ତୁର୍କୀକୁ ବଡ଼ ଝଟକା , ବିମାନ କମ୍ପାନୀର ସୁରକ୍ଷା ମଞ୍ଜୁରୀ ପ୍ରତ୍ୟାହାର କଲା ଭାରତ
ଯୁଦ୍ଧ ବେଳେ ପାକିସ୍ତାନକୁ ସହାୟତା କରିବା ତୁର୍କୀକୁ ମହଙ୍ଗା କରିଛି । ଭାରତ ସରକାର ଭାରତୀୟ ଏୟାରପୋର୍ଟଗୁଡ଼ିକରେ ଗ୍ରାଉଣ୍ଡ ହାଣ୍ଡେଲିଂ କରୁଥିବା ତୁର୍କୀ କମ୍ପାନି ସେଲେବିର ସୁରକ୍ଷା କ୍ଲିୟରାନ୍ସ ବାତିଲ କରିଦେଇଛନ୍ତି । ଜାତୀୟ ସୁରକ୍ଷାର ସ୍ଵାର୍ଥ ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବା ସରକାର ଦର୍ଶାଇଛନ୍ତି।
ଭାରତର ୯ଟି ବିମାନବନ୍ଦରରେ ତୁର୍କୀର ସେଲେବି ଆଭିଏସନ ସେବା ପ୍ରଦାନ କରୁଛି। ଏସବୁ ବିମାନବନ୍ଦର ହେଉଛି ଦିଲ୍ଲୀ, ମୁମ୍ବଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ, ଅହମଦାବାଦ, ଗୋଆ, କୋଚି ଏବଂ କନ୍ନୁର।

ସିଭିଲ ଆଭିଏସନ ସିକ୍ୟୁରିଟି ବ୍ୟୁରୋ(ବିସିଏଏସ)ର ଯୁଗ୍ମ ନିର୍ଦେଶକ ସୁନିଲ ଯାଦବ ସୁରକ୍ଷା ମଞ୍ଜୁରୀ ପ୍ରତ୍ୟାହାର ନେଇ ନିର୍ଦେଶ ଜାରି କରିଛନ୍ତି। ସେ କହିଛନ୍ତି, ୨୦୨୨ ନଭେମ୍ବର ୨୧ରେ ବିସିଏଏସ ପକ୍ଷରୁ ସେଲେବି କମ୍ପାନୀକୁ ସୁରକ୍ଷା ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏହାକୁ ପ୍ରତ୍ୟାହାର କରିନିଆଯାଇଛି।












Click it and Unblock the Notifications