ଭାରତ ସରକାରଙ୍କର ବଡ଼ ନିଷ୍ପତ୍ତି; ଭାରତରେ ରହିବେ ଶେଖ୍ ହାସିନା
ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ କରାଯିବ ନାହିଁ। ଭାରତ ସରକାରଙ୍କ ବାଂଲାଦେଶ ସରକାରଙ୍କୁ ଏକ ପରୋକ୍ଷ ବାର୍ତ୍ତାରେ ଏହି ପ୍ରସଙ୍ଗରେ ଏହାର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ପାସପୋର୍ଟ ବାତିଲ ହେବା ସତ୍ତ୍ୱେ ଭାରତ ସରକାର ବି ଶେଖ ହସିନାଙ୍କ ଭିସା ବୃଦ୍ଧି କରିଛନ୍ତି।
ଶେଖ ହସିନାଙ୍କୁ ଭାରତରେ ରହିବା ପାଇଁ ଗୃହ ମନ୍ତ୍ରଣାଳୟ ଭିସା ଅବଧି ବୃଦ୍ଧି କରିଛି।ଭାରତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭିସା ବୃଦ୍ଧି କରିଛି। ସେ ଅଗଷ୍ଟ ୨୦୨୩ରୁ ଭାରତରେ ରହୁଛନ୍ତି। ଏହି ନିଷ୍ପତ୍ତି ଏପରି ସମୟରେ ନିଆଯାଇଛି ଯେଉଁ ସମୟରେ ଢାକାକୁ ଫେରିବା ପାଇଁ ଦାବି ତୀବ୍ର ହୋଇଛି। ଦେଶବ୍ୟାପୀ ବିରୋଧ ମଧ୍ୟରେ ୭୭ ବର୍ଷୀୟ ହାସିନା ବାଂଲାଦେଶ ଛାଡି ଭାରତରେ ଆଶ୍ରୟ ନେଇଥିଲେ ଏବଂ ଏହା ପରେ ସେ ଦିଲ୍ଲୀର ଏକ ସୁରକ୍ଷିତ ସ୍ଥାନରେ ରହୁଛନ୍ତି।
ଭାରତରେ ରହିବା ସହଜ କରିବା ପାଇଁ ଭାରତ ଶେଖ ହାସିନାଙ୍କ ଭିସା ବୃଦ୍ଧି କରିଛି। ସୂଚନାନୁସାରେ, ହାସିନାଙ୍କ ଭିସା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ବୃଦ୍ଧି କରାଯାଇଛି ଏବଂ ଏଥିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସହମତି ମଧ୍ୟ ରହିଛି। ତେବେ ଭାରତରେ ଶରଣାର୍ଥୀଙ୍କ ସହ ଜଡିତ କୌଣସି ବିଶେଷ ଆଇନ ନ ଥିବାରୁ ଭାରତ ହାସିନାଙ୍କୁ ଶରଣ ଦେଇ ନାହିଁ ବୋଲି ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି।

ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ୨୩ ଡିସେମ୍ବରରେ ଭାରତ ସରକାରଙ୍କୁ ଏକ ଚିଠି ପଠାଇଥିଲେ। ଏହି ଚିଠିରେ ହାସିନାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ କରାଯାଇଥିଲା, ଯାହା ଆଧାରରେ ବାଂଲାଦେଶ ତାଙ୍କୁ ଭାରତରୁ ଫେରିବା ପାଇଁ ଦାବି କରିଥିଲା।












Click it and Unblock the Notifications