‘ ଭାରତ-ପାକ୍‌ ଅସ୍ତ୍ରବିରତିରେ ଆମେରିକାର ନାହିଁ ଭୂମିକା ’

ବିଦେଶ ସଚିବ ବିକ୍ରମ ମିସ୍ରି ସୋମବାର ଏକ ସଂସଦୀୟ କମିଟିକୁ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରବର୍ତ୍ତୀ ଭାରତ-ପାକିସ୍ତାନ ସଂଘର୍ଷ ସଂକ୍ରାନ୍ତରେ ଅବଗତ କରିଛନ୍ତି। କମିଟିର ସଦସ୍ୟମାନଙ୍କୁ ମିସ୍ରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଭାରତ-ପାକ୍‌ ଅସ୍ତ୍ରବିରତି ପ୍ରସଙ୍ଗରେ ମିସ୍ରି କହିଛନ୍ତି ଯେ ଅସ୍ତ୍ରବିରତିରେ ଆମେରିକାର କୌଣସି ଭୂମିକା ନାହିଁ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସ୍ତ୍ରବିରତି ପାଇଁ ମଧ୍ୟସ୍ଥତା କରିଛନ୍ତି ବୋଲି ୭ ଥର ସର୍ବସାଧାରଣରେ ଦାବି କରିଥିବା ସଂକ୍ରାନ୍ତରେ କମିଟି ସଦସ୍ୟମାନଙ୍କ ପ୍ରଶ୍ନର ଉତ୍ତର ଦେଇ ମିସ୍ରି କହିଛନ୍ତି, ଭାରତ-ପାକ୍‌ ଅସ୍ତ୍ରବିରତିରେ ଟ୍ରମ୍ପ କିମ୍ବା ଆମେରିକା ପ୍ରଶାସନର କୌଣସି ଭୂମିକା ନାହିଁ ଏବଂ ଏ ବାବଦରେ କିଛି କରିବା ପାଇଁ ଟ୍ରମ୍ପ ଆମଠାରୁ ଅନୁମତି ନେଇନଥିଲେ।

ସେ କେବଳ ଚର୍ଚ୍ଚାରେ ରହିବା ପାଇଁ ଚାହୁଥିଲେ ଏବଂ ସେଥିପାଇଁ ନିଜକୁ ସୁହାଇଲା ଭଳି ବୟାନ ଦେଉଥିଲେ। ଭାରତ-ପାକ୍‌ ଅସ୍ତ୍ରବିରତିରେ ଆମେରିକାର କିଛି ଭୂମିକା ନଥିଲା ବୋଲି ସ୍ପଷ୍ଟ କରି ବିଦେଶ ସଚିବ କହିଛନ୍ତି, ମେ' ୧୦ ତାରିଖରେ ଭାରତ-ପାକିସ୍ତାନ ଡିଜିଏମ୍‌ଓ ସ୍ତରରେ ଦ୍ବିପାକ୍ଷିକ କଥାବାର୍ତ୍ତା ମାଧ୍ୟମରେ ଅସ୍ତ୍ରବିରତି ଆଲୋଚନା କରିଥିଲେ ଏବଂ ଏହାକୁ ନେଇ ସହମତି ପ୍ରକାଶ ପାଇଥିଲା। ଏଥିରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ନାହିଁ ବୋଲି ମିସ୍ରି କହିଛନ୍ତି।

ସେହିପରି ଅନ୍ୟଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ ବିଦେଶ ସଚିବ ପୁଣିଥରେ ପୂର୍ବ ଦାବି ଦୋହରାଇ କହିଛନ୍ତି ଯେ ପାକିସ୍ତାନ ପଟୁ ପରମାଣୁ ଆକ୍ରମଣର କୌଣସି ସ‌ଙ୍କେତ ନାହିଁ। ଏନେଇ କୌଣସି ପ୍ରମାଣ ମିଳିନାହିଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଟ୍ରମ୍ପ ଦାବି କରିଥିଲେ ଯେ ଉଭୟ ଦେଶ ପରମାଣୁ ଯୁଦ୍ଧ ଆଡ଼କୁ ଯାଉଥିବାରୁ ଏହାକୁ ରୋକିବାକୁ ସେ ପ୍ରୟାସ କରିଥିଲେ ଏବଂ ସଫଳ ହୋଇଥିଲେ। ଆଜି ଭାରତ ଏ ସଂକ୍ରାନ୍ତ ସ୍ଥିତି ସ୍ପଷ୍ଟ କରିବା ପରେ ଟ୍ରମ୍ପଙ୍କ ଦାବି ମିଥ୍ୟା ପ୍ରମାଣିତ ହୋଇଛି।

ମିସ୍ରି କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣ ତଦନ୍ତରୁ ଜଣାପଡ଼ିଛି ଯେ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀମାନେ ପାକିସ୍ତାନରେ ମାଷ୍ଟରମାଇଣ୍ଡ୍‌ଙ୍କ ସହ ଯୋଗାଯୋଗରେ ଥିଲେ। ଜାତିସଂଘ ଦ୍ବାରା ଆତଙ୍କବାଦୀ ଘୋଷିତ ବ୍ୟକ୍ତିମାନେ ପାକିସ୍ତାନରେ ଖୋଲା ଖୋଲି ବୁଲୁଛନ୍ତି ଏବଂ ଭାରତ ବିରୋଧରେ ଲଗାତାର ହିଂସା ଘଟାଉଛନ୍ତି। ପାକିସ୍ତାନରେ ଆତଙ୍କବାଦୀ, ସାମରିକ ଗୁଇନ୍ଦା ସଂସ୍ଥା, ବେସାମରିକ ପ୍ରଶାସନ ମଧ୍ୟରେ ଅସାଧୁ ମେଣ୍ଟ ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି।

trump

ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ବୟାନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିବାଦ ସୃଷ୍ଟି କରିଥିବାରୁ ଏବାବଦରେ ମଧ୍ୟ ମିସ୍ରି ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ବିଦେଶ ମନ୍ତ୍ରୀଙ୍କ ବୟାନର ଭୁଲ୍‌ ବ୍ୟାଖ୍ୟା କରାନଯାଉ। ଅପରେସନ୍‌ ସିନ୍ଦୂରର ପ୍ରଥମ ପର୍ଯ୍ୟାୟ ପରେ ପାକିସ୍ତାନ ଏବଂ ପିଓକେରେ ଆତଙ୍କୀ ଆଡ଼ା ଉପରେ ହୋଇଥିବା ଆକ୍ରମଣ ନେଇ ପାକିସ୍ତାନକୁ କୁହାଯାଇଥିଲା। ତେବେ ଏହାକୁ ଅପରେସନ୍‌ ପୂର୍ବ ବୟାନ ବୋଲି ଦର୍ଶାଇବା ବିଭ୍ରାନ୍ତିକର ବୋଲି ମିସ୍ରି କହିଥିଲେ।

ଅନ୍ୟପକ୍ଷେ ଯୁଦ୍ଧରେ ପାକିସ୍ତାନକୁ ତୁର୍କୀ ଏବଂ ଅଜରବୈଜାନ ସହାୟତା ଯୋଗାଇଥିଲେ ଏବଂ ସେମାନେ କେବେ ବି ଭାରତର ସମର୍ଥକ ନଥିଲେ ବୋଲି ମିସ୍ରି କହିଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁର୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଦେଶ ବ୍ୟାପାର ସଂକ୍ରାନ୍ତ ଷ୍ଟାଣ୍ଡିଂ କମିଟି ବୈଠକରେ ସଦସ୍ୟ ଅଭିଷେକ ବାନାର୍ଜୀ, ରାଜୀବ ଶୁକ୍ଳା, ଦୀପେନ୍ଦ୍ର ହୁଦା, ଅସଉଦ୍ଦିନ ଅୱେସି, ଅପରାଜିତା ଷଡ଼ଙ୍ଗୀ, ଅରୁଣ ଗୋଭିଲ ପ୍ରମୁଖ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+