Unblock the Notifications