ଧର୍ମ ପରିବର୍ତ୍ତନ କଲେ ଭାରତୀୟ ମହିଳା, ପାକିସ୍ତାନ ଯାଇ ଫେସବୁକ ବନ୍ଧୁଙ୍କୁ ବିବାହ କଲେ ଅଞ୍ଜୁ
ନୂଆଦିଲ୍ଲୀ: ଅଞ୍ଜୁ ହେଲେ ଫାତିମା । ପାକିସ୍ତାନ ଯାଇଥିବା ଭାରତୀୟ ମହିଳା ଇସଲାମ ଧର୍ମ ଗ୍ରହଣ କରିବା ପରେ ଆଜି ତାଙ୍କ ଫେସବୁକ ବନ୍ଧଙ୍କୁ ଆଜି ବିବାହ କରିଛନ୍ତି । ସେ ଖ୍ରୀଷ୍ଟିଆନ ହୋଇଥିବା ବେଳେ ନିଜର ଫେସବୁକ ପ୍ରେମିକଙ୍କୁ ବିବାହ କରିବା ପାଇଁ ଇସଲାମ ଧର୍ମ ଗ୍ରହଣ କରିଥିଲେ।
ତେବେ ରାଜସ୍ଥାନ ବାସିନ୍ଦା ଅଞ୍ଜୁ ଦୁଇ ପିଲା ଓ ସ୍ୱାମୀଙ୍କୁ ଛାଡ଼ି ଆଇନଗତ ଉପାୟରେ ପାକିସ୍ତାନ ଯାଇଛନ୍ତି । ସେଠାରେ ସେ ତାଙ୍କର ୨୯ ବର୍ଷୀୟ ପାକିସ୍ତାନୀ ବନ୍ଧୁ ନସରୁଲ୍ଲାଙ୍କୁ ବିହାକ କରିଛନ୍ତି । ନସରୁଲ୍ଲାଙ୍କୁ ବିବାହ କରି ଅଞ୍ଜୁ ପାଲଟିଛନ୍ତି ଫାତିମା । ୨୦୧୯ରେ ପ୍ରଥମେ ଫେସବୁକରେ ଏମାନଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା। ଏବେ ଏହା ବିବାହର ରୂପ ନେଇଛି । ଏହି ପ୍ରେମପକ୍ଷୀ ସ୍ଥାନୀୟ ଜିଲ୍ଲା ଓ ସେସନ୍ସ ଜଜଙ୍କ କୋର୍ଟରେ ପରସ୍ପରକୁ ବିବାହ କରିଛନ୍ତି ।

ତେବେ ଭିସା ନେଇ ପାକିସ୍ତାନ ଯାଇଥିବା ଅଞ୍ଜୁ ପୂର୍ବରୁ କହିଥିଲେ ଯେ ସେ ନିଜ ଫେସବୁକ ବନ୍ଧୁଙ୍କୁ ଭେଟିବା ପାଇଁ ସେଠାକୁ ଯାଇଛନ୍ତି ଏବଂ କିଛି ଦିନ ପରେ ଭାରତ ଫେରିବେ। ହେଲେ ଏବେ ପାକିସ୍ତାନରୁ ତାଙ୍କ ବିବାହ ହେବାର ଖବର ସାମ୍ନାକୁ ଆସିଛି । ସୋମବାର ଉଭୟ ନସରୁଲ୍ଲା ଓ ଅଞ୍ଜୁ କଡ଼ା ସୁରକ୍ଷା ବିବାଦ ମଧ୍ୟରେ ବୁଲିବାକୁ ଯାଇଥିଲେ । ସେମାନେ ଲାୱରି ଟନେଲ ବୁଲିବା ସହ ଭିଡିଓ ଓ ଫଟୋ ମଧ୍ୟ ଉଠାଇଥିଲେ । ସେମାନେ ଗୋଟିଏ ଘାଷ ଗାଲିଚାରେ ପରସ୍ପରର ହାତ ଧରି ବସି ରହିଥିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।
Video: Indian girl #Anju with her Pakistani friend Nasrullah Khan in his home district Dir pic.twitter.com/jJJaCmxq1U
— Naimat Khan (@NKMalazai) July 25, 2023
ଉତ୍ତର ପ୍ରଦେଶର କାଲିଓର ଗାଁରେ ଜନ୍ମିତ ଅଞ୍ଜୁ ରାଜସ୍ଥାନର ଅଲୱର ଠାରେ ରହୁଥିଲେ। ସେ ପାକିସ୍ତାନ ଯିବା ପରେ ଗୋଟିଏ ଛୋଟ ଭିଡିଓ ଶୁଟିଂ କରି ସେଠାରେ ସେ ସୁରକ୍ଷିତ ମଣୁ ଥିବା କହିଥିଲେ । ୨୦୦୫ ମସିହାରୁ ଏକ କମ୍ପାନୀରରେ ଚାକିରି କରୁଥିବା ଅଞ୍ଜୁ ୨୦୦୭ ମସିହାରେ ଅରବିନ୍ଦ ନାମକ ଯୁବକଙ୍କୁ ବିବାହ କରିଥିଲ । ଉଭୟଙ୍କ ବିବାହକୁ ଇତି ମଧ୍ୟରେ ୧୬ ବର୍ଷ ଅତିକ୍ରମ କରି ସାରିଥିବା ବେଳେ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।












Click it and Unblock the Notifications