ଏବେ ଶ୍ରୀଲଙ୍କାରେ ବ୍ୟବହାର ହେବ ଭାରତୀୟ ୟୁପିଆଇ; ଉଭୟ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ଏବେ ଶ୍ରୀଲଙ୍କାରେ ବ୍ୟବହାର ହେବ ଭାରତୀୟ ୟୁପିଆଇ। ଶ୍ରୀଲଙ୍କାରେ ଭାରତର ୟୁପିଆଇର ବ୍ୟବହାର ନେଇ ଉଭୟ ଦେଶ ମଧ୍ୟରେ ଚୁକ୍ତି ହୋଇଛି । ଶ୍ରୀଲଙ୍କାର ରାଷ୍ଟ୍ରପତି ରନିଲ ବିକ୍ରମ ସିଂ ହେ ଦୁଇ ଦିନିଆ ଭାରତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଓ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ହୋଇଛି ।

ଶ୍ରୀଲଙ୍କାର ରାଷ୍ଟ୍ରପତି ଏହି ଅବସରରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ପ୍ରଗତି କରୁଛି । ଅନ୍ୟ ପକ୍ଷରେ ଭାରତୀୟ ପ୍ରଧାନମନ୍ତ୍ରୀ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବିଷୟରେ କହିଛନ୍ତି, ଦୁଇଦେଶ ମଧ୍ୟରେ ସମ୍ପର୍କ ଖୁବ ପ୍ରାଚୀନ ଓ ବ୍ୟାପକ ଅଟେ । ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ବିମାନ କନେକ୍ଟିଭିଟିକୁ ବୃଦ୍ଧି କରାଯିବ ବୋଲି ନିଷ୍ପତି ନିଆଯାଇଛି ।

upi

ଏହି ଅବସରରେ ଶ୍ରୀଲଙ୍କାର ରାଷ୍ଟ୍ରପତି କହିଛନ୍ତି ଯେ ଗତ ଏକ ବର୍ଷ ମଧ୍ୟରେ ଶ୍ରୀଲଙ୍କା ଅନେକ ଆର୍ଥିକ, ସାମାଜିକ ଓ ରାଜନୈତିକ ଆହ୍ୱାନର ସମ୍ମୁଖୀନ ହୋଇଛି । ଏହାର ମୁକାବିଲା କରିବାକୁ ଆମେ ଅନେକ ସଂସ୍କାର ମୂଳକ ପଦକ୍ଷେପ ନେଇଛୁ । ଏ ସମ୍ପର୍କରେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ କରାଇଥିବା ସେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭାରତ ଲଗାତାର ବିକାଶ କରୁଛି । ଆର୍ଥିକ ମୌଳିକ ଢାଞ୍ଚା ଓ ଟେକ୍ନୋଲଜି କ୍ଷେତ୍ରରେ ଭାରତ ନୂଆ ଉଚ୍ଚତା ହାସଲ କରୁଛି । ତେଣୁ ଭାରତକୁ ଶୁଭକାମନା ଦେଉଛି । ଭାରତର ଏହି ଭଳି ପ୍ରଗତି ଭାରତ ମହାସାଗର ଅଂଚଳ ପାଇଁ ଲାଭଦାୟକ ହେବ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+