Get Updates
Get notified of breaking news, exclusive insights, and must-see stories!

ଚାଉଳ ରପ୍ତାନୀ ବନ୍ଦ କଲା ଭାରତ: ଆମେରିକା ସୁପର ମାର୍କେଟରେ ହା-ହା କାର

ନୂଆଦିଲ୍ଲୀ: ଚାଉଳ ରପ୍ତାନି ପ୍ରତିବନ୍ଧକ ଲଗାଇଛନ୍ତି ଭାରତ ସରକାର। ବାସୁମତୀ ଚାଉଳ ବ୍ୟତୀତ ଅନ୍ୟସମସ୍ତ ପ୍ରକାର ଚାଉଳ ରପ୍ତାନି ଉପରେ ବ୍ୟାନ ଲଗାଇଛନ୍ତି କେନ୍ଦ୍ର ସରକାର । ଘରୋଇ ବଜାରରେ ଚାଉଳ ଦର ବୃଦ୍ଧିକୁ ନଜରରେ ରଖି ରପ୍ତାନୀ କଟକଣା ଜାରି କରିଛନ୍ତି ।

ତେବେ ଭାରତ ସରକାର ଚାଉଳ ରପ୍ତାନୀ ଉପରେ କଟକଣା ଜାରି କରିବା ପରେ ଆମେରିକାର ଡିପାର୍ଟମେଣ୍ଟାଲ ଷ୍ଟୋରମାନଙ୍କରେ ଚାଉଳ କିଣିବା ଲାଗି ଲୋକଙ୍କ ଭିଡ ଜମୁଛି । ଚାଉଳ କ୍ରୟ ନିମନ୍ତେ ଲୋକଙ୍କ ଭିଡକୁ ଦେଖି ଷ୍ଟୋରମାନେ ଗ୍ରାହକଙ୍କ ଦ୍ୱାରା କ୍ରୟ କରାଯାଉଥିବା ଚାଉଳ ବ୍ୟାଗ୍ ସଂଖ୍ୟା ଉପରେ କଟକଣା ଜାରି କରିଛନ୍ତି । ଷ୍ଟୋରମାନେ ପରିସ୍ଥିତିକୁ ସ୍ୱଭାବିକ ରଖିବା ଲାଗି ପ୍ରତି ପରିବାର କେବଳ ଗୋଟିଏ ବ୍ୟାଗ୍ ଚାଉଳ ନୋଟିସ୍ ଟଙ୍ଗାଇଛନ୍ତି ।

Rice Price

ଗୋଟିଏ କଥାର ଆଶଙ୍କା ବଢାଇ ଦିଆଯାଇଛି ଯେ, ଲୋକେ ଚାଉଳକୁ ସଂଚୟ କରି ରଖି ପରେ ଅନଲାଇନ ପ୍ଲାଟଫର୍ମ ଦ୍ୱାରା ଅଧିକ ଟଙ୍କାରେ ବିକ୍ରି କରିବେର ସନ୍ଦେହ କରାଯାଉଛି । ଅଣ-ବାସମତି ଚାଉଳ ରପ୍ତାନି ଉପରେ ଭାରତର ନିଷେଧାଦେଶ ବିଶ୍ୱ ସ୍ତରକୁ ବିଶେଷ କରି ବିଦେଶୀ ଭାରତୀୟଙ୍କୁ ପ୍ରଭାବିତ କରିଛି । ଅନେକ ଏନଆରଆଇ ସୋନା ମାସୁରୀ ଚାଉଳକୁ ୧୦-୧୫ ବ୍ୟାଗ କିଣିଥିବାର ଜଣା ପଡିଛି । ଆମେରିକାରେ ଏବେ ୯ କିଲୋଗ୍ରାମ ଚାଉଳର ଏକ ପ୍ୟାକେଟ ଦାମ ୨୭ ଡଲାର (୨୨୧୫ ଟଙ୍କା) ରେ ବିକ୍ରି ହେଉଛି ।

ଜଣେ ଏନଆରଆଇ ଟ୍ୱିଟର ମାଧ୍ୟମରେ ଭାରତ ଦ୍ୱାରା ଚାଉଳ ରପ୍ତାନି ଉପରେ ନିଷେଧାଦେଶର ପ୍ରଭାବ ଦେଖାଇବାକୁ ଚେଷ୍ଟା କରିଛନ୍ତି । ସେ କିରାଣି ଦୋକାନରେ ଭିଡ଼ ଜମାଇଥିବା ଏବଂ ଲୋକମାନେ ଶୀଘ୍ର କିଣୁଥିବା ଭିଡିଓ ସେୟାର କରିଛନ୍ତି । ଏନେଇ ଚାଉଳ ରପ୍ତାନିକାରୀ ଡେକାନ୍ ଗ୍ରେନ୍ ଇଣ୍ଡିଆର ନିର୍ଦ୍ଦେଶକ କିରଣ କୁମାର ପୋଲା କହିଛନ୍ତି ଯେ ଚାଉଳର ଉପଲବ୍ଧତାକୁ ନେଇ ଆମେରିକାର ଏନଆରଆଇମାନେ ଚିନ୍ତା କରିବା ଆବଶ୍ୟକ ନାହିଁ । କାରଣ ଆମେରିକାରେ ପର୍ଯ୍ୟାପ୍ତ ଷ୍ଟକ ଅଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+