Get Updates
Get notified of breaking news, exclusive insights, and must-see stories!

କାନାଡା ଗ୍ୟାଙ୍ଗଷ୍ଟାର ଲଖବୀର ସିଂଙ୍କୁ ଆତଙ୍କବାଦୀ ଘୋଷଣା କଲା ଭାରତ

India Declared Canadian Gangster Lakhbir Singh Langa As A Terrorist: ବାବର ଖାଲସା ଇଣ୍ଟରନ୍ୟାସନାଲ ନେତା ତଥା ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାଙ୍କୁ ଭାରତ ସରକାର ଆତଙ୍କବାଦୀ ଘୋଷିତ କରିଛନ୍ତି। ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅନୁଯାୟୀ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ୩୩ ବର୍ଷୀୟ ଗ୍ୟାଙ୍ଗଷ୍ଟାର ଲଖିବୀରକୁ କଡ଼ା ଆତଙ୍କବାଦୀ ବିରୋଧି ଆଇନୀ 'ଅନଲଫୁଲ୍ ଆକ୍ଟିଭିଟିଜ୍'ଆକ୍ଟ ଅନୁଯାୟୀ ଡେଜିଗେନେଟେଡ୍ ଟେରରିଷ୍ଟ ଘୋଷଣା କରାଯାଇଛି ।

 Lakhbir Singh Langa

ଲଖବୀର ସିଂ ପଞ୍ଜାବର ତରନ ତାରନ ଜିଲ୍ଲାର ବାସିନ୍ଦା । ବର୍ତ୍ତମାନ ସେ କାନାଡାରେ ରହୁଛନ୍ତି । ଖାଲିସ୍ତାନ ସମର୍ଥକ କାର୍ଯ୍ୟକଳାପରେ ସେ ଅତ୍ୟଧିକ ଜଡିତ ଥିଲେ, ପରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରାଯାଇଥିଲା । ଭାରତ ବିରୋଧରେ ଚାଲିଥିଲା ଷଡ଼ଯନ୍ତ୍ରରେ ସେ ସାମିଲ ଅଛନ୍ତି । ଏପିରିକି ୨୦୨୧ରେ ମହୋଲି ପଞ୍ଜାବର ପୋଲିସ ହେଡ୍ କ୍ୱାଟର ଉପରେ ହୋଇଥିବା ରକେଟ୍ ଆକ୍ରମଣରେ ମଧ୍ୟ ଲଖବୀରଙ୍କ ହାତ ରହିଥିବା ନେଇ ସୂଚନା ରହିଛି ।

ସୂଚନାଥାଉ ଯେ, ୧୯୮୯ରେ ପଞ୍ଜାବର ତରନ ତାରାନ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ଗ୍ୟାଙ୍ଗଷ୍ଟର ଲଖବୀର ସିଂହ । ୧୦୧୭ରେ ସେ କାନାଡା ଫେରାର ହୋଇଯାଇଥିଲେ । ଯାହାପରେ ଗୃହ ମନ୍ତ୍ରଣାଳୟ ତାଙ୍କୁ କୁଖ୍ୟାତ ଖାଲିସ୍ତାନୀ ଗୋଷ୍ଠୀର ବାବର ଖାଲସ ଇଣ୍ଟନ୍ୟାସନାଲର ସଦସ୍ୟ ଭାବେ ଚିବ୍ନଟ କରିଛି ।

ଖବର ଏହା ମଧ୍ୟ ରହଛି ଯେ, ହରିନ୍ଦର ସିଂହ ଓରଫ ରିଣ୍ଡା ସହ ଲଣ୍ଡାଙ୍କର ଘନିଷ୍ଠ ସମ୍ପର୍କ ରହିଛି। ରିଣ୍ଡା ହେଉଛି ପାକିସ୍ତାନରେ ରହୁଥିବା ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର। ରିଣ୍ଡାଙ୍କ ପାଖେ ପାଖେ ରହି ଲାଣ୍ଡା ଅନେକ ଗୁ଼ଡିଏ ଆତଙ୍କବାଦ ଘଟଣା ସଂରଚନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି।

ଗୃହ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୋହାଲିରେ ହୋଇଥିବା ରକେଟ ଆକ୍ରମଣ ପାଇଁ ଦାୟୀ । ଏଜେନ୍ସି ଲାଣ୍ଡା ଏବଂ ରିନ୍ଦାଙ୍କ ବିଷୟରେ ସୂଚନା ଦେବା ବ୍ୟକ୍ତିଙ୍କୁ 10 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି । ସୀମା ଆରପଟୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଯୋଗାଣରେ ମଧ୍ୟ କରୁଥିଲା କାନାଡାର ଗ୍ୟାଙ୍ଗଷ୍ଟର ଲଖବୀର ସିଂହ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+