ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ, ଜାଣନ୍ତୁ କାହା ସମର୍ଥନରେ ଭାରତ

Iran-Israel War: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ । ଗୋଟିଏ ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଇସଲାମିସ୍ ଷ୍ଟେଟ୍ ଇରାନ ଏବଂ ଅନ୍ୟଟି ହେଉଛି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ୟହୁଦୀ ଦେଶ ଇସ୍ରାଏଲ୍। ଉଭୟ ଦେଶ ସହ ଭାରତର ସମ୍ପର୍କ ଅତ୍ୟନ୍ତ ଭଲ ରହି ଆସିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଏହି ଦୁଇ ଦେଶର ସମ୍ପର୍କ ଭାରତ ସହ ଉତ୍ତର ରହିଛି । କିନ୍ତୁ ବର୍ତ୍ତମାନ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଯାହା ଭାରତର ଦ୍ୱନ୍ଦ ମଧ୍ୟ ବଢାଇଦେଇଛି । ତେବେ ଦୁଇ ଦେଶ ମଧ୍ୟରୁ ଭାରତ କେଉଁ ଦେଶକୁ ସମର୍ଥନ କରିବା ଉଚିତ୍ ।

ଯଦି ଇରାନକୁ ଭାରତ ସମର୍ଥନ କରୁଛି ତେବେ ଇସ୍ରାଏଲ ସହ ସମ୍ପର୍କ ବିଗିଡି ଯାଇପରେ ସମାନ ଜିନିଷ ଘଟିବ ଯଦି ଭାରତ ଇସ୍ରାଏଲ ସପୋର୍ଟରେ ବାହାରୁଛି । ହେଲ ଏହି ଯୁଦ୍ଧ ଭୟଙ୍କର ରୂପେ ନିଏ ତେବେ ଭାରତକୁ ନିଜ ପକ୍ଷ ବାଛିବାକୁ ଏବଂ ଗୋଟିଏ ଦେଶ ସହିତ ଛିଡା ହେବାକୁ ପଡ଼ିବ । ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଭାରତ କାହା ସମର୍ଥନରେ ବାହରିକ । ହେଲେ ଏହି ଯୁଦ୍ଧରେ ଭାରତ କ'ଣ ପାଇଁ ଏଣ୍ଟ୍ରି କରିବା ଚାଲନ୍ତୁ ତାହା ପ୍ରଥମେ ଜାଣିବା ।

Iran Israel War

ତେବେ ଏହାର କାରଣ ହେଉଛି ଏପ୍ରିଲ 13 ରେ ଇରାନ ଦ୍ୱାରା ଇସ୍ରାଏଲ ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ଇରାନ ସୈନ୍ୟମାନେ ଏକ ଇସ୍ରାଏଲ ଜାହାଜକୁ ଅପହରଣ କରି ନେଇଥିଲେ ଯେଉଁଥିରେ 17 ଜଣ ଭାରତୀୟ ନାଗରିକ ମଧ୍ୟ ଥିଲେ। ଭାରତୀୟ ନାଗରିକଙ୍କୁ ଅପହରଣ କରାଯିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏଥିରେ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲା ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଇରାନର ବୈଦେଶିକ ମନ୍ତ୍ରୀ ହୁସେନ୍ ଆମୀର-ଅବଦୁଲ୍ଲାହାନଙ୍କ ସହ କଥା ହୋଇଥିଲେ ଏବଂ ପରେ ନିଷ୍ପତ୍ତି ନିଆଯାଇଛି ଯେ ଇରାନ ଦଖଲରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ସହ ଭାରତୀୟ ପ୍ରତିନିଧୀ କଥାବାର୍ତ୍ତା କରିପାରିବେ।

ଏହାପୂର୍ବରୁ ମଧ୍ୟ ଭାରତ ଇରାନ ଏବଂ ଇସ୍ରାଏଲରେ ରହୁଥିବା ନାଗରିକମାନଙ୍କୁ ଏକ ପରାମର୍ଶ ଦିଆଯାଇଥିଲା ଯେ ସମସ୍ତେ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ ଏବଂ ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲ । କେବଳ ଏତିକି ନୁହେଁ, ଇରାନ ଏବଂ ଇସ୍ରାଏଲକୁ ଯାତ୍ରା କରୁଥିବା ଭାରତୀୟମାନଙ୍କୁ ଯାତ୍ରା ନକରିବାକୁ ମଧ୍ୟ ଭାରତ ପରାମର୍ଶ ଦେଇଥିଲା।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ୱେବସାଇଟରେ ଉପଲବ୍ଧ ଡକ୍ୟୁମେଣ୍ଟ ଅନୁଯାୟୀ, ସେପ୍ଟେମ୍ବର 17, 1950 ରେ ଭାରତ ଇସ୍ରାଏଲକୁ ଏକ ଦେଶ ଭାବରେ ସ୍ୱୀକୃତି ଦେଇଥିଲା, କିନ୍ତୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଏବଂ ରାଜନୈତିକ ସମ୍ପର୍କ 1992 ରେ ଆରମ୍ଭ ହୋଇଥିଲା। ତେବେ ଏହା ପୂର୍ବରୁ ମଧ୍ୟ ଯେତେବେଳେ 1971 ମସିହାରେ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ହୋଇଥିଲା, ସେତେବେଳେ ଇସ୍ରାଏଲ ଭାରତକୁ ଅସ୍ତ୍ରଶସ୍ତ୍ରରେ ସାହାଯ୍ୟ କରିଥିବା ନେଇ ସୂଚନା ରହିଛି । ଇସ୍ରାଏଲର ରାଜଧାନୀ ତେଲ ଅଭିବରେ ଭାରତର ଦୂତାବାସ ଏବଂ ନୂଆଦିଲ୍ଲୀରେ ଇସ୍ରାଏଲର ଦୂତାବାସ ଅଛି। ଏହା ବ୍ୟତୀତ ମୁମ୍ବାଇ ଏବଂ ବେଙ୍ଗାଲୁରୁରେ ମଧ୍ୟ କନସୁଲେଟ୍ ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+