ଭାରତ ଆକ୍ରମଣ ଭୟରେ କରାଚି, ଲାହୋରରେ ଏୟାରସ୍ପେସ୍ ବନ୍ଦ କଲା ପାକିସ୍ତାନ
ଘନଉଛି ଯୁଦ୍ଧ ସ୍ଥିତି । ଭାରତରେ ଆକ୍ସନ ହେଲେ ପାକିସ୍ତାନରେ ଦେଖିବାକୁ ମିଳୁଛି ହଲଚଲ । ଗତକାଲି ଭାରତ ପାକିସ୍ତାନ ପାଇଁ ଏୟାର ସ୍ପେସ୍ ବନ୍ଦ କରିବା ପରେ ଆଜି ନିଜ ସୁରକ୍ଷାକୁ ଦୃଷ୍ଟିରେ ରଖି ପାକିସ୍ତାନ ଲାହୋର-କରାଚିରେ ଏୟାର ସ୍ପେସକୁ ବନ୍ଦ କରିଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି ।
ଭାରତ ସରକାର ମେ' ୧ରୁ ଅଟ୍ଟାରୀ ବର୍ଡର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏବେ ସାଧାରଣ ନାଗରିକଙ୍କ ପାଇଁ ସୀମା ଖୋଲା ରହିଛି । ଏହା ମାନେ ଏବେ ଭାରତରେ ଥିବା ପାକିସ୍ତାନୀ ନାଗରିକ ନିଜ ଦେଶକୁ ଯାଇ ପାରିବେ । କିନ୍ତୁ ପାକିସ୍ତାନ ନିଜ ପଟୁ ସୀମା ବନ୍ଦ କରିଦେଇଛି । ସେ ନିଜ ଦେଶର ନାଗରିକଙ୍କୁ ମଧ୍ୟ ପ୍ରବେଶ କରିବାକୁ ଅନୁମତି ଦେଉନାହିଁ । ଆଜି ସକାଳୁ ଜଣେ ବି ନାଗରିକ ସେପଟକୁ ଯାଇ ନାହାନ୍ତି ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏ ପର୍ଯ୍ୟନ୍ତ ୯୨୯ ଜଣ ନାଗରିକ ପାକିସ୍ତାନକୁ ଯାଇଛନ୍ତି । ୨୪ ଏପ୍ରିଲରେ ୨୮ ଜଣ, ୨୫ ଏପ୍ରିଲରେ ୧୯୧ ଜଣ, ୨୬ ଏପ୍ରିଲରେ ୮୧ ଜଣ, ୨୭ ଏପ୍ରିଲରେ ୨୩୭ ଜଣ , ୨୮ ଏପ୍ରିଲରେ ୧୪୫ ଜଣ ନାଗରିକ , ୨୯ ଏପ୍ରିଲରେ ୧୦୪ ଜଣ ଏବଂ ୩୦ ଏପ୍ରିଲରେ ୧୪୦ ଜଣ ପାକିସ୍ତାନୀ ନାଜରିକ ଅଟ୍ଟରୀ ସୀମା ଦେଇ ପାକିସ୍ତାନ ଯାଇଛନ୍ତି ।












Click it and Unblock the Notifications