ଲଣ୍ଡନରେ ପାକିସ୍ତାନ ହାଇକମିଶନ ବାହାରେ ପ୍ରବାସୀ ଭାରତୀୟଙ୍କ ବିକ୍ଷୋଭ
ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସାରା ବିଶ୍ୱରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ପାକିସ୍ତାନ ବିରୋଧରେ ଆକ୍ରୋଶ ଦେଖିବାକୁ ମିଳିଛି । ଲଣ୍ଡନରେ ରହୁଥିବା ପ୍ରବାସୀ ଭାରତୀୟମାନେ ପାକିସ୍ତାନ ହାଇକମିଶନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି । ଭାରତୀୟ ସମ୍ପ୍ରଦାୟର ଲୋକମାନେ ହାତରେ ଭାରତୀୟ ପତାକା, ବ୍ୟାନର ଓ ପ୍ଲାକାର୍ଡ ଧରି ନିରୀହ ଭାରତୀୟଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି ।













Click it and Unblock the Notifications