ଏହି ଆଲୋଚନା ପାଇଁ ଆସନ୍ତା ସପ୍ତାହରେ ୱାଶିଂଟନ ଯିବେ ଭାରତୀୟ ଟିମ୍

ବାଣିଜ୍ୟିକ ଆଲୋଚନା ପାଇଁ ଭାରତୀୟ ଅଧିକାରୀମାନଙ୍କ ଏକ ଟିମ୍‌ ଆସନ୍ତା ସପ୍ତାହରେ ୱାଶିଂଟନ ଗସ୍ତ କରିବେ । ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି(ବିଟିଏ) ପାଇଁ ଔପଚାରିକ ଆଲୋଚନା ଆରମ୍ଭ କରିବା ପୂର୍ବରୁ କେତେକ ପ୍ରସଙ୍ଗ ଉପରେ ରହିଥିବା ମତାନ୍ତର ନେଇ କଥାବାର୍ତ୍ତା କରିବାକୁ ଏ ଟିମ୍‌ ଆମେରିକା ଗସ୍ତରେ ଯାଉଥିବା ଜଣାପଡ଼ିଛି ।

ଆମେରିକାର ଏକ ଉଚ୍ଚସ୍ତରୀୟ ଟିମ୍‌ର ଭାରତ ଗସ୍ତର ମାତ୍ର କେଇ ସପ୍ତାହ ମଧ୍ୟରେ ଭାରତୀୟ ଟିମ୍‌ ସେଠାକୁ ଯାଉଛନ୍ତି । ବିଟିଏ ଉପରେ ଆଲୋଚନାକୁ ଗତି ମିଳୁଥିବା ଆମେରିକୀୟ ପ୍ରତିନିଧିଦଳ ପ୍ରକାଶ କରିଥିଲେ । ଭାରତୀୟ ଟିମ୍‌ର ନେତୃତ୍ୱ ନେବେ ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ରାଜେଶ ଅଗ୍ରୱାଲ । ଉଭୟ ଦେଶ ମଧ୍ୟରେ ଏହା ହେବ ପ୍ରଥମ ଇନ୍‌-ପର୍ସନ ଟକ୍‌ । ଗତ ମାସ ଆମେରିକାର ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ଭାରତ ଆସିଥିଲେ ।

modi trump

ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ ଆସିଷ୍ଟାଣ୍ଟ ବାଣିଜ୍ୟ ପ୍ରତିନିଧି ବ୍ରେନ୍‌ଡାନ୍‌ ଲିଞ୍ଚ୍‌ ମାର୍ଚ୍ଚ ୨୫ରୁ ୨୯ ଯାଏ ଭାରତରେ ଥିଲେ । ଏ ଅବସରରେ ସେ ଭାରତୀୟ ଅଧିକାରୀମାନଙ୍କ ସହ ବିଭିନ୍ନ ପ୍ରମୁଖ ବାଣିଜ୍ୟିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଆମେରିକା ବର୍ତ୍ତମାନ ଭାରତ ସହିତ ୭୫ଟି ରାଷ୍ଟ୍ରଙ୍କ ପାଇଁ ୯୦ ଦିନିଆ ଟାରିଫ୍‌ ରୋକ୍‌ ଘୋଷଣା କରିଥିବାବେଳେ ଏହି ସମୟକୁ ଭାରତ ବ୍ୟବହାର କରିବ । ଉଭୟ ରାଷ୍ଟ୍ର ବାଣିଜ୍ୟିକ ଚୁକ୍ତି ପାଇଁ ଟର୍ମସ ଅଫ୍‌ ରେଫରେନ୍ସ(ଟିଓଆର୍‌) ଚୂଡ଼ାନ୍ତ କରିଛନ୍ତି । ଏପ୍ରିଲ ୧୫ରେ ବାଣିଜ୍ୟ ସଚିବ ସୁନିଲ ଭର୍ଥୱଲ କହିଥିଲେ ଯେ, ଭାରତ ଆମେରିକା ସହ ଯଥାଶୀଘ୍ର ବୁଝାମଣା କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+