ଉଦ୍ଧାର ହେଲା କାନାଡ଼ାରେ ନିଖୋଜ ଥିବା ଭାରତୀୟ ଛାତ୍ରୀଙ୍କ ମୃତଦେହ
କାନାଡ଼ାରେ ଗତ ୪ ଦିନ ଧରି ନିଖୋଜ ଥିବା ଭାରତୀୟ ଛାତ୍ରୀ ବଂଶିକାଙ୍କ ମୃତଦେହ ଉଦ୍ଧାର ହୋଇଛି। କାନାଡ଼ାରେ ଥିବା ଭାରତୀୟ ଦୂତାବାସ ମଧ୍ୟ ବଂଶିକାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛି। ବଂଶିକାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି, ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। କାନାଡ଼ା ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁସାରେ, ବଂଶିକା ଆମ୍ ଆଦମୀ ପାର୍ଟି ନେତା ଦେବିନ୍ଦର ସିଂହଙ୍କ ଝିଅ, ଯିଏକି ଆପ୍ ବିଧାୟକ କୁଲଜିତ ସିଂହ ରନ୍ଧାୱାଙ୍କ ନିକଟତର ବୋଲି କୁହାଯାଏ। ବଂଶିକା ପଞ୍ଜାବର ଡେରା ବସ୍ସି ନିବାସୀ ଥିଲେ ଏବଂ ପ୍ରାୟ ଅଢ଼େଇ ବର୍ଷ ପୂର୍ବେ ପାଠପଢ଼ିବା ପାଇଁ ସେ କାନାଡା ଯାଇଥିଲେ। ବଂଶିକା ଗତ ଏପ୍ରିଲ ୨୫ ତାରିଖ ସନ୍ଧ୍ୟାରେ ଘର ଦେଖିବା ପାଇଁ ବାହାରିଥିଲେ କିନ୍ତୁ ଆଉ ଫେରି ନଥିଲେ। ଏବେ ତାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ସମୁଦ୍ର କୂଳରୁ ଉଦ୍ଧାର ହୋଇଛି।












Click it and Unblock the Notifications