ବାଂଲାଦେଶରେ ହିନ୍ଦୁ ନେତାଙ୍କ ଅପହରଣ ଓ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କଲା ଭାରତ
ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁ ନେତା ଭବେଶ ଚନ୍ଦ୍ର ରାୟଙ୍କ ଅପହରଣ ଏବଂ ହତ୍ୟା ଘଟଣାରେ ଭାରତ ତୀବ୍ର ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣନ୍ଧୀର ଜୟସ୍ୱାଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଏହି ଘଟଣା ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଅଧୀନରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ସୁବ୍ୟବସ୍ଥିତ ଅତ୍ୟାଚାରର ଧାରାକୁ ପ୍ରତିଫଳନ କରୁଛି।

ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସୁରକ୍ଷା ଦେବା ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାର ପଦକ୍ଷେପ ନେବାକୁ ସେ ଆହ୍ୱାନ ଦେଇଛନ୍ତି। ସୂଚନାଯୋଗ୍ୟ, ଦିନାଜପୁର ଜିଲ୍ଲାର ବିରାଲ ଅଞ୍ଚଳରେ ପ୍ରମୁଖ ହିନ୍ଦୁ ସମ୍ପ୍ରଦାୟ ନେତା ଭବେଶ ଚନ୍ଦ୍ର ରାୟଙ୍କୁ ଗତ ଗୁରୁବାର ଅପରାହ୍ନରେ ଅପହରଣ ସହ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଶ୍ରୀ ରାୟ ବାଂଲାଦେଶ ପୂଜା ପ୍ରସାର ପରିଷଦର ବିରାଲ ଶାଖାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ।












Click it and Unblock the Notifications