ବିଶ୍ବ ଦରବାରରେ ପାକିସ୍ତାନକୁ ଲଜ୍ଜିତ କଲା ଭାରତ , ଆତଙ୍କବାଦୀଙ୍କୁ ପୋଷୁଛି ଶେହବାଜ ସରକାର
ଜାତିସଂଘ ସାଧାରଣ ପରିଷଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଦେଇଥିବା ଭାଷଣର କଡ଼ା ଜବାବ ଦେଇଛି ଭାରତ। ଭାରତର ସ୍ଥାୟୀ ମିଶନର ପ୍ରଥମ ସଚିବ ପେଟଲ ଗେହଲଟ୍ ତାଙ୍କ 'ରାଇଟ୍ ଟୁ ରିପ୍ଲାଏ' ଅଧିକାର ବ୍ୟବହାର କରି ଆତଙ୍କବାଦକୁ ନେଇ ପାକିସ୍ତାନ ଉପରେ ଆକ୍ରମଣ କରିଛନ୍ତି।
ସରିଫଙ୍କ ଭାଷଣ ଉପରେ ପ୍ରତିକ୍ରିୟା ରଖି ଭାରତୀୟ କୂଟନୀତିଜ୍ଞ ପେଟଲ ଗେହଲଟ କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ହାସ୍ୟାସ୍ପଦ ନାଟକ ଦେଖିବାକୁ ମିଳିଛି । ଯିଏ ପୁଣି ଥରେ ତାଙ୍କ ବୈଦେଶିକ ନୀତିର କେନ୍ଦ୍ରବିନ୍ଦୁ ଆତଙ୍କବାଦକୁ ମହିମାନ୍ୱିତ କରିଥିଲେ । ଭାରତ ଆତଙ୍କବାଦ ବିରୁଦ୍ଧରେ ଏହାର ଶୂନ୍ୟ ସହନଶୀଳତା ନୀତି ମଧ୍ୟ ସ୍ପଷ୍ଟ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କୌଣସି ନାଟକ କିମ୍ବା ମିଛ ସତ୍ୟକୁ ଲୁଚାଇ ପାରିବ ନାହିଁ ।

ସମଗ୍ର ବିଶ୍ୱ ଜାଣେ ଯେ, ପାକିସ୍ତାନ ମାଟି ଆତଙ୍କବାଦୀଙ୍କ ପାଇଁ ଏକ ନିରାପଦ ଆଶ୍ରୟସ୍ଥଳ ପାଲଟିଛି । ଚଳିତ ବର୍ଷ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ TRF ଆତଙ୍କବାଦୀ ସଂଗଠନ ସାମିଲ ଥିଲା । ଏହି ଆତଙ୍କବାଦୀ ଗୋଷ୍ଠୀର ପାକିସ୍ତାନରେ ମୂଳଦୁଆ ଅଛି ।
ପାକିସ୍ତାନ ଯିଏ ଦଶନ୍ଧି ଧରି ଓସାମା ବିନ୍ ଲାଡେନଙ୍କୁ ଦେଇଥିଲା ଆଶ୍ରୟ । ଯେତେବେଳେ ଏହାର ମନ୍ତ୍ରୀମାନେ ଆତଙ୍କବାଦ ବିରୋଧରେ ଯୁଦ୍ଧରେ ଅଂଶୀଦାର ହେବାର ଅଭିନୟ କରି ସମ୍ପ୍ରତି ସ୍ୱୀକାର କରିଛନ୍ତି । ଯେ ସେମାନେ ଦଶନ୍ଧି ଧରି ଆତଙ୍କବାଦୀ ଶିବିର ଚଲାଇ ଆସୁଛନ୍ତି ।












Click it and Unblock the Notifications