ଭାରତୀୟ ଛାତ୍ରଙ୍କୁ କାନାଡାରେ ଗୁଳି କରି ହତ୍ୟା

ପୁଣି ବିଦେଶରେ ଭାରତୀୟ ଯୁବକଙ୍କୁ ହତ୍ୟା। କାନାଡାରେ ଜଣେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟା କରାଯାଇଥିବା ଯୁବକ ପଞ୍ଜାବର ବାସିନ୍ଦା। ଯିଏ କାନାଡା ପଢିବାକୁ ଯାଇଥିଲେ ଏବଂ ତାଙ୍କ ଖର୍ଚ୍ଚ ପୂରଣ ପାଇଁ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିଲେ। ଏହି ଯୁବକଙ୍କ ନାମ ହର୍ଷଦୀପ ସିଂ ବୋଲି ଜଣାପଡିଛି।

ଶୁକ୍ରବାର ଦିନ କାନାଡାର ଏଡମଟନ୍ ସ୍ଥିତ ଏକ ଆପାର୍ଟମେଣ୍ଟରେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଗୁଳିମାରି ହତ୍ୟା କରାଯିବା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ଶୁକ୍ରବାର ଦିନ ପ୍ରାୟ ୧୨.୩୦ ସମୟରେ ଗୁଳି ବିନିମୟ ପରେ ମୃତ୍ୟୁ ହୋଇଥିଲା।

Indian student 20 shot dead in Canada

ତାଙ୍କୁ ହତ୍ୟା କରିବା ବେଳର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି।ଏଥିରେ ପ୍ରଥମେ ହର୍ଷନଦୀପଙ୍କୁ ଦୁର୍ବୃତ୍ତମାନେ ସିଡିରୁ ଧକ୍କା ଦେଉଛନ୍ତି। ଏହାପରେ ତାଙ୍କ ଉପରକୁ ଗୁଳିମାଡ଼ କରୁଥିବା ଦେଖିବାକୁ ମିଳିଛି। ଏକ ଆପାର୍ଟମେଣ୍ଟ ଭିତରେ ଏହି ଗୁଳିକାଣ୍ଡ ଘଟିଥିଲା। ସୂଚନା ପାଇବା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚେତାଶୂନ୍ୟ ଅବସ୍ଥାରେ ପଡିଥିବା ହର୍ଷନଦୀପଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ମାମଳାରେ କାନାଡା ପୁଲିସ ଇଭାନ୍‌ ରେନ୍‌ ଓ ଜୁଡିଥ ସଲ୍ଟୋ ନାମକ ଦୁଇ ଜଣଙ୍କୁ ଗିରଫ କରିଛି। ଉଭୟଙ୍କ ବୟସ ୩୦ ବର୍ଷ ପାଖାପାଖି। ଏମାନଙ୍କ ପାଖରୁ ଏକ ବନ୍ଧୁକ ମଧ୍ୟ ଜବତ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+