ଭାରତ-ରୁଷ ଅନେକ ଦଶନ୍ଧି ଧରି ଉଭୟ ଉଭୟଙ୍କର ସହଯୋଗୀ ଓ ସହଭାଗୀ ରହିଛନ୍ତ: ରୁଷ ରାଷ୍ଟ୍ରପତି
ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ କହିଛନ୍ତି ଭାରତ ଏବଂ ରୁଷ ଅନେକ ଦଶନ୍ଧି ଧରି ଉଭୟ ଉଭୟଙ୍କର ସହଯୋଗୀ ଓ ସହଭାଗୀ ରହିଛନ୍ତି । ଗତକାଲି ସୋଚୀ ଠାରେ ଏକ କ୍ଲବ୍ରେ ଅନୁଷ୍ଠିତ ଆଲୋଚନାରେ ସାମିଲ ହୋଇ ଶ୍ରୀ ପୁତିନ କହିଛନ୍ତି ଭାରତ ଏକ ମହାନ ରାଷ୍ଟ୍ର ଏବଂ ଭାରତ ଓ ରୁଷ୍ ମଧ୍ୟରେ ସମସ୍ତ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବାରେ ଲାଗିଛି ।

ସେ କହିଛନ୍ତି ବର୍ଷକୁ ୭ ଦଶମିକ ୪ ପ୍ରତିଶତ ଜି.ଡି.ପି ବୃଦ୍ଧି ସହ ଭାରତ ଆର୍ଥିକ କ୍ଷେତ୍ରରେ ନେତୃତ୍ୱ ନେଉଛି । ଏହାକୁ ପ୍ରଶଂସା କରି ଶ୍ରୀ ପୁତିନ କହିଛନ୍ତି ସ୍ୱାଧୀନତା ସମୟରେ ସୋଭିଏତ ସଂଘ ସମର୍ଥନରେ ଉଭୟ ଦେଶ ମଧ୍ୟରେ ସ୍ୱତନ୍ତ୍ର ଭାବେ ସମ୍ବନ୍ଧ ଦୃଢ଼ ହୋଇଥିଲା । ଭାରତର ଜନସଂଖ୍ୟା, ଆର୍ଥିକ ପ୍ରଗତି ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସଂପର୍କରେ ଶ୍ରୀ ପୁତିନ କହିଛନ୍ତି ଭାରତ' ବିଶ୍ୱର ମହାଶକ୍ତି ମଧ୍ୟରେ ସ୍ଥାନ ପାଇବା ପାଇଁ ହକ୍ଦାର । ଏହି ଆଲୋଚନା କାଳରେ ରୁଷ ରାଷ୍ଟ୍ରପତି ଭାରତ ଏବଂ ରୁଷ୍ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ବୃଦ୍ଧିପାଉଥିବା
ସହଯୋଗକୁ ପ୍ରଶଂସା କରିଛନ୍ତି ।












Click it and Unblock the Notifications