ଆମେରିକାରେ ଭାରତୀୟ ଛାତ୍ର ଗିରଫ, ହମାସ ସହିତ ସମ୍ପର୍କ.....
ହମାସ ସହିତ ସମ୍ପର୍କ ରଖିବା ଅଭିଯୋଗରେ ଆମେରିକାରରେ ଅଟକ ରହିଛନ୍ତି ଜଣେ ଭାରତୀୟ ଯୁବକ । ଭାରତୀୟ ନାଗରିକ ବଦର ଖାନ ସୁରିଙ୍କୁ ଗିରଫ କରିଛି । ଆମେରିକାରେ ଭାରତୀୟ ଯୁବକ ଗବେଷଣା କରୁଥିଲେ । ତାଙ୍କୁ ଭର୍ଜିନିଆ ସ୍ଥିତ ବାସଭବନରୁ ଗିରଫ କରାଯାଇଛି । ଆମେରିକାର ଗୃହ ସୁରକ୍ଷା ବିଭାଗ (ଡିଏଚ୍ଏସ୍) )କୁ ଉଦ୍ଧୃତ କରି ଫକ୍ସ ନ୍ୟୁଜ୍ ରିପୋର୍ଟ କରିଛି ଯେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଭାରତୀୟ ଭାରତୀୟ ନାଗରିକ ବଦର ଖାନ ସୁରିଙ୍କୁ ଗିରଫ କରିଛି।
ୱାଶିଂଟନ୍ ଡିସିର ଜର୍ଜଟାଉନ୍ ବିଶ୍ୱବିଦ୍ୟାଳୟର ଗବେଷକ ଥିବା ସୁରିଙ୍କୁ ସୋମବାର ରାତିରେ ଭର୍ଜିନିଆରେ ତାଙ୍କ ଘର ବାହାରେ ଫେଡେରାଲ୍ ଏଜେଣ୍ଟମାନେ ହେପାଜତକୁ ନେଇଯାଇଥିଲେ। ସେତେବେଳେ ତାଙ୍କୁ କୁହାଗଲା ଯେ ତାଙ୍କର ଭିସା ରଦ୍ଦ କରାଯାଉଛି। ସୁରୀଙ୍କ ମୁକ୍ତି ପାଇଁ ତାଙ୍କ ଓକିଲ ହସନ ଅହମ୍ମଦ ଦାଖଲ କରିଥିବା ଆବେଦନରେ ଯୁକ୍ତି କରିଛନ୍ତି ଯେ, ସୁରୀଙ୍କ ପତ୍ନୀ ପାଲେଷ୍ଟାଇନ ବଂଶୋଦ୍ଭବ ଏବଂ ଆମେରିକୀୟ ନାଗରିକ, ଏହି କାରଣରୁ ତାଙ୍କୁ ଗିରଫ କରାଯାଇଛି। ସରକାର ସନ୍ଦେହ କରୁଛନ୍ତି ଯେ, ସେ ଏବଂ ତାଙ୍କ ପତ୍ନୀ ଇସ୍ରାଏଲ ପ୍ରତି ଆମେରିକାର ବୈଦେଶିକ ନୀତିକୁ ବିରୋଧ କରୁଛନ୍ତି।

ସୁରିଙ୍କ ମୁକ୍ତି ପାଇଁ ଆବେଦନ ଅନୁଯାୟୀ, ଟ୍ରମ୍ପ ପ୍ରଶାସନ ଇମିଗ୍ରେସନ ଆଇନର ଏକ କ୍ୱଚିତ୍ ବ୍ୟବହୃତ ଧାରା ବ୍ୟବହାର କରିଥିଲା । ଯାହା ଆମେରିକାର ବୈଦେଶିକ ନୀତି ପାଇଁ ବିପଦ ବୋଲି ବିବେଚିତ ଅଣ-ନାଗରିକମାନଙ୍କୁ ଦେଶାନ୍ତର କରିବାର ଅଧିକାର ରାଜ୍ୟ ସଚିବଙ୍କୁ ପ୍ରଦାନ କରିଥାଏ । ସୁରିଙ୍କ ଉପରେ ଫିଲିସ୍ତାନୀ ସଂଗଠନ ହମାସର ପ୍ରଚାର କରିବା ଅଭିଯୋଗ ହୋଇଛି । ହମାସକୁ ଆମେରିକା ଏହାକୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରିଛି । ଏହାସହିତ ତାଙ୍କ ଉପରେ ସନ୍ଦିଗ୍ଧ ଆତଙ୍କୀ ସହିତ ଜଡିତ ଥିବା ଅଭିଯୋଗ ମଧ୍ୟ ଲାଗିଛି ।












Click it and Unblock the Notifications