କାବୁଲ୍ ଦୂତାବାସରୁ ଚୋରି ହେଲା ଭାରତୀୟ ପାସପୋର୍ଟ : ଆତଙ୍କବାଦୀ ଭାରତରେ ପଶିବା ଆଶଙ୍କା
କାବୁଲରେ ଥିବା ଭାରତୀୟ ଦୂତାବାସ ଉପରେ ଆକ୍ରମଣ କରି କିଛି ଲୋକ ଆଫଗାନୀ ପାସପୋର୍ଟ ଏବଂ ଭାରତୀୟ ଭିସା ସମ୍ବନ୍ଧୀୟ ଗୁରୁତ୍ୱପୁର୍ଣ୍ଣ କାଗତପତ୍ର ଚୋରି କରିନେଇଛନ୍ତି । ଏହିଭଳି ପରିସ୍ଥିତିରେ ଭାରତୀୟ ଭିସାର ବ୍ୟବହାର କରି ନକଲି ପାସ୍ପୋର୍ଟ ପ୍ରସ୍ତୁତ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେଣୁ, ଭାରତ ସରକାର ଇମିଗ୍ରେସନ୍ ଏଜେନ୍ସି ମାନଙ୍କୁ ଏଥିପାଇଁ ହାଇ ଆଲର୍ଟ ଜାରି କରିଛନ୍ତି । ଦୂତାବସରୁ ଭାରତୀୟ ଅଧିକାରୀମାନଙ୍କ ଷ୍ଟାମ୍ପ୍ ମଧ୍ୟ ଚୋରି ହୋଇଛି, ଯାହାର ସହାୟତାରେ ନକଲି କାଗଜପତ୍ର ପ୍ରସ୍ତୁତ କରି ତାଲିବାନି ଭାରତରେ ଅନୁପ୍ରବେଶ କରି ପାରିବେ ।

ଋିପୋର୍ଟ ମୁତାବକ କାବୁଲ ସ୍ଥିତ ଭାରତୀୟ ହାଇ କମିଶନ ଉପରେ କିଛି ଉର୍ଦ୍ଧୁ ଭାଷୀଲୋକ ଆକ୍ରମଣ କରି ବହୁ ସଂଖ୍ୟକ ଆଫଗାନ୍ ପାସପୋର୍ଟ, ଭାରତୀୟ ଭିସା ଏବଂ ମୋହର ଚୋରି କରିନେଇଛନ୍ତି । ଏହା ଅଗଷ୍ଟ ୧୫ ତାରିଖ ଦିନ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଭାରତ ସରକାର ଇ-ଭିସାକୁ ବାଧ୍ୟତାମୂଳକ କରି ଦେଇଛନ୍ତି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଭାରତ ସରକାର ବିନା ଇ-ଭିସାରେ ଦେଶରେ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି ।
ଭାରତ ସରକାର ଏହାକୁ ଗମ୍ଭିରତା ନେଇ ଆଶଙ୍କା କରିଛନ୍ତି ଯେ, ଭବିଷତରେ ଏହି କାଗଜପତ୍ର ନକଲି ପାସ୍ପୋର୍ଟ ପ୍ରସ୍ତୁତରେ ବ୍ୟବହାର ନହେଉ । ଆକ୍ରମଣକାରୀମାନେ ଉର୍ଦ୍ଧୁ କହୁଥିବା ଯୋଗୁ ଏହା ପାକିସ୍ତାନର କାମ ହୋଇପାରେ ବୋଲି ସନେ୍ଦହ ପ୍ରକାଶ କରାଯାଉଛି । ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଏହି ଭିସା ଦସ୍ତାବିଜ୍କୁ ଟ୍ରାଭେଲ୍ ଭିସାରେ ଫଟୋ ପରିବର୍ତନ କରି ବ୍ୟବହାର କରିବା ସମ୍ଭବନା ରହିଛି । ଏହାଦ୍ୱାରା ଭାରତରେ ପାକିସ୍ତାନୀ ଆତଙ୍କବାଦୀ ଅନୁପ୍ରବେଶ କରିବା ଆଶଙ୍କା ଉପୁଜିଛି ।












Click it and Unblock the Notifications