ଭାରତ କରିଥିଲା ସାହାର୍ଯ୍ୟ ଏବେ ପାକିସ୍ତାନ ପ୍ରେମରେ ତୁର୍କୀ, ଖୋଲାଖୋଲି କଲା ଏମିତି

ପାକିସ୍ତାନର ଘନିଷ୍ଠ ବନ୍ଧୁ, ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ ଏର୍ଡୋଗାନ ପୁଣି ଥରେ ପାକିସ୍ତାନ ଉପରେ ପ୍ରେମ ବର୍ଷା କରିଛନ୍ତି। ଭାରତ-ପାକିସ୍ତାନ ବିବାଦର ମୁକାବିଲା ପାଇଁ ସେ ପାକିସ୍ତାନକୁ ଖୋଲାଖୋଲି ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ଏର୍ଡୋଗାନ ଅଭିଯୋଗ କରିଛନ୍ତି, "ଭାରତର ଘୃଣ୍ୟ ଆକ୍ରମଣର ଜବାବ ଦେବାରେ ଧର୍ଯ୍ୟ ଏବଂ ଜ୍ଞାନ ପାଇଁ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ଆମର ପାକିସ୍ତାନୀ ଭାଇଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛିି।" ଏହା ପୂର୍ବରୁ ମଧ୍ୟ, ତୁର୍କୀର ରାଷ୍ଟ୍ରପତି ଭାରତ ବିରୋଧରେ ଜାରି ରହିଥିବା ଉତ୍ତେଜନାରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ ଭଲ ଏବଂ ଖରାପ ସମୟରେ ତୁର୍କୀ, ପାକିସ୍ତାନର ଭାଇଚାରା ଲୋକଙ୍କ ସହିତ ଛିଡା ହେବ।

Turkey

ଏର୍ଡୋଗାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିକୁ ସୱାଗତ କରିଛନ୍ତି ଏବଂ ଜଳ ବିବାଦର ସମାଧାନ ପାଇଁ ଆଶା ପ୍ରକାଶ କରିଛନ୍ତି। ସେ ପାକିସ୍ତାନକୁ ତାଙ୍କର ସମର୍ଥନ ମଧ୍ୟ ଦୋହରାଇଛନ୍ତି। ଏକ ଟ୍ବିଟ ରେ ସେ ଲେଖିଛନ୍ତି, ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ଯୁଦ୍ଧବିରତି ସହିତ ଶେଷ ହୋଇଥିବାରୁ ମୁଁ ଖୁସି। ମୁଁ ଆଶା କରୁଛି ଯେ ଶାନ୍ତିର ଏହି ବାତାବରଣ ଅନ୍ୟାନ୍ୟ ସମସ୍ୟା, ବିଶେଷକରି ଜଳ ବିବାଦର ସମାଧାନରେ ସାହାଯ୍ୟ କରିବ। ଏର୍ଡୋଗାନଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଭାରତ କଶ୍ମୀରର ପହଲଗାମ ଆକ୍ରମଣ ପରେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା। ଏହି ଚୁକ୍ତି ଅନୁଯାୟୀ, ପାକିସ୍ତାନ ଭାରତର ତିନୋଟି ପ୍ରମୁଖ ନଦୀ - ଝେଲମ, ଚେନାବ ଏବଂ ସିନ୍ଧୁ ନଦୀର ପାଣି ପାଏ। ଏବେ ଏହି ଐତିହାସିକ ଚୁକ୍ତିନାମାକୁ ନେଇ ଏକ ନୂତନ ବିତର୍କ ଆରମ୍ଭ ହୋଇଛି।

ତୁର୍କୀ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ କେବଳ ଧାର୍ମିକ ଏକତା ପର୍ଯ୍ୟନ୍ତ ସୀମିତ ନୁହେଁ। ପ୍ରତିରକ୍ଷା, ବାଣିଜ୍ୟ ଏବଂ ବିଶ୍ୱସ୍ତରୀୟ ମଞ୍ଚରେ ଦୁଇ ଦେଶ ମଧ୍ୟରେ ସମର୍ଥନର ଗଭୀରତା ବୃଦ୍ଧି ପାଉଛି। OIC ଭଳି ଫୋରମରେ, ତୁର୍କୀ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରି ସ୍ବର ଉଠାଇ ଆସୁଛନ୍ତି। ଏହି ପରିସ୍ଥିତି ଭାରତ ପାଇଁ ବିଶେଷ ଚିନ୍ତାଜନକ ବୋଲି ବିବେଚନା କରାଯାଏ, ଯେତେବେଳେ ଏର୍ଡୋଗାନଙ୍କ ଭଳି ନେତା ପାକିସ୍ତାନକୁ ସମର୍ଥନ କରିବା ସହିତ ଖୋଲାଖୋଲି ଭାବରେ ଭାରତକୁ ସମାଲୋଚନା କରୁଛନ୍ତି। ତଥାପି, ଏହି ସମୟ ମଧ୍ୟରେ ଭାରତ ତୁର୍କୀ ବିରୁଦ୍ଧରେ ବାଣିଜ୍ୟ ଯୁଦ୍ଧ ଘୋଷଣା କରିଛି। ପାକିସ୍ତାନକୁ ସମର୍ଥନ ଯୋଗୁଁ, ଭାରତୀୟ ବ୍ୟବସାୟୀମାନେ ତୁର୍କୀରୁ ଅନେକ ପ୍ରକାରର ସାମଗ୍ରୀ ଆମଦାନୀ ନକରିବାକୁ ଘୋଷଣା କରିଛନ୍ତି। ଏଥିରେ ମାର୍ବଲ ଏବଂ ସେଓ ଅଛି। ଏହା ବ୍ୟତୀତ, ଅନେକ ଲୋକ ଇସ୍ତାନବୁଲ ଯିବାର ଯୋଜନାକୁ ମଧ୍ୟ ବାତିଲ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+