ଟ୍ରମ୍ପଙ୍କୁ କଡ଼ା ଜବାବ ଦେଲା ଭାରତୀୟ ସେନା, ଜାଣନ୍ତୁ ପୁରା ଘଟଣା....
ଭାରତୀୟ ସେନାର ପୂର୍ବାଞ୍ଚଳ କମାଣ୍ଡ ମଙ୍ଗଳବାର ଏକ ୧୯୭୧ ମସିହାର ଖବରକାଗଜ କ୍ଲିପ୍ ସେୟାର କରି ଆମେରିକାର ପାକିସ୍ତାନ ପ୍ରତି ଦଶନ୍ଧି ଧରି ଚାଲିଆସୁଥିବା ସମର୍ଥନ ଉପରେ କଟାକ୍ଷ କରିଛି। ଏହି ପୋଷ୍ଟ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରୁଷିଆରୁ ତେଲ କିଣା ନେଇ ଭାରତକୁ ଟାରିଫ ବୃଦ୍ଧି ଧମକ ପରେ ଆସିଛି।
ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ୫ ଅଗଷ୍ଟ ୧୯୭୧ରେ ଛପାଯାଇଥିବା ଏକ ଖବରକାଗଜର ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ଲେଖାଯାଇଛି ଯେ, ୧୯୫୪ ରୁ ୧୯୭୧ ପର୍ଯ୍ୟନ୍ତ ଆମେରିକା ପାକିସ୍ତାନକୁ ଦୁଇ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଯୋଗାଇଥିଲା।













Click it and Unblock the Notifications