For Quick Alerts
Turn On Notification  
For Daily Alerts
Oneindia App Download

କିଏ ଏହି ସ୍ୱାତୀ ମୋହନ ? ଜାଣନ୍ତୁ ମଙ୍ଗଳ ଗ୍ରହରେ ନାସାର ପର୍ସିଭରାନ୍ସ ରୋଭର ଲ୍ୟାଣ୍ଡିଂର ନେତୃତ୍ୱ ନେଇଥିବା ସ୍ୱାତୀଙ୍କ ବିଷୟରେ

ମଙ୍ଗଳ 2020 ଗାଇଡାନ୍ସ, ନେଭିଗେସନ୍ ଏବଂ କଣ୍ଟ୍ରୋଲ୍ସ (ଜିଏନ୍ ଆଣ୍ଡ ସି) ଅପରେସନର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଡଃ ସ୍ୱାତୀ ମୋହନ । ସେ ମଙ୍ଗଳ 2020 ମିଶନର ଆଟିଟ୍ୟୁଡ୍ ନିୟନ୍ତ୍ରଣ ପ୍ରଣାଳୀର ନେତୃତ୍ୱ ନେଉଥିବା ସହ ସମସ୍ତ ବିକାଶର ସିଷ୍ଟମ୍ ଇଞ୍ଜିନିୟର୍ ଥିଲେ

|

ନୂଆଦିଲ୍ଲୀ : ମଙ୍ଗଳ ଗ୍ରହରେ ସଫଳ ରୂପେ ଅବତରଣ କରିଛି ନାସାର ରୋଭର ପର୍ସିଭରାନ୍ସ । ନାସା ପକ୍ଷରୁ ଅନ୍ୟ ଏକ ଗ୍ରହକୁ ପଠାଯାଇଥିବା ସବୁଠାରୁ ଉନ୍ନତ ଜ୍ୟୋତିର୍ବିଜ୍ଞାନ ଲ୍ୟାବ ଗୁରୁବାର ଦିନ ମାର୍ଟିଆନ୍ ବାୟୁମଣ୍ଡଳ ଦେଇ ମଙ୍ଗଳ ଗ୍ରହରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା । ଲୋହିତ ଗ୍ରହ ମଙ୍ଗଳରେ ପ୍ରାଚୀନ ମାଇକ୍ରୋବାୟଲ୍ ଜୀବନର ସନ୍ଧାନ କରିବା ନେଇ ଏହା ପ୍ରଥମ ସଫଳତା । ଏହି ରୋଭର ପ୍ରାୟ 7 ମାସ ପୂର୍ବରୁ ପୃଥିବୀରୁ ଉତକ୍ଷେପଣ ହୋଇଥିଲା ।

swati-Mohan

ଭାରତୀୟ-ଆମେରିକୀୟ ବୈଜ୍ଞାନିକ ଡଃ ସ୍ୱାତୀ ମୋହନଙ୍କ ନେତୃତ୍ୱରେ ନାସା ଏହି ସଫଳତା ହାସଲ କରିଛି । ନାସା ରୋଭରର ଐତିହାସିକ ଅବତରଣକୁ ସମଗ୍ର ବିଶ୍ୱ ନଜର ରଖିଥିବାବେଳେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ବୈଜ୍ଞାନିକ ସ୍ୱାତୀ ମୋହନ ନାଭିଗେସନ୍, କଣ୍ଟ୍ରୋଲ୍ସ-ଜିଏନ୍ ଆଣ୍ଡ ସି ସବ୍ ସିଷ୍ଟମ୍ ସହିତ କଣ୍ଟ୍ରୋଲ୍ ରୁମର ସମଗ୍ର ପ୍ରୋଜେକ୍ଟ ଟିମ୍ ସହିତ ସମନ୍ୱୟ ରକ୍ଷା କରୁଥିଲେ ।
ମଙ୍ଗଳ ଗ୍ରହରେ ରୋଭର ଅବତରଣ ହୋଇଥିବା ନେଇ କଣ୍ଟ୍ରୋଲ୍ ରୁମରୁ ମୋହନ ଘୋଷଣା କରିଛନ୍ତି । ସ୍ୱାତୀ ଆମେରିକାର ସ୍ପେସ୍ ଏଜେନ୍ସି ସହିତ ବହୁ ଦିନ ଧରି ଜଡିତ ଅଛନ୍ତି ଏବଂ ଏହି ସଫଳତା ପାଇଁ ସେ ବହୁତ ଖୁସି ବୋଲି ପ୍ରକାଶ କରିଛନ୍ତି ।

କିଏ ଏହି ସ୍ୱାତୀ ମୋହନ ?

ମଙ୍ଗଳ 2020 ଗାଇଡାନ୍ସ, ନେଭିଗେସନ୍ ଏବଂ କଣ୍ଟ୍ରୋଲ୍ସ (ଜିଏନ୍ ଆଣ୍ଡ ସି) ଅପରେସନର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଡଃ ସ୍ୱାତୀ ମୋହନ । ସେ ମଙ୍ଗଳ 2020 ମିଶନର ଆଟିଟ୍ୟୁଡ୍ ନିୟନ୍ତ୍ରଣ ପ୍ରଣାଳୀର ନେତୃତ୍ୱ ନେଉଥିବା ସହ ସମସ୍ତ ବିକାଶର ସିଷ୍ଟମ୍ ଇଞ୍ଜିନିୟର୍ ଥିଲେ ।

ସ୍ୱାତୀ ପିଲାଦିନରୁ ଆମେରିକା ଆସିଥିଲେ । ସେ ତାଙ୍କର ପିଲାଦିନର ଅଧିକାଂଶ ସମୟ ଉତ୍ତର ଭର୍ଜିନିଆ-ୱାଶିଂଟନ୍ ଡିସି ମେଟ୍ରୋ ଅଞ୍ଚଳରେ ବିତାଇଛନ୍ତି । ସେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଏବଂ ଏରୋସ୍ପେସ୍ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଏହା ବ୍ୟତୀତ ଏରୋନେଟିକ୍ସ / ଜ୍ୟୋତିର୍ବିଜ୍ଞାନରେ MIT ରୁ MS ଏବଂ PhD ସମାପ୍ତ କରିଛନ୍ତି ।

ନାସାର ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀରେ ଆରମ୍ଭ ହେବା ଦିନଠାରୁ ସେ ମାର୍ସ ରୋଭର ମିଶନର ସଦସ୍ୟ ରହିଆସିଛନ୍ତି । ଏହା ବ୍ୟତୀତ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନରେ ଭାଗ ନେଇଛନ୍ତି । ଭାରତୀୟ-ଆମେରିକୀୟ ବୈଜ୍ଞାନିକ କ୍ୟାସିନି (ଶନି ଗ୍ରହର ଏକ ମିଶନ) ଏବଂ GRAIL (ମିଶନ ଚନ୍ଦ୍ର) ପ୍ରକଳ୍ପରେ ମଧ୍ୟ କାର୍ଯ୍ୟ କରିଛନ୍ତି । ନାସାର ଏହି ସଫଳତା ପାଇଁ ସ୍ୱାତୀ ବହୁତ ଉତ୍ସାହିତ ଅଛନ୍ତି ।

ଅଧିକାଂଶ ପିଲାଙ୍କ ପରି ମଧ୍ୟ ସ୍ୱାତୀ ମୋହନ ପିଲାଦିନେ କଣ କରିବେ ଜାଣି ନଥିଲେ । 9 ବର୍ଷ ବୟସରେ ପ୍ରଥମ ଥର ପାଇଁ 'ଷ୍ଟାର୍ ଟ୍ରେକ୍' ଦେଖି ସେ ବ୍ରହ୍ମାଣ୍ଡର ରହସ୍ୟ ଉନ୍ମୋଚନ କରିବାକୁ ବୈଜ୍ଞାନିକ ହେବାକୁ ଇଛା କରିଥଇଲେ ବୋଲି ପ୍ରକାଶ କରିଛନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ 16 ବର୍ଷ ବୟସରେ ସେ ଶିଶୁରୋଗ ବିଶେଷଜ୍ଞ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Indian Origin American Scientist Swati Mohan leading NASA's Perseverance Rover Landing on Mars.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X