ପାଲେଷ୍ଟାଇନକୁ ମାନବୀୟ ସହାୟତା ପଠାଇଲା ଭାରତ
India sends humanitarian aid to Palestine: ଇସ୍ରାଏ-ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏହାରି ମଧ୍ୟରେ ଭାରତ ପାଲେଷ୍ଟାଇକୁ ମାନବୀୟ ସହାୟତା ପଠାଇଛି ଏହା ସହ ୩୨ ଟନ୍ ନିତ୍ୟାବଶକୀୟ ସାମଗ୍ରୀ ସି-୧୭ ଏୟାରକ୍ରାଫ୍ଟ ସହାୟତାରେ ମିଶର ଦିଆଯାଇଛି । ମିଳିତ ଜାତିସଂଘ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏବେ ମଧ୍ୟ ୨୫ ଜଣ କର୍ମଚାରୀ, ୨୯୨ ଜଣ ରୋଗୀ ଏବଂ ୩୨ ଜଣ ନବଜାତ ଶିଶୁ ଡାକ୍ତରଖାନାରେ ଅଛନ୍ତି । ଏହାମଧ୍ୟରୁ ଅନେକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି ।

ଗାଜାର ଅଲ୍-ସିଫା ଡାକ୍ତରଖାନା ଏବେ ଇସ୍ରାଏଲ ଟାର୍ଗେଟରେ । ଏଠାରି ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ତେବେ ଆମେରିକା ଗଣମାଧ୍ୟମ ୱାସିଂଟନ୍ ପୋଷ୍ଟର ଏକ ରିପୋର୍ଟ ଅନୁସାରେ, ଇସ୍ରାଏଲ-ଆମେରିକା ଏବଂ ହମାସ ମଧ୍ୟରେ ବନ୍ଧକମାନଙ୍କୁ ମୁକୁଳାଇବା ପାଇଁ ଖୁବଶୀଘ୍ର ଏକ ଚୁକ୍ତି ହୋଇପାରେ । ବନ୍ଧକମାନଙ୍କୁ ମୁକ୍ତ କରିବା ପାଇଁ ୫ ଦିନ ଯୁଦ୍ଧ ବିରତି ଘୋଷଣା କରାଯିବା ନେଇ ସୂଚନା ରହିଛି । ହେଲେ ହମସା ପକ୍ଷରୁ ଏପର୍ଯ୍ୟନ୍ତ ଏନେଇ କୌଣସି ସୂଚନା ମିଳିନାହିଁ ।












Click it and Unblock the Notifications