୨୪ ରୁ ୩୬ ଘଣ୍ଟା ମଧ୍ୟରେ ଭାରତ କରିବାକୁ ଯାଉଛି ଆକ୍ରମଣ, ଏପରି ଦାବି କଲା ପାକିସ୍ତାନ
ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭୟରେ ପାକିସ୍ତାନ । ଯେଉଁଥି ପାଇଁ ସୁରକ୍ଷା ବ୍ୟବସ୍ଥା ବଢାଯିବା ସହ ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଥିବା ନେଇ ସୂଚନା ରହିଛି । ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆତାଉଲ୍ଲାହ ତରାର ୨୯ ଏପ୍ରିଲ ଦିନ ୧.୩୦ ରେ ଏକ ସାମ୍ବାଦିକ ସମ୍ମିଳନୀ କରିବା ସହ ଦାବି କରିଛନ୍ତି ଯେ ଭାରତ ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଯାଉଛି। ଯାହାର ଦୃଢ଼ ପ୍ରମାଣ ମଧ୍ୟ ରହିଛି ।
ପାକିସ୍ତାନ ପାଖରେ ବିଶ୍ୱସ୍ତ ଗୁଇନ୍ଦା ସୂଚନା ଅଛି ଯେ ପହଲଗାମ ଘଟଣାରେ ଭାରତର ସମ୍ପୃକ୍ତିର ଭିତ୍ତିହୀନ ଏବଂ କପୋଳକଳ୍ପିତ ଅଭିଯୋଗ ଯୋଗୁଁ ଭାରତ ଆଗାମୀ ୨୪-୩୬ ଘଣ୍ଟା ମଧ୍ୟରେ ପାକିସ୍ତାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ଚାହୁଁଛି," ପାକିସ୍ତାନୀ ମନ୍ତ୍ରୀ ଆତାଉଲ୍ଲାହ ତାରାର ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି।

ଧମକ ଦେବା ସମୟରେ, Attaullah Tarar ଏହା ମଧ୍ୟ ଦାବି କରିଛନ୍ତି ଯେ ଯଦି ଭାରତ ଆକ୍ରମଣ କରେ, ତେବେ ପାକିସ୍ତାନ ମଧ୍ୟ କଡ଼ା ଜବାବ ଦେବ। ପାକିସ୍ତାନ ନିଜେ ଆତଙ୍କବାଦର ଶିକାର ଏବଂ ପହଲଗାମ ଆକ୍ରମଣର ଯନ୍ତ୍ରଣା ବୁଝୁଛି । ତାରାର ବିଶ୍ୱ ମଞ୍ଚରେ ପହଲଗାମ ଆକ୍ରମଣର ନିରପେକ୍ଷ ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି।
ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ପାକିସ୍ତାନୀ ମନ୍ତ୍ରୀ ଅତାଉଲ୍ଲାହ ତାରାରଙ୍କ ବୟାନ ଆସିଛି। ମଙ୍ଗଳବାର ଅପରାହ୍ନରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ସଶସ୍ତ୍ର ବାହିନୀର ମୁଖ୍ୟ, NSA ଅଜିତ ଡୋଭାଲ, CDS ଅନିଲ ଚୌହାନଙ୍କ ସହ ଦେଢ଼ ଘଣ୍ଟା ଧରି ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଯାହାକୁ ନେଇ କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦି ସେନାକୁ ଫ୍ରି ହ୍ୟାଣ୍ଡ ଦେଇଛନ୍ତି। ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନର ପଦ୍ଧତି, ଲକ୍ଷ୍ୟ ଏବଂ ସମୟ ସ୍ଥିର କରିବାକୁ ସେନାକୁ କୁହାଯାଇଛି।












Click it and Unblock the Notifications