ରାଜଧାନୀ ଦିଲ୍ଲୀକୁ ଟାର୍ଗେଟ୍ : ଫତେହ ମିସାଇଲକୁ ଖସାଇଲା ଭାରତ

ପାକିସ୍ତାନ ଟାର୍ଗେଟ୍‌ରେ ରାଜଧାନୀ ଦିଲ୍ଲୀ । ଦିଲ୍ଲୀକୁ ଟାର୍ଗେଟ୍ କରି କରିଥିଲା ମିସାଇଲ୍‌ ମାଡ଼ । ପାକ୍‌ ମିସାଇଲ୍‌ ଖସାଇଲା ଭାରତ । ଭାରତର ବାୟୁ ସୁରକ୍ଷା କବଚ ଆଗରେ ଫେଲ ମାରିଲା ପାକ୍ ମିସାଇଲ । 'ଫତେହ-୧' ମିସାଇଲ୍‌ରେ ଆକ୍ରମଣ କରିଥିଲା ପାକ୍‌ । ଇରାନ ନିର୍ମିତ 'ଫତେହ-୧' ମିସାଇଲ୍‌ । ଏହା ଏକ ମଧ୍ୟମ ଦୂରଗାମୀ ବାଲାଷ୍ଟିକ୍ ମିସାଇଲ୍‌ । ଏହାର ଲକ୍ଷ୍ୟଭେଦି କ୍ଷମତା ୧୪୦-୨୦୦ କିଲୋମିଟର । ମିସାଇଲର ଓଜନ ୩୦୦ କିଲୋଗ୍ରାମ । ଭୂପୃଷ୍ଠରୁ ଆକାଶକୁ ଆକ୍ରମଣ କରିବାର ରହିଛି କ୍ଷମତା ।

palistan

୨୦୨୩ରୁ ଇରାନ୍ ସେନାରେ ନିୟୋଜିତ ରହିଛି ଏହି ମିସାଇଲ୍ । ତେବେ ଇରାନ୍‌ ଠାରୁ 'ଫତେହ-୧' ମିସାଇଲ୍ କିଣିଛି ପାକିସ୍ତାନ । ଯେଉଁଥିରେ ଭାରତ ଉପରେ ବଡ ଆକ୍ରମଣ କରିବାକୁ ଚେଷ୍ଟା କରିଛି ପାକିସ୍ତାନ କିନ୍ତୁ ବିଫଳ ହୋଇଛି । ପାକିସ୍ତାନ ମିସାଇଲ୍ ଫତେହକୁ ମାରି ଖସାଇଛି ଭାରତର ଆକାଶ ମିସାଇଲ । ପୂର୍ବରୁ ବି ଆକାଶ ମିସାଇଲ୍ ଅନେକ ପାକିସ୍ତାନୀ ମିସାଇଲକୁ ଧ୍ୱଂସ କରିବା ସହ ପାକିସ୍ତାନର ଗୋଟିଏ ଫାଇଟର୍ ଜେଟ୍ ଜେଏଫ୍-୧୭କୁ ମାରି ଖସାଇବାରେ ସଫଳ ହୋଇଥିବା ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+