Get Updates
Get notified of breaking news, exclusive insights, and must-see stories!

470 ଭାରତୀୟ ପହଞ୍ଚିଲେ ରୋମାନିଆ, ସ୍ଵଦେଶ ଫେରାଇ ଆଣିବାକୁ ପ୍ରସ୍ତୁତ ଭାରତୀୟ ବାୟୁ ସେନାର ସ୍ଵତନ୍ତ୍ର ବିମାନ

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ଆରମ୍ଭ ହେଲା ଅଭିଯାନ। ପ୍ରଥମ ପର୍ଯ୍ୟାୟରେ 470 ଜଣ ଭାରତୀୟ ଛାତ୍ର ବସ ଯୋଗେ ୟୁକ୍ରେନରୁ ରୋମାନିଆ ପହଞ୍ଚିଛନ୍ତି । ଏହି ଛାତ୍ରମାନଙ୍କୁ ଭାରତୀୟ ବାୟୁସେନା ଏୟାରଲିଫ୍ଟ କରିବ। ରୁଷ ପକ୍ଷରୁ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ସେଠାରେ ଫସି ରହିଛନ୍ତି ଶତାଧିକ ଭାରତୀୟ ଛାତ୍ର ଏବଂ ଅନ୍ୟାନ୍ୟ ଭାରତୀୟ। ବାୟୁସେନାର ସି-17 ଏବଂ ଆଇଏଲ-76 ସମ୍ପୂର୍ଣ ପ୍ରସ୍ତୁତ ରହିଛି ଭାରତୀୟଙ୍କୁ ଏୟାରଲିଫ୍ଟ କରିବା ପାଇଁ । ଆଉ କିଛି ବୈଧାନିକ କାର୍ଯ୍ୟ ପରେ ଉଡିବାକୁ ପ୍ରସ୍ତୁତ ହେବ ଏକ ସୁରକ୍ଷିତ ଏୟାରଲିଫ୍ଟ ଅଭିଯାନରେ ଭାରତୀୟ ବାୟୁସେନାର ବିମାନ।

Ukraine Indian students

ରୋମାନିଆ ବାଟ ଦେଇ ଭାରତ ଫେରିବାକୁ ଯୋଜନା:

ଭାରତ ନିଜର ସମସ୍ତ ନାଗରିକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ କାଲିଠାରୁ ହିଁ ପ୍ରସ୍ତୁତ କରିଥିଲା ଯୋଜନା । ଏଥିପାଇଁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଧା ସଳଖ କଥା ହୋଇଥିଲେ ରୁଷ ରାଷ୍ଟ୍ରପତି ପୁଟିଙ୍କ ସହିତ। ଏଥିସହିତ ବୈଦେଶିକ ମନ୍ତ୍ରୀ ଏବଂ ମନ୍ତ୍ରାଳୟ ପକ୍ଷରୁ ୟୁକ୍ରେନ ସହିତ ଲଗାତର ସମ୍ପର୍କ ସ୍ଥାପନ କରାଯାଇଥିଲା । ୟୁକ୍ରେନର ବିଭିନ୍ନ ଏୟାରସ୍ପେସକୁ ରୁଷ କବଜା କରିସାରିଛି। ଏହି ପରିସ୍ଥିତିରେ ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଫେରାଇବା ଏକ ଜଟିଳ ସମସ୍ଯା ହୋଇଛି ନୂଆଦିଲ୍ଲୀ ପାଇଁ । ଭାରତ ସରକାର କୂଟନୈତିକ ସ୍ତରୀୟ ଆଲୋଚନା ପରେ ରୋମାନିଆ ରାସ୍ତାରେ ଭାରତୀୟଙ୍କ ଏୟାରଲିଫ୍ଟ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ପ୍ରଥମେ ୟୁକ୍ରେନରୁ ରୋମାନିଆ ସୀମାକୁ ଭାରତୀୟଙ୍କୁ ଅଣାଯିବ। ଏହାପରେ ସେମାନଙ୍କ ଆବଶ୍ୟକ ଯାଞ୍ଚ ପ୍ରକ୍ରିୟା ସହିତ ପର୍ଯ୍ୟାୟକ୍ରମେ ଏୟାରଲିଫ୍ଟ କରାଯିବ।

ବିମାନସେବା ବନ୍ଦ ଯୋଗୁ ସମସ୍ଯା

ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଘୋଷଣା ପରେ ପ୍ରଥମେ ରୁଷ ଟାର୍ଗେଟ କରିଥିଲା ୟୁକ୍ରେନର ବିମାନ ବନ୍ଦରଗୁଡିକ ଉପରେ । ରାଜଧାନୀ କ୍ଵିବରେ ଥିବା ଅନ୍ତର୍ଜାତିକ ବିମାନବନ୍ଦର ନିକଟରେ ବିସ୍ଫୋରଣ ସଂଘଟିତ କରି ଚାପ ସୃଷ୍ଟି କରିଥିଲା ୟୁକ୍ରେନ ଉପରେ । ଏଥିସହିତ ବିଭିନ୍ନ ଦେଶକୁ ବିମାନ ସେବା ବନ୍ଦ ହେବା ପରେ ସମସ୍ଯା ଉପୁଜିଥିଲା ପ୍ରବାସୀମାନଙ୍କ। ୟୁକ୍ରେନର ବିଭିନ୍ନ ସହରରେ ରହିଥିବା ଘରୋଇ ମେଡିକାଲ କଲେଜରେ ଅଧ୍ୟୟନ କରୁଛନ୍ତି ହଜାର ହଜାର ଭାରତୀୟ ଛାତ୍ର । ଯୁଦ୍ଧ ଜନିତ ପରିସ୍ଥିତି ଯୋଗୁ ଭାରତୀୟମାନଙ୍କ ସୁରକ୍ଷାକୁ ନେଇ ଆଶଙ୍କା ଉପୁଜିଥିଲା । ଏହାପରେ ଭାରତୀୟଙ୍କ ସ୍ଵଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଯୋଜନା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+