ପୁଣି ଟ୍ରମ୍ପଙ୍କ ଅଜବ ଦାବି, ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଆମେରିକା ପୁଣି ଦେଲା ଧମକ। ଯଦି ଅଲାସ୍କାରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଶାନ୍ତି ବାର୍ତ୍ତା ବିଫଳ ହୁଏ , ତ ସେ ଭାରତ ଉପରେ ପୁଣି ବଢାଇବ ଅତିରିକ୍ତ ଟାରିଫ୍। ଏହା ପୂର୍ବରୁ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତର ଟାରିଫ୍ ଘୋଷଣା କରିଥିଲେ। ଟାରିଫ୍ର ନୂଆ ହାର ୨୭ ଅଗଷ୍ଟରୁ ଲାଗୁ ହେବ।
ଟ୍ରମ୍ପ ଫକ୍ସ ନିଉଜ ରେଡିଓକୁ ଦେଇଥିବା ଏକ ସାକ୍ଷାତକାରରେ ଦାବି କରିଛନ୍ତି ଯେ, ଭାରତର ଉପରେ ଲଗାଯାଇଥିବା ଦ୍ୱିତୀୟକ ଶୁଳ୍କ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ତାଙ୍କ ସହ ଆଲୋଚନା ପାଇଁ ରାଜି କରାଇଥାଇପାରେ। ସେ କହିଛନ୍ତି, "ସବୁ କିଛିର ଏକ ପ୍ରଭାବ ରହିଛି। ଭାରତ ଉପରେ ଦ୍ୱିତୀୟକ ଶୁଳ୍କ ଫଳରେ ସେମାନେ ରୁଷରୁ ତୈଳ କିଣିବା ବନ୍ଦ କରିଛନ୍ତି।"

ଚଳିତ ମାସ ଆରମ୍ଭରେ ଟ୍ରମ୍ପ ନୂଆଦିଲ୍ଲୀର ରୁଷ ତୈଳ କ୍ରୟ ଜାରି ରଖିବା ପାଇଁ ଭାରତୀୟ ପଣ୍ୟ ଉପରେ ୫୦% ଶୁଳ୍କ ଲଗାଇଥିଲେ, ଯାହା ଆମେରିକାର ଅନ୍ୟ ବାଣିଜ୍ୟ ଅଂଶୀଦାରଙ୍କ ତୁଳନାରେ ସର୍ବାଧିକ। ଟ୍ରମ୍ପ ଆହୁରି କହିଛନ୍ତି, "ଯେତେବେଳେ ଆପଣ ଆପଣଙ୍କର ଦ୍ୱିତୀୟ ବୃହତ୍ତମ ଗ୍ରାହକଙ୍କୁ ହରାଇଛନ୍ତି ଏବଂ ସମ୍ଭବତଃ ପ୍ରଥମ ବୃହତ୍ତମ ଗ୍ରାହକଙ୍କୁ ମଧ୍ୟ ହରାଇବାକୁ ଯାଉଛନ୍ତି, ତାହା ନିଶ୍ଚିତ ଭାବେ ଏକ ଭୂମିକା ଗ୍ରହଣ କରିଥାଏ।" ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷକୁ "ଅର୍ଥନୈତିକ ପ୍ରୋତ୍ସାହନ" ଦେବା ସମ୍ପର୍କରେ ପଚରାଯିବାରେ ଟ୍ରମ୍ପ କହିଛନ୍ତି, "ମୁଁ ଜନସାଧାରଣରେ ମୋ ରଣନୀତି ପ୍ରକାଶ କରିବାକୁ ଚାହୁଁନାହିଁ।" ସେ ଜୋର ଦେଇ କହିଛନ୍ତି ଯେ, ତାଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି "ତୁରନ୍ତ ଶାନ୍ତି ଚୁକ୍ତି"।
ଆଲୋଚନା ଫଳପ୍ରଦ ହୁଏ, ତେବେ ସେ ଇଉକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ତୁରନ୍ତ ଆଲୋଚନା ପାଇଁ ଡାକିବେ ବୋଲି ସେ ଜଣାଇଛନ୍ତି।












Click it and Unblock the Notifications