ଭାରତୀୟ ଛାତ୍ରଙ୍କୁ ଆମେରିକାରେ ଗୁଳି କରି ହତ୍ୟା

ଉଚ୍ଚ ଶିକ୍ଷା ପାଇଁ ଆମେରିକା ଯାଇଥିଲେ। ଡାଲ୍ଲାସରେ ମାଷ୍ଟରଡିଗ୍ରୀ ପରେ ଭଲ ଚାକିରି ଅପେକ୍ଷାରେ ରହିଥିଲେ। ପେଟପାଟଣା ପାଇଁ ଆମେରିକାର ଗୋଟିଏ ଗ୍ୟାସ ଷ୍ଟେସନରେ ପାର୍ଟ ଟାଇମ କାମ କରୁଥିଲେ। ଆଖିରେ ତାଙ୍କର ଅନେକ ସ୍ୱପ୍ନ ରହିଥିଲା ହାଇଦ୍ରାବାଦ(Hyderabad)ରେ ରହୁଥିବା ପରିବାର ଲୋକ ମଧ୍ୟ ପୁଅର ଚାକିରିକୁ ଅପେକ୍ଷା କରିଥିଲେ। ପୁଅ ଦାନ୍ତ ଡାକ୍ତର ହୋଇ ଲୋକଙ୍କ ସେବା କରିବ। ହେଲେ ମାତ୍ର କିଛି କ୍ଷଣ ମଧ୍ୟରେ ସବୁ କିଛି ବଦଳି ଯାଇଛି। ଗ୍ୟାସ ଷ୍ଟେସନରେ କାମ କରୁଥିବା ୨୭ ବର୍ଷୀୟ ଭାରତୀୟ ଛାତ୍ର ଚନ୍ଦ୍ରଶେଖର ପୋଲେଙ୍କୁ ଆମେରିକାରେ କରାଯାଇଛି ହତ୍ୟା। ଜଣେ ଅଜଣା ବନ୍ଧୁକଧାରୀ ତାଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି।

ଚନ୍ଦ୍ରଶେଖର ହାଇଦ୍ରାବାଦରେ ଡେଣ୍ଟାଲ ସର୍ଜରୀରେ ବ୍ୟାଚେଲର ଡିଗ୍ରୀ ହାସଲ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ୨୦୨୩ରେ ଆମେରିକା ଯାଇଥିଲେ। ୬ ମାସ ତଳେ ଆମେରିକାରେ ସେ ନିଜର ମାଷ୍ଟର ଡିଗ୍ରୀ ଶେଷ କରିଥିଲେ। ପାର୍ଟ ଟାଇମ ଭାବେ ଗ୍ୟାସ ଷ୍ଟେସନରେ କାମ କରିବା ସହ ପୂର୍ଣ୍ଣକାଳୀନ ଚାକିରି ଅପେକ୍ଷାରେ ରହିଥିଲେ।

deadbody

ହେଲେ ଶୁକ୍ରବାର ରାତିରେ ସେ ଗ୍ୟାସ ଷ୍ଟେସନରେ କାମ କରୁଥିବା ବେଳେ ଜଣେ ଅଜଣା ବନ୍ଧୁକଧାରୀ ତାଙ୍କ ପାଖରେ ପହଞ୍ଚିଥିଲେ। କେହି କିଛି ବୁଝିବା ଆଗରୁ ସେ ଚନ୍ଦ୍ରଶେଖରଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ଗୁଳିମାଡ଼ ଯୋଗୁ ଘଟଣା ସ୍ଥଳରେ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ହୋଇଛି। ଭେଣ୍ଡିଆ ପୁଅର ମୃତ୍ୟୁ ଖବର ହାଇଦ୍ରାବାଦରେ ରହୁଥିବା ପରିବାର ଲୋକଙ୍କୁ ସ୍ତବ୍ଧ କରି ଦେଇଛି। ସେମାନେ ପୁଅର ମରଶରୀର ଆମେରିକାରୁ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+